ନିଧି ବୁଢା ବାଡି ପଟ ବିଚାର ଟି ଘେନ
ପରିବେଶ ପରିମଳ କରିବା କେସନ ।
ପ୍ରକୃତିର ଗନ୍ତାଘର ଭାରତ ଆମର
ପୂରାତନ ସଭ୍ୟତା ମହୋଞ୍ଜଦାର-ହର ।
କାହିଁ ପାଇଁ ପରିବେଶ କରୁ କଳୁଷିତ
ବିଶ୍ଵ ଦରବାରେ ଦେଶ ହେଉଛି ନିନ୍ଦିତ ।
ଆସୁଅଛି ଜୁନ୍ ପାଞ୍ଚ ପରିବେଶ ଦିନ
ଆମ ପରିବେଶ ଛବି ନହେଉ ମଳିନ ।
ଦେବଭୂମି ଭାରତକୁ ଦେବଯୋଗ୍ୟ କରି
ଆବର୍ଜନା ଯେତେ ତାକୁ ଦେବା ଦୂର କରି ।
ଶପଥ କରିବା ଆମେ ନିଜ କର୍ମ ସ୍ଥଳି
ସ୍ୱଚ୍ଛ ନିର୍ମଳ ରଖିବା ନକରି ଗହଳି ।
ସ୍ୱଚ୍ଛ ଭାରତର ଅଭିଜାନ ମୋଦି ସାଇଁ
କରିଛନ୍ତି ଆମେ ତାକୁ ନେବାଟି ଆଗେଇ ।
