ନିର୍ବଳ ଆଲୋକ…
ଜନାକୀର୍ଣ୍ଣ ନିର୍ଜନତା…
ସବୁ ପୋଡା ମାଂସ ଆଉ ହାଡକୁ ଚୋବାଇ ଚୋବାଇ ଖାଇ ଜାଗା ସଫା କରି ସରିଲା ପରେ ବି, ମୋ ଛାତିରେ ଝୁଲୁଥିବା ଚେନାଏ କଞ୍ଚା ମାଂସ ପାଇଁ ଏ ଛଞ୍ଚାଣମାନେ ଭୋକିଲା ! ମୁଁ କଣ ଆଉ ଘରୁ ବାହାରିବିନି ? ମୁଁ କଣ ଆଉ ରାସ୍ତାରେ ଚାଲିବିନି ? ମୋର ବି ତ ପେଟଟେ ଅଛି ! ମୋ’ ପେଟକୁ କ’ଣ ଭୋକ ହୁଏନି ?
ନା, ମୁଁ ମରିବା ପୂର୍ବରୁ ମରିଯିବି ଏମାନଙ୍କ ଆହାର ପାଇଁ ?
ମୋର ମନେ ପଡୁଛି, ‘ମୋର ଏଇ ପେଟ ହିଁ ଦିନେ ଏଇ ଛଞ୍ଚାଣମାନଙ୍କର ବସା ଥିଲା…’
