।ଏକ।
ପୂରୁବ ଆକାଶେ ସୁନେଲି କିରଣ
ସକାଳ ସୂରୁଯ ଢାଳେ,
କି ସୁନ୍ଦର ଦିଶେ ସକାଳ ଖରା
ଲୁଚି ଛପି ଗଛ ଡାଳେ।
ପ୍ରଭୂଙ୍କ ମହିମା ପ୍ରକୃତି ଆଶୀଷ
ଆଲୁଅ ହୋଇକି ବହେ,
ମଣିଷ ଆମେ ତା ସାଇତି ରଖିବା
ଏ କଥା ଆମକୁ କହେ ।।
।ଦୁଇ।
ସକାଳ ହୋଇଲା ସୂରୁଯ ଢାଳଇ
ସୁନେଲି ଆଲୁଅ ଧାରା,
ହସେ ଏ ସଂସାର ହସେ ଜନପଥ
ହସର ଜୁଆରେ ଭରା ।
ଏହି ହସେ ସାରା,
ଜଗତ ଟା’ ବନ୍ଧା
ଜଗତନାଥଙ୍କ,
ଏହା ହିଁ ବାରତା ପରା !!
