କବି ସୌରଭ ଇଂ.ବିଦ୍ୟାଧର ପଣ୍ଡା

କବି ସୌରଭ ଇଂ.ବିଦ୍ୟାଧର ପଣ୍ଡା

କବି ବିଦ୍ୟାଧର ପଣ୍ଡାଙ୍କର ଜନ୍ମ କଟକ ଜିଲା ଆଠଗଡ଼ ଥାନା ବଳରାମପୁର ପୋଷ୍ଟ ଅନ୍ତର୍ଗତ ବଉଳପଦା ଗ୍ରାମରେ । ପିତା ୰କାଶିନାଥ ପଣ୍ଡା ଏବଂ ମାତା ଦୁଲାମାଳିଙ୍କର ସେ ଅଟନ୍ତି ଜେଷ୍ଠପୁତ୍ର । ତାଙ୍କର ଜନ୍ମ ୧୯୬୬ ମସିହା ଫେବୃୟାରୀ ମାସ ୯ ତରିଖରେ । ଏକାଦଶ ପର୍ଯ୍ୟନ୍ତ ପାଠପଢ଼ା ଗାଁ ପାଖର ସର୍ପେଶ୍ୱର ବିଦ୍ୟାଳୟରୁ । ଏକାଦଶ ପରୀକ୍ଷାରେ ଜାତୀୟ ବୃତି ପାଇଁ ମନୋନିତ ଏବଂ ପୁରା ଛାତ୍ର ଜିବନରେ ଅନବରତ ଜାତୀୟ ବୃତି ଉପଭୋଗ ସହ ପଢ଼ା ଶେଷ । ୧୯୮୨ ରୁ ୧୯୮୪ ଷ୍ଟୁଆର୍ଟ ସାଇନ୍ସ କଲେଜ୍- କଟକ ଏବଂ ୧୯୮୪ ରୁ ୧୯୮୭ ମସିହା ଓଡ଼ିଶା ସ୍କୁଲ୍ ଅଫ ଇଞ୍ଜିନିୟରିଂ- କଟକରେ ଡ଼ିପ୍ଲୋମା ସିଭିଲ୍ ବିଭାଗରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇ ବେସରକାରୀ ଚାକିରୀ ଜିବନର ଅୟଂ ଆରମ୍ଭ । ସେତେବେଳେ ସାନଭାଇ ସୁବାସ ଏବଂ ଭଉଣୀ ମମିକୁ ମିଶାଇ ପାଞ୍ଚପ୍ରାଣିର ପରିବାର । ୧୯୯୪ ମସିହା ମେ’ ମାସ ୨୭ତାରିଖଦିନ ନେମାଳ (କଣ୍ଟାପାରି) ବାସି ଅଚ୍ୟୁତାନନ୍ଦ ଦାସ ଓ ନଳିନିଦେବିଙ୍କ ସୁପୁତ୍ରୀ ଅନିମା(ଟୁକୁ) ବଡ଼ବୋହୁ ହୋଇ ପରିବାରରେ ନୂତନ ସଦସ୍ୟ ଭାବେ ଯୋଗଦେଲେ । ୧୯୯୫ ମସିହା ମାର୍ଚ୍ଚମାସ ୫ତାରିଖରେ ଗୋଟିଏ ନହ୍ନେ ମେହେମାନ ଅବିନାଶଙ୍କ ଆଗମନ ହେଲା । କବି ବିଦ୍ୟାଧର ପଣ୍ଡାଙ୍କର ନାଁଟି ଯେମିତି କାମ ବି ଅନୂରୁପ । ପଢ଼ାପଢ଼ିରେ ଥିବା ଉତ୍ସାହକୁ ଜାଣିଲାପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେସରକାରୀ ଚାକିରୀ ଜିବନରେ ଖୁବ୍ ଭଲ ପଦୋନ୍ନତି ପାଇବା ସଙ୍ଗେ ସଙ୍ଗେ ସେ ରେଭେନ୍ସାରୁ ବି. ଏ. ଓ ଏମ୍. ଏ. (ରାଜନିତି ବିଞାନ) ଏବଂ ଏଲ୍ ଏଲ୍. ବି. (ଉତ୍କଳ) ଶେଷ କରିଛନ୍ତି । ଧନ୍ଧାମୂଳକ ଶିକ୍ଷାରେ ସେ ବି. ଟେକ୍. ସିଭିଲ୍ ଏବଂ ପରେ ମଦନ ମୋହନ ମାଲବିୟା ଇଞ୍ଜିନିୟରିଂ କଲେଜ୍ (ଗୋରଖପୁର)- ୟୁ. ପି. ଟେକ୍ନିକାଲ୍ ୟୁନିଭରସିଟରୁ ପୁଣ୍ଣକାଳିନ ଛାତ୍ରରୁପେ ପରିବେଶ ବିଞାନରେ ଏମ୍. ଟେକ୍ ଶେଷ କରିଛନ୍ତି । ତାଙ୍କର ଗତ ୩୦ବର୍ଷ ଚାକିରୀ ଜିବନ କାଳ ମଧ୍ୟରେ ସେ ଅନେକ ବିଦେଶୀ ବହୁଦେଶୀୟ ଆନ୍ତର୍ଜାତୀକ ଅନୁଷ୍ଠାନ ଗୁଡ଼ିକରେ କାମ କରିଛନ୍ତି । ଏବେ ସେମିତି ଏକ ବିଦେଶୀ ବହୁଦେଶୀୟ ଆନ୍ତର୍ଜାତୀକ କମ୍ପାନିରେ ଟିମ୍ ଲିଡ଼ର ଭାବେ କାର୍ଯରତ । ଉକ୍ତ କମ୍ପାନି ତାଙ୍କୁ ଓଡ଼ିଶା ସରକାର ଅଧିନସ୍ଥ ପୂର୍ତବିଭାଗରେ ପାଞ୍ଚଗୋଟି ରାଜରାସ୍ତାର “ଅଥରିଟି ଇଞ୍ଜିନିୟର” ରିପ୍ରେଜେଣ୍ଟିଭ୍ ପଦବିରେ ନିଯୁକ୍ତି ଦେଇଛନ୍ତି । ୧୯୯୬ ମସିହାରୁ ୨୦୧୫ ମସିହା ଫେବୃୟାରୀ ମାସ ପର୍ଯ୍ୟନ୍ତ, ଲଗାତାର ୨୦ବର୍ଷ ଧରି ଓଡ଼ିଶା ବାହାରେ କାମ କରୁଥିବାରୁ ଓଡ଼ିଆରେ ଲେଖାଲେଖିର ସୁଯୋଗ ପାଉନଥିଲେ । ତା’ ଛଡ଼ା କବିଙ୍କର କେତେଗୁଡ଼ିଏ ଲେଖା ସମ୍ବାଦ, ପ୍ରମେୟ, ନିତିଦିନ, ସାମ୍ବାଦ କଳିକା, ନୟାଗଡ଼ ଦର୍ପଣ, ସଂଘତୀ, ବିକାଶ ବାର୍ତା, ବୈଶାଖି ଭଳି ଦୈନିକ ଓ ସାପ୍ତାହିକ ଖବର କାଗଜ ସହ ଇପ୍ସୀତା, ବନଜ୍ୟୋସ୍ନା ଆଦି ଅନେକ ମାସିକ ପତ୍ରୀକାରେ ବି ପ୍ରକାଶିତ ହୋଇଛି । ବିଶଷକରି ସେ ବାସ୍ତବବାଦୀ ଏବଂ ସମାଜର ବହୁତ ଜଟିଳ ସମସ୍ୟାକୁ ସରଳକାବ୍ୟ ରୁପ ଦେବାରେ ସିଦ୍ଧହସ୍ତ । କବିଙ୍କର ଲେଖାଭିତରେ – ଶିଶୁଚେଙ୍କ, ଭାଗଚାଷୀ, ଧନି ଓ ଗରିବ, ମରୁଡ଼ି ପାଉଣା, ମା’ ଓ ଦାଣ୍ଡପିଣ୍ଡା ପ୍ରଭୃତି କେତେକ କୃତିଗୁଡ଼ିକ ବିଶେଷ ଭାବରେ ପାଠକମାନଙ୍କ ମନକୁ ଛୁଇଁ ପାରିଛି । ସେ କେତେକ ଗରିବ ଛାତ୍ରଙ୍କ ସମସ୍ତ ପଢ଼ାଖର୍ଚ୍ଚ ବହନ ଉଦେଶ୍ୟରେ ଏକ ଏନ୍. ଜି. ଓ. “ ସେର୍ପଶ୍ୱର ସେବା ଚାରିଟେବଲ୍ ଟ୍ରଷ୍ଟ” ନାମରେ ୨୦୧୫ରେ ରେଜେଷ୍ଟ୍ରି କରିଛନ୍ତି । ଏହି ଟ୍ରଷ୍ଟ ଆନୁକୁଲ୍ୟରେ ସେ ଗୋଟିଏ ବର୍ଷରେ କୋରାପୁଟ୍ , କନ୍ଧମାଳ ଜିଲାର ପ୍ରାୟ ଏକଶହରୁ ଉର୍ଦ୍ଧ ଛାତ୍ରଙ୍କ ମୁହଁରେ ହସଫୁଟାଇ ପାରିଛନ୍ତି ।

Posts By କବି ସୌରଭ ଇଂ.ବିଦ୍ୟାଧର ପଣ୍ଡା

To Top