ଅଣୁଗଳ୍ପ

ପକ୍ଷହୀନ ଛଞ୍ଚାଣ

Biswajeebana Mishra's odia short story Pakshyaheena Chanchaana

ମୁଁ କଣ ଆଉ ଘରୁ ବାହାରିବିନି ? ମୁଁ କଣ ଆଉ ରାସ୍ତାରେ ଚାଲିବିନି ? ମୋର ବି ତ ପେଟଟେ ଅଛି ! ମୋ’ ପେଟକୁ କ’ଣ ଭୋକ ହୁଏନି ?

ପକ୍ଷହୀନ ଛଞ୍ଚାଣ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିର୍ବଳ ଆଲୋକ…

ଜନାକୀର୍ଣ୍ଣ ନିର୍ଜନତା…

ସବୁ ପୋଡା ମାଂସ ଆଉ ହାଡକୁ ଚୋବାଇ ଚୋବାଇ ଖାଇ ଜାଗା ସଫା କରି ସରିଲା ପରେ ବି, ମୋ ଛାତିରେ ଝୁଲୁଥିବା ଚେନାଏ କଞ୍ଚା ମାଂସ ପାଇଁ ଏ ଛଞ୍ଚାଣମାନେ ଭୋକିଲା ! ମୁଁ କଣ ଆଉ ଘରୁ ବାହାରିବିନି ? ମୁଁ କଣ ଆଉ ରାସ୍ତାରେ ଚାଲିବିନି ? ମୋର ବି ତ ପେଟଟେ ଅଛି ! ମୋ’ ପେଟକୁ କ’ଣ ଭୋକ ହୁଏନି ?

ନା, ମୁଁ ମରିବା ପୂର୍ବରୁ ମରିଯିବି ଏମାନଙ୍କ ଆହାର ପାଇଁ ?

ମୋର ମନେ ପଡୁଛି, ‘ମୋର ଏଇ ପେଟ ହିଁ ଦିନେ ଏଇ ଛଞ୍ଚାଣମାନଙ୍କର ବସା ଥିଲା…’

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top