କବିତା

ସରସ୍ୱତୀ ପୂଜା

Bisweswar Majhi's odia poem Saraswati Poojaa

ଶୁଭ୍ର ବସନା ବରଦା ହଂସ ବାହନେ ଅର୍ଚ୍ଚିତା
ଅଜ୍ଞାନ ଅନ୍ଧକାରରେ ଜଗାଅ ଜ୍ଞାନ ଶୁଭ୍ରତା ।

ସରସ୍ୱତୀ ପୂଜା

ବୀଣାପାଣି ସରସ୍ୱତୀ ସାରଦା ବ୍ରହ୍ମ ଦୁହିତା
ମହାମାୟୀ ବାକ୍ୟଦେବୀ ରୂପେ ହୋଇଲେ ପୂଜିତା ।

ସାରଳା ବିମଳା ଅବା ମଙ୍ଗଳା ବିଶ୍ଵ ବନ୍ଦିତା
ଜଗଦ୍ଧାତ୍ରୀ ମହାକାଳୀ ପାର୍ବତୀ ଗାୟତ୍ରୀ ଗୀତା ।

ଶୁଭ୍ର ବସନା ବରଦା ହଂସ ବାହନେ ଅର୍ଚ୍ଚିତା
ଅଜ୍ଞାନ ଅନ୍ଧକାରରେ ଜଗାଅ ଜ୍ଞାନ ଶୁଭ୍ରତା ।

ବସନ୍ତ ପଂଚମୀ ଆଣେ ଆଗମନୀ ବାରତା
ଋତୁରାଜ ବସନ୍ତର ଆବାହନୀ ହେ ମାତା ।

ପବିତ୍ର ଏ ଶୁଭ ଦିନ ବ୍ରତ ଗୃହ ପ୍ରତିଷ୍ଠା
ଶୁଭାରମ୍ଭ ଅନୁକୂଳ ଯଜ୍ଞ ତୁଷ୍ଟି ଦେବତା ।

ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ସବଂଶେ ହତ ରାବଣ ହରିଲା ଯେଣୁ ସେ ସୀତା ।

ନାରୀ ଯହିଁ ପୂଜାପାଏ ରମନ୍ତି ତହିଁ ଦେବତା
ସରସ୍ୱତୀ ପୁଜାର ଏ ମହତ୍ୱପୂର୍ଣ୍ଣ ବାରତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top