ତୁମ ମନ ଏକ ଅବୁଝା ଗଣିତ
ବେଳ ନାହିଁ କଷିବାକୁ?
ମୋ ପାଇଁ କି ଅଛି ଜୀବନ ସାହିତ୍ୟ
କାଲି ପାଇଁ ଘୋଷିବାକୁ … … … (୧)
ମନକୁ ତୁମର ବୁଝିବାକୁ ଯାଇ
ଅବୁଝା ମୁଁ ହୋଇ ଗଲି,
ହୃଦୟକୁ ତୁମ ଖୋଜିବାକୁ ଯାଇ
ନିଜକୁ ହଜାଇ ଦେଲି । । (୨)
ହୃଦୟକୁ ତୁମର ଅଥଳ ସାଗର
ବେଳ ନାହିଁ ମାପିବାକୁ
ମୋ ପାଇଁ କି ଅଛି ନିଜ ହାତେ ନିଜ
ଆଖି ଲୁହ ପୋଛିବାକୁ … … … (୩)
ମନ ଚଢେଇ ମୋ ଉଡିବୁଲୁଥିଲା
ଉଡି ଉଡି ଥକ୍କି ଗଲା,
ପ୍ରେମ ତରୁଡାଳେ ବସା ବାନ୍ଧିଥିଲା
ବତାସ ଉଡାଇ ନେଲା ।। (୪)
ପ୍ରେମ ସେତ ତୁମ ଏକ ଉପନ୍ୟାସ,
ବେଳ ନାହିଁ ପଢିବାକୁ
ମୋ ପାଇଁ କି ଅଛି ଛାତିତଳ କୋହ
ଚାପି କିଛି ଲେଖିବାକୁ … … … (୫)
