ଅଣୁଗଳ୍ପ

ଫତୁଆ

Biswajeebana Mishra's odia short story Fatwa

ତୁମ ବୋଉ ଯଦି ତୁମକୁ ଜନ୍ମ କରି ନଥାନ୍ତା ତୁମେ ଆଜି ବଡ ହୋଇ ଏ ପ୍ରହସନର ଢମ କରିବା ପାଇଁ ବି ଜୀଅନ୍ତା ବୁଲୁ ନ ଥାନ୍ତ !

ଫତୁଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆମିର ଖାଁ ବାବୁ, ଶାହରୁଖ ଖାଁ ବାବୁ, ସଲମନ ଖାଁ ବାବୁ ଅଭିନୟ କରି ପାରିବେ, ଗୀତର ତାଳେ ତାଳେ କଖାରୁ ଡଙ୍କ ଭଳି କଟି ପ୍ରଦେଶକୁ ମୋଡି ପାରିବେ, ବକ୍ଷ ଦେଶରେ ଭୂମିକମ୍ପ ସୃଷ୍ଟି କରି ପାରିବେ, ଦୁଇ ଗୋଡ ଭିତରେ ଗାମୁଛା ପୁରେଇ ବେଙ୍ଗ ଡିଆଁ ଡେଇଁ ପାରିବେ, ଅଖା ଦଉଡ କରି ପାରିବେ, ସାପ ହେଇ ତଳେ ମାଟି କାମୁଡି ଗଡି ପାରିବେ, କାଳିଶି ନାଚ କରି ପାରିବେ, ବାହାର ଗ୍ରହରୁ ଆସିଛନ୍ତି ବୋଲି ଚଳଚିତ୍ରରେ ଦେଖାଇବା ପାଇଁ ରେଳ ଧାରଣା ଉପରେ ଲଙ୍ଗଳା ହୋଇ ଦଉଡ଼ି ପାରିବେ, ସେମାନେ ସବୁ କିଛି କରି ପାରିବେ .. ବୋପାଲୋ ! ତାଙ୍କ ପାଇଁ କିଛି ନିୟମ ନାହିଁ !

ହେଲେ ବଡ ଦୁଃଖର କଥା କୁନି ଝିଅଟେ ମଞ୍ଚରେ ଠିଆ ହୋଇ ଗୀତଟିଏ ବୋଲିଦେଲା ଯେ ଧର୍ମରେ କୁଆଡେ ଗ୍ରହଣ ଲାଗି ଯାଇଛି ! ଛୟାଳିଶ ମୂର୍ଖ ପଣ୍ଡିତ ମିଳି ମିଶି ଗୋଟିଏ ସ୍ୱରରେ ସମନ ଜାରି କରିଛନ୍ତି ।

ଆରେ ବାବୁ ତୁମ ବୋଉ ଯଦି ତୁମକୁ ଜନ୍ମ କରି ନଥାନ୍ତା ତୁମେ ଆଜି ବଡ ହୋଇ ଏ ପ୍ରହସନର ଢମ କରିବା ପାଇଁ ବି ଜୀଅନ୍ତା ବୁଲୁ ନ ଥାନ୍ତ ! ତୁମର ସବୁ ନିୟମ କାନୁନ୍ ଖାଲି ମା’ ମାନଙ୍କ ଉପରେ କାହିକି ଲାଗୁ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top