କବିତା

ଲଗ୍ନଟିଏ ଲୋଡ଼ା

Abhisek Mohapatra's odia poem Lagnatie Lodaa

ସେଦିନ ତାରାଟି ଖସିଲାବେଳେ ,
ମୁଁ ମାଗିଥିଲି ଜାଣ କାହାକୁ ?
ଆମର ସେଇ ପୁରୁଣା ସ୍ମୃତିକୁ ଫେରାଇ ଦେବାକୁ !

ଲଗ୍ନଟିଏ ଲୋଡ଼ା

ଜହ୍ନଟା ଆକାଶରେ ଉଠିବାର ବେଳେ –
ଫି ଦିନ ତୁମେ ମନେପଡ !
ଡାଏରୀ ପୃଷ୍ଠାରେ ଖାଲି ତୁମ କଥା ,
ଅଣ୍ଡାଳିଳେ ବୋଧେ ତୁମେ ଦେଖିପାର !
ଏମିତି ଦିନଟେ ନାହିଁ ,
ଯେଉଁଦିନ ମୁଁ ତୁମକୁ ମନେ ନପକାଇଛି !

ତୁମେ ବୋଧେ ଜାଣିନ !
ଏମିତି ଦିନଟେ ନାହିଁ ଯେବେ ମୁଁ ନକାନ୍ଦିଛି ,
ଲୁହ ନଗଡେଇଛି ଖାସ୍ ତୁମ ପାଇଁ !

ସେଦିନ ତାରାଟି ଖସିଲାବେଳେ ,
ମୁଁ ମାଗିଥିଲି ଜାଣ କାହାକୁ ?
ଆମର ସେଇ ପୁରୁଣା ସ୍ମୃତିକୁ ଫେରାଇ ଦେବାକୁ !

ଯେଉଁଠି ଆମେ ଥିଲେ ,
ଗୋଟିଏ ପ୍ରେମ ଲଗ୍ନର ଆରମ୍ଭରେ ,
ତୁମେ କହିଥିଲ ତୁମେ ଥିଲେ କିଛି ଲୋଡା ନାହିଁ ,
ମୁଁ କଳ୍ପିଥିଲି ତୁମ ବିନା ସବୁ କିଛି ମୁର୍ଛିବାକୁ !

ତୁମେ ଏବେ ଏବେ ଯେବେ ଆସ ସ୍ଵପ୍ନରେ –
ଡର ଲାଗେ ଦେଖିବାକୁ ତୁମକୁ !
କେହି ଜଣେ ଥାଏ ତୁମ ଚେହେରା ଆଢୁଆଳେ ,
ମନାକରେ ତୁମକୁ ଚାହିଁବାକୁ !

ଏବେ ଏବେ ସ୍ଵପ୍ନ କାହିଁ ଯେ ?
ଖାଲି ଗୋଟେ ନିରାକାର ଅଦ୍ଭୁତ ଦୁଃସ୍ଵପ୍ନ ଦେଖେ ,
ରାତି ଅଧରେ ନିଦ ଭାଙ୍ଗିଲେ ମନ ଭରି କାନ୍ଦେ !
ଆଉ ଥାଏ ଗୋଟେ ମିଳନ ଲଗ୍ନ ଅପେକ୍ଷାରେ‌ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top