କବିତା

ହୁଲିଡ଼ଙ୍ଗା ଓ ମାଝି

Huli Dangaa O Maajhi an odia poem by Niranjan Jena

ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି
ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା ,
ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ
ଦରିଆର ଜଳ,
ମାଝିର ଆଖିରେ ତୋଳେ ଆଶାର କଜଳ ।

ହୁଲିଡ଼ଙ୍ଗା ଓ ମାଝି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହାତରେ ଆହୁଲା ଥିଲେ
ହୁଲିଡ଼ଙ୍ଗା ମାଝି ଦରିଆ ସମ୍ରାଟ
ହାତରୁ ଆହୁଲା ଖସିଲେ
ଅଣବାବୁଆ ହୋଇଯାଏ / ନାଉରିଆ ଟୋକା ।

ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି
ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା ,
ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ
ଦରିଆର ଜଳ,
ମାଝିର ଆଖିରେ ତୋଳେ ଆଶାର କଜଳ ।

ଜାଲ ଫାନ୍ଦି ବସିଥାଏ,
ଗୁମ ମାରି ହୁଲିର ମାଝି
ଲହରୀରେ ଖେଳୁଥାଏ ଦୋଳି
ହୁଲି ଡଙ୍ଗା ତା’ର
ମାଛ ଧରୁ ଧରୁ
କେ କହିବ, କେତେବେଳେ
ହୋଇଯିବ ତିମିର ଆହାର
ନତୁବା ସେ ସଅଳ ସଅଳ
ଫେରିଯିବ ପୂର୍ଣ୍ଣ କରି ଖାଳେଇର ଖୋଳ ।

ହଲ ହଲ ହୁଲି ଡଙ୍ଗା ,
ଢଳ ଢଳ ଜୀବନର ସାରୁପତ୍ର ଜଳ
ମିଶିଗଲେ ଦରିଆର ଜଳେ , କେ ନେବ ଖବର,
ଏକାଥିଲେ ସାରୁପତ୍ରେ ସେତକ ତା ପାଇଁ
ନିଜସ୍ୱ ସ୍ଥିତିରେ ଉଜ୍ଜ୍ୱଳ ସ୍ୱାକ୍ଷର
ସେ ସ୍ୱାକ୍ଷର କି ରଖିବାକୁ ଦେବ –
ତରଙ୍ଗର ଖେଳ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top