କବିତା

ବିଶ୍ୱ ଗୁରୁ

Er Bidyadhar Panda's odia poem Bishwaguru

ଆଗପଛ ପର୍ବପର୍ବାଣି ପରଖି
ଧାର୍ଯ୍ୟ କର ନିର୍ବାଚନ
ଅଯଥା ରକତ ପାତ ହୋଇବନି
ଧ୍ୟାନଦେଲେ କମିଶନ

ବିଶ୍ୱ ଗୁରୁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିର୍ବାଚନି ନିଆଁ କୁହୁଳିଲା ବେଳେ
ଆସିଲା ହୋଲି ପରବ
ରକତରେ ହୋଲି ଖେଳିଲେ ଷାଠିଏ
ଛଅ ଜଣ ହେଲେ ଶବ

ଆଗପଛ ପର୍ବପର୍ବାଣି ପରଖି
ଧାର୍ଯ୍ୟ କର ନିର୍ବାଚନ
ଅଯଥା ରକତ ପାତ ହୋଇବନି
ଧ୍ୟାନଦେଲେ କମିଶନ

ଉତର ପ୍ରଦେଶେ ଉତରା ଖଣ୍ଡରେ
ପଦୁଅଁର ହେଲା ବଣ
ଚା’ରି ଶ ତିନିରୁ ତିନି ଶ’ ପଚିଶ
ସତୁରୀ ରୁ ସତାବନ

ପଞା ମାରିନେଲା ପଞାବ ଗାଦିକୁ
ଆ’ପ୍କୁ ଚଟାଇ ଧୂଳି
ଅମିତଙ୍କ ଅଙ୍କକଷା ଭୁଲ ହେଲା
ଅକାଳି ସାଙ୍ଗରେ ଖେଳି

ସାଇକେଲ ଚେନ୍ ଖଣ୍ଡ ବିଖଣ୍ଡିତ
ମାୟାଜାଲ ଗଢ଼ଗଢ଼
ପଦୁଅଁ ପଙ୍କରେ ହାତୀ ଫଶିଗଲା
ଭାଙ୍ଗିଗଲା ହାଡ଼ ଗୋଡ଼

ଜାତି ରାଜନିତି ଭୁଲିଗଲା ହାତୀ
ପାତାଳ ଭେଦି ପଙ୍କରେ
ଗଜ ଉଦ୍ଧାରଣ ସତେ ଆଉ ହେବ
ଏ’ଘୋର କଳି କାଳରେ?

କେଜରି ୱାଲ୍‌ଜି ନହୁଅ ପାଗଳ
ଭାରତ ଭ୍ରମଣ ଛାଡ଼
ଦିଲ୍ଲୀ ବାସୀଙ୍କର ଦୁଃଖ ସୁଖ ବୁଝ
ସୁଶାସନ ବାଟ କାଢ଼

ନିର୍ଭୟା କାଣ୍ଡ ତ ହୋଲିରେ ହେଉଛି
ଦିଲ୍ଲୀ ଦୁଲୁକୁଚି ଦେଖ
ମୋଦିକୁ ବିରୋଧ କରିଲେ କି ଲାଭ?
ନିତିଶଠୁଁ କିଛି ଶିଖ

ଯୁବରାଜ ତୁମେ ସଂସାର ବଢ଼ାଅ
ନାତୀ ଖେଳୁ ଜେଜୀକୋଳେ
ରାଜ ଅଭିଷେକ ବିହି ଭୁଲିଗଲା
ଲେଖିନି ତୁମ କପାଳେ

କୂଳବଂଶ ରକ୍ଷା ପଥ ବାଛ ଏବେ
ନାତୀ ନାତୁଣୀର ଲୋଡ଼ା
ପ୍ରଶାନ୍ତ କୁମାର ଗଧ ପାଦ ଛାଡ
ରଖ ଗୁଜୁରାଟ ଘୋଡ଼ା

ପ୍ରୀୟଙ୍କା ଗାନ୍ଧୀ ଭଦରାଙ୍କୁ ଡ଼ାକ
ସମ୍ଭାଳୁ କଂଗ୍ରେସ ମଙ୍ଗ
ବାରମ୍ବାର ଶିଶୁପାଳ ହେଉଥିଲେ
କିଏ ହେବ ତୁମ ସାଙ୍ଗ?

ଜାତୀୟ ଦଳରୁ କ୍ଷତ୍ରୀୟ ଦଳକୁ
କଂଗ୍ରେସ କୁ ଆଣିଲଣି
କେତେଦିନ ଆଉ ତୁମରି ମୁଣ୍ଡରେ
ଖୋଜିବେ ସମସ୍ତେ ମଣି?

ଲୋକମାନେ ସବୁ ଚାଲାଖ ହେଲେଣି
ବୁଝୁଛନ୍ତି ତୁମ ରଙ୍ଗ
ଯାଗା ଦେଖିଚାହିଁ ରାଜନିତି କର
ବଦଳା ପୁରୁଣା ଢ଼ଙ୍ଗ

ଗୋଆ ମଣିପୁର କେହି ଜିତିନାହଁ
ଜିତିଛି ଅନ୍ୟାନ୍ୟ ଦଳ
ଗୋଡ଼ ଧର ଅବା ମନ୍ତ୍ରୀ ପଦ ଯାଚି
ହାତେଇଯା ଆଜ୍ଞାମାଳ

ମୋଦିର ମୋଦକ ନିଶାରେ ଭାରତ
ସଭିଙ୍କୁ ଯାଉଛି ଭୁଲି
ବିମୁଦ୍ରୀ କରଣ କଥାକୁ ଅକଥା
କହୁଥିଲେ ବୁଲି ବୁଲି

ସଂକୀର୍ଣ୍ଣତା ଛାଡ଼ ସହଯୋଗ କର
ବିକାଶର ରଥ ଗଢ଼ୁ
ମୋଦି ବାଟ ଛାଡ଼ ଦଶ ବାର ବର୍ଷ
ଦେଶ ହେଉ ବିଶ୍ୱଗୁରୁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top