ପଖାଳ କଂସାକୁଶାଗ ବଡ଼ିଚୁରା
ଜିଭରୁ ଗଢ଼ାଏ ଲାଳ
କଞ୍ଚା ଲଙ୍କା ଆମ୍ବପାଗ ଦଳିଦେଲେ
ଭୋକକରେ ଅସମ୍ଭାଳ-(୧)
ଦହିଚୁଡ଼ା ସଙ୍ଗେଛେନା କି କଦଳି
ଜଳଖିଆ ରେ ପ୍ରସିଦ୍ଧ
ଡ଼ାଲମା, ସନ୍ତୁଳାଛୁଙ୍କ ବାସନାରେ
ମନ ଭୋଜନକୁ ବାଧ୍ୟ (୨)
ଆମିଷାସି ଲୋକଆଗରେ ଉଚ୍ଚାର
ପୋହଳା, ଭାକୁର ରୋହି
ମାଗୁର, ଇଲିଶିକାନରେ ବାଜିଲେ
କ୍ଷଣକେ ଯିବେ ସେ ରହି-(୩)
ଚିଲିକା କଙ୍କଡ଼ାରାଇକିଆ ଖଡ଼ା
ମୁଣ୍ଡଳିର ଚୁନା ମାଛ
ବାଘୁଆ ଚିଙ୍ଗୁଡିନଜର ପଡ଼ିଲେ
ଧରିବ କେଉଟ ପଛ (୪)
ରସଗୋଲା ରସକିଏ ଯେ ଭୁଲିବ
ସାଲେପୁର ପାହାଳରେ
ପଶ୍ଚିମ ବଙ୍ଗଟିଜିତିଗଲା ସିନା
ଓଡ଼ିଆ ମନ ନ ମାନେ-(୫)
ନୟାଗଡ଼ ଗଲେଛେନାପୋଡ଼ ଖାଅ
ପୁରୀରେ ଅନ୍ନ ପ୍ରସାଦ
ଖାଇ ଖୁଆଇକିଓଡ଼ିଆ ଗରିବ
ସଂସାରେ ଅଛି ପ୍ରବାଦ ।(୬)
ପୁରୁବ ପୁରୁଷଓଡ଼ିଶା ମାଟିରେ
କିମ୍ବଦନ୍ତି ଛନ୍ତି ରଖି
ଅଳସୁଆ ବୋଲିକହିବେନି କେହି
କୋଣାରକ କାମ ଦେଖି ।(୭)
ଓଡ଼ିଆ ଖାଇବାସଂସାରେ ବିରଳ
ବାରମାସେ ତେର ପର୍ବ
କାଳିଆ ଠାକୁରଳିଳା କରୁଛନ୍ତି
ଓଡ଼ିଆ ଜାତିର ଗର୍ବ ।(୮)
