ସମୟ !
ସମୟ ଆସିଛି
ସାଥେ ନେଇ ତା ଦଳବଳକୁ
ମଳୟ ପବନ, ଫୁଲର ସୁରଭି
ଜୋଛନା ବିଛୁରିତ ରାତି
ଆଉ ଉଜାଣି ନଦୀ ପଠାକୁ |
ହସୁଛି ନା କାନ୍ଦୁଛି
ବୁଝି ହୁଏନା ତାର ଭାବନା
ଆଖି ତା ସଜଳ
ଦୁଃଖ ବା ସୁଖ
ତାହା ସଂକେତ ଦିଏ ନା
ବୁଢ଼ୀ ଅସୁରୁଣୀ
ମାୟା ଜାଲେ ଅଟକିବ ସେ
ବୁଲିବ ଅଭିଶପତା ହୋଇ
କାହାର ଅଭିଶାପେ
ମୋତେ ଅନେଇବ,ସିନା
ଦେଖି ପାରିବନି, କାହିଁକିନା
ମୁଁ ନାହିଁ ,ଦୂର ଦିଗ୍ ବଳୟରେ
ହଜିଛି ମୁଁ ଅନନ୍ତ ଭିତରେ
ସମୟ !
ତୁମ ଆଉ ମୋ ଭିତରେ
ଅସୀମ ବବଧାନ ଘୁଞ୍ଚି ଚାଲିଛି
ଦୂରକୁ ଦୂରକୁ ।
