ହସିବାକୁ ହେବ ଜୀବନ ତମାମ
ଆପଣାର ଦୁଃଖ ଚାପି
ଏଇତ ମଣିଷ ଜୀବନ ଅଟଇ
ଶାନ୍ତି କାହା ପାଖେ ଅଛି ?
ନର ଜୀବନରେ ସଦାବେଳେ ଭାବେ
ଏକା ଅଛି ସିଏ ଦୁଃଖେ
ଅନ୍ୟ କୁ ଭଲରେ ଦେଖିଲେ ଜାଣିବ
କେହି ନାହିଁ ଏଠି ସୁଖେ ।
ନିଜ ସୁଖ ଦୁଃଖ ନିଜକୁ ତ ଦିଶେ
ନର ଛନ୍ଦି ହୁଏ ତହିଁ ପର ଦୁଃଖ କୁ ବି ଆପଣା ମଣିଲେ
ସୁଖମିଳେ ଏଥିପାଇଁ ଦୁଃଖୀଟିଏ ଦେଖି ସାହା ହେଲେ ବାବୁ
ପାଇବ ଅମାପ ସୁଖ
ସବୁ କାର୍ଯ୍ୟ ତୁମ ହେବଟି ସଫଳ
କୋଶେ ଦୂରେ ଥିବ ଦୁଃଖ ।
