ରେ ଆତ୍ମନ

ପରୋପକାର

Shyamambari's odia re atman article Paropakara

ଜ୍ଞାନାଭାବ ହେତୁ ମଣିଷ ପ୍ରକୃତିର ଗୁଣବତ୍ତା ବୁଝିବାକୁ ଅଯୋଗ୍ୟ ।

ମରୁଭୂମିରେ ବି ଗଛ ବଞ୍ଚେ, ଫୁଲ ଫୁଟେ । ମରୂଦ୍ୟାନ ସୃଷ୍ଟି ହୋଇପାରେ । ବରଫାବୃତ ଅଂଚଳରେ ମଧ୍ୟ ଜୀବସତ୍ତା ଥାଏ । ପ୍ରକୃତି ଜୀବନମୟ ମୃତ୍ୟୁ ଓ ବିନାଶରେ ବି । କେତେସବୁ ବାତ୍ୟା ମହାବାତ୍ୟାରେ ପ୍ରକୃତି ନଷ୍ଟ ହୋଇ ପୁଣି କଅଁଳିଉଠିଛି । ଦୟା, କ୍ଷମା, ତ୍ୟାଗ, କର୍ମମୁଖରତା, ଗତିଶୀଳତା ଆଦି ବହୁ ସଦଗୁଣ ସହିତ ପରିଚିତ କରାଏ । ପ୍ରକୃତିକୁ ଅନ୍ତର୍ମନ ସହିତ ଯୋଡି ଦେଖିଲେ ଜୀବନର ଅସଲ ଉଦ୍ଧେଶ୍ୟକୁ ବୁଝିହେବ । ଜ୍ଞାନାଭାବ ହେତୁ ମଣିଷ ପ୍ରକୃତିର ଗୁଣବତ୍ତା ବୁଝିବାକୁ ଅଯୋଗ୍ୟ ।

ପରୋପକାରକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ବହନ୍ତି ନଦ୍ୟଃ ।
ପରୋପକାରାୟ ଦୁହନ୍ତି ଗାବଃ, ପରୋପକାରାର୍ଥମିଦଂ ଶରୀରମ୍ ।

ଅର୍ଥାତ୍ ପରୋପକାର ପାଇଁ ଗଛମାନେ ଫଳନ୍ତି, ପରୋପକାର ପାଇଁ ନଦୀମାନେ ବହୁଥାନ୍ତି, ପରୋପକାର ପାଇଁ ଗାଈ କ୍ଷୀରଦାନ କରେ, ପରୋପକାର ପାଇଁ ଏ ଶରୀର ! ପ୍ରକୃତି ସଂସାରର ସୁପରିଚାଳନା ପାଇଁ ସମସ୍ତଙ୍କୁ ଭିନ୍ନ ଭିନ୍ନ ଶରୀର ଓ ମନ ଦେଇଛି । ଜଂଗଲରେ ସିଂହ, ବାଘ ପରି ପଶୁଙ୍କ ସହିତ ହରିଣ, ସମ୍ବର, ଠେକୁଆମାନଙ୍କୁ ବି ଏକତ୍ର ଛାଡିଛି ! ପୁଣି ଗଛପତ୍ର, ଲତାଗୁଳ୍ମରେ ଭରିଦେଇଛି ଜଙ୍ଗଲ । ଏହା ହିଁ ପ୍ରକୃତିର ମହାଶିକ୍ଷା ମାନବ ସମାଜକୁ । ତେଣୁ ପ୍ରକୃତି ହିଁ ବାସ୍ତବ ପାଠଶାଳା ଯିଏ ଆମକୁ ବଞ୍ଚିବା ଶିଖେଇଛି । ଭାଙ୍ଗି ପୁଣି କଅଁଳିବାର ସୂକ୍ଷ୍ମ ଅବବୋଧଟିକୁ ନିଖୁଣଭାବେ ବୁଝାଇଦେଇଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top