କବିତା

ଆମେ ସବୁ କଢ଼ି

Gupteshwar Nanda's odia poem for children Aame Sabu Kadhi

ଜ୍ଞାନ ପାଇଁ ଫୁଲ ପରି
ବାସ କୁ ବିତରି
ସଭିଏଁ ହେବାରେ ଆମେ
ପ୍ରିୟ ଯେ ସବୁରି ।

ଆମେ ସବୁ କଢ଼ି

ଆସ ଆସ ପିଲା ମାନେ
ଯିବା ପାଠ ପଢ଼ି
ପାଠ ପଢ଼ି ଫୁଲ ହେବା
ଆମେ ସବୁ କଢ଼ି ।

ଜ୍ଞାନ ପାଇଁ ଫୁଲ ପରି
ବାସ କୁ ବିତରି
ସଭିଏଁ ହେବାରେ ଆମେ
ପ୍ରିୟ ଯେ ସବୁରି ।

ନିରଳଶ ହୋଇ ଆମେ
କାମ ଯେ କରିବା
ଦେଶ ମାଁ’ର ଉନ୍ନତିକୁ
କେହି ନ ଭୁଲିବା ।

ଜାତି, ଧର୍ମ, ଭାଷାଠାରୁ
ରହିବା ଉର୍ଦ୍ଧ୍ଵରେ
ଭାରତୀୟ ଭାବେ ନାମ
କରିବା ଧରାରେ ।

ମିଳି ମିଶି ଚଳିବାରେ
ଭାଇ ଭାଇ ହୋଇ
ଆମ ଦେଶୁ ଶତ୍ରୁମାନେ
ପଳାଇବେ ଧାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top