କବିତା

ରାମ ରାଜ୍ୟ ଆମେ ଗଢ଼ିବା

Gupteshwar Nanda's odia poem for children Raama Raajya Aame Gadhibaa

ଭାଇ ଭଉଣୀଏ ଆସ ଆସ ମୋର
କରିବା ଶପଥ ଏକାଠି
ଦେଶ ମାଁକୁ ନେଇ ଗର୍ବ କରିବାରେ
ରହିଲେ ବି ଯିଏ ଯେଉଁଠି ।

ରାମ ରାଜ୍ୟ ଆମେ ଗଢ଼ିବା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆମେରେ ପଢ଼ିବା ଆମେରେ ବଢ଼ିବା
ଭୁଲିବାନି ଦେଶ ମାଆକୁ
ପାଠଶାଠ ପଢ଼ି ବଡ଼ ଲୋକ ହୋଇ
ଟେକିବା ତାହାର ମଥାକୁ ।

ଭାଇ ଭଉଣୀଏ ଫୁଲପରି ଆମେ
ବିତରିବା ଆମ ବାସକୁ
ଜାତି, ଧର୍ମ, ଭାଷା ଉର୍ଦ୍ଧ୍ଵରେ ରହିକି
ଆଗେଇ ନେବାରେ ଦେଶକୁ ।

ଅନ୍ୟାୟ, ଅଧର୍ମ, ଅନୀତି ଆଦିକୁ
ଲିଭାଇବା ଦେଶ ମାଟିରୁ
ଦେଶ ଶତ୍ରୁ ଠାରେ ନଇଁବନି ମୁଣ୍ଡ
ଅଲଗା ହେଲେବି ଗଣ୍ଡିରୁ ।

ଭାଇ ଭଉଣୀଏ ଆସ ଆସ ମୋର
କରିବା ଶପଥ ଏକାଠି
ଦେଶ ମାଁକୁ ନେଇ ଗର୍ବ କରିବାରେ
ରହିଲେ ବି ଯିଏ ଯେଉଁଠି ।

ସଦାବେଳେ ଭଲ ଆଚରଣ କରି
ସତ୍ଯ ବଚନ ହିଁ କହିବା
ନାରୀଙ୍କୁ ଉଚିତ୍ ସମ୍ମାନ ଦେଇକି
ରାମରାଜ୍ୟ ଆମେ ଗଢ଼ିବା ।

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top