ସେ ଯେତେଥର ମୋ ସ୍ୱପ୍ନରେ ଆସିଛି
ମୁଁ ସେତେଥର
ତା ଅନିଚ୍ଛାରେ ତାକୁ ବିବସ୍ତ୍ର କରିଛି ।
ତା’ ଗଭାରୁ ସନ୍ଧ୍ୟାର ସଜ ମଲ୍ଲିଫୁଲ
କାଢ଼ି ଫିଙ୍ଗି ଦେଲା ବେଳେ
ତା’ର ନାଇଁ ନାଇଁ ଥାଉ ଥାଉ,
ତା’ ଶାଢ଼ୀ ଖୋଷଣୀକୁ ନଜାଣିବା ପରି
ଖୋଲିଦେଲା ବେଳେ
ତାର ଉଁ ହୁଁ ଶୁଣି
ମୋତେ ଭାରି ହସ ଲାଗେ ।
ପ୍ରତି ରାତିରେ ଧରାବନ୍ଧା
ଦିଆ ନିଆର ପର୍ବ ।
ତା’ ର ଚଞ୍ଚଳ ଦେହରେ
ମୋ ଦୁଷ୍ଟ ଓଠର ସ୍ପର୍ଶରେ
ସବୁ ରାତିରେ ପରଖି ଦେଖିଛି ,
ତା’ ଗଭିର କୌତୁହଳ ନାଭିକେନ୍ଦ୍ରରୁ
ତା’ ହରିଣୀ ଆଖିଯାଏ
ମୋ ପୁରୁଷ ପଣିଆର ସ୍ୱାକ୍ଷର
ଦେଇ ଚାଲିଛି ରାତି ତମାମ ।
ତଥାପି ସେ ନିରବରେ
ମୋ ହୃଦୟର ଯଜ୍ଞକୁଣ୍ଡରେ
ନିଜକୁ ସମର୍ପିଛି ।
ପାହାନ୍ତାରେ ଯେବେ
ତା’ ଅସଜଡ଼ା ଶାଢ଼ୀ ସାଉଁଟି
ତା’ ଛାତି ଉପରୁ
ମୋ ହାତକୁ ଧୀରେ ଆଡ଼େଇ
ମୋ ବନ୍ଧ ଟପିବାକୁ ଯାଇଛି
ମୁଁ ପଛରୁ ତା’ କାନିକୁ ଭିଡ଼ି ଧରିଛି
ଠିକ୍ ସେ ବୁଲି ଚାହିଁ
ଥାଉ କହିଲା ବେଳେ
ତା’ ଆଖିରେ ତଥାପି ମୁଁ
ସମର୍ପଣ ଶହେ ଭାଗ ଦେଖିଛି ।
