ବହୁ କାଳ ପୂର୍ବେ ଉଜ୍ଜୟିନୀ ନଗରୀରେ ରାଜୁତି କରୁଥିଲେ ରାଜା କୀର୍ତ୍ତିବର୍ମା । ସେ ସର୍ବଦା ନିଜର କୀର୍ତ୍ତି ପାଇଁ ଚିନ୍ତିତ ଥିଲେ । ନୂଆ ନୂଆ ଯୋଜନା ପ୍ରଣୟନ କରି ଲୋକପ୍ରିୟ ହେବାକୁ ସର୍ବଦା ଚେଷ୍ଟିତ ଥାନ୍ତି । କିଛି ବର୍ଷ ପରେ ରାଜା ଅନୁଭବ କଲେ ତାଙ୍କର ଲୋକପ୍ରିୟତା ହ୍ରାସ ପାଉଛି । ସେ ଆହୁରି ନୂଆ ନୂଆ କସରତ କଲେ କିନ୍ତୁ କିଛି ଲାଭ ହେଲା ନାହିଁ ।
ଲୋକପ୍ରିୟତା ବୃଦ୍ଧି ପାଇଁ ପ୍ରଣୟନ କରାଯାଇଥିବା ଯୋଜନାର ଫଳ ଓଲଟା ହେଉଥାଏ । ରାଜାଙ୍କ ସପକ୍ଷରେ ପ୍ରବଳ ପ୍ରଚାର ପ୍ରସାରର କିଛି ଫଳ ମିଳୁନଥାଏ । ଥରେ ଜଣେ ରାଜ କର୍ମଚାରୀ କହିଲେ, ମହାରାଜା ରାଜ୍ୟ ସୀମାନ୍ତରେ ଜଣେ ସନ୍ୟାସୀ ରହୁଛନ୍ତି, ଶୁଣିଚି ସେ ଜଣେ ଜ୍ଞାନୀ ତଥା ବାସ୍ତବିକତା କୁ ବୁଝି ସମସ୍ୟା ର ସମାଧାନ କରନ୍ତି । ସେ ହୁଏତ ମରାରାଜାଙ୍କୁ ପୂର୍ବ ଲୋକପ୍ରିୟତା ଫେରି ପାଇବାରେ ସହାଯ୍ୟ କରିପାରନ୍ତି । କିନ୍ତୁ ତାଙ୍କ ପାଖକୁ ଏକୁଟିଆ ଯିବାକୁ ପଡିବ, ସେ ଅଯଥା ଆଡମ୍ବର ପସନ୍ଦ କରନ୍ତି ନାହିଁ । ରାଜା ମନସ୍ତ କଲେ ନିଜେ ଯାଇ ସନ୍ୟାସୀଙ୍କୁ ଦେଖା କରିବେ ।
ଦିନେ ରାଜା ମନ୍ତ୍ରୀଙ୍କୁ ରାଜକାର୍ଯ୍ୟ ସମର୍ପି ସନ୍ୟାସୀଙ୍କ ପାଖରେ ପହଞ୍ଚିଲେ । ଦେଖିଲେ ସନ୍ୟାସୀ ଜଣେ ସାଧାରଣ ମଣିଷ, ନିଜ କାମ ନିଜେ କରୁଛନ୍ତି । ରାଜା ତାଙ୍କ ପରିଚୟ ଦେଲେ ଓ ଆସିବାର ଉଦ୍ଦେଶ୍ୟ ଜଣେଇଲେ କିନ୍ତୁ ସନ୍ୟାସୀ ଆଲୁଚାଷରେ ବ୍ୟସ୍ତ ଥବାରୁ ରାଜାଙ୍କ କଥାକୁ ବିଶେଷ ଗୁରୁତ୍ୱ ଦେଲେ ନାହିଁ । ରାଜା କଥାବାର୍ତ୍ତା ଜାରି ରଖିବା ଉଦ୍ଦେଶ୍ୟରେ ନିଜ ବୁଦ୍ଧିର ଉପଯୋଗ କରି କହିଲେ,
ହେ ମହାଭାଗ, ଏଭଳି ଜାଗାରେ ଆପଣ କାହିଁକି ଅଲୁଚାଷ କରୁଛନ୍ତି, ଏ ଜାଗା ବତକ ଓ କୁକଡ଼ା ଚାଷ ପାଇଁ ଉପଯୋଗୀ ।
ଏ କଥାର କିଛି ପ୍ରଭାବ ସନ୍ୟାସୀଙ୍କ ଉପରେ ପଡିଲା ନାହିଁ । ତାହାପି, ରାଜା ନିଜ ପ୍ରଶ୍ନର ଉତ୍ତର ଅଭିଲାଷାରେ ସେଠାରେ କିଛିଦିନ ଅପେକ୍ଷ୍ୟା କଲେ । ଦିନେ ସନ୍ୟାସୀ ଏକୁଟିଆ ବିଶ୍ରାମ କରୁଥିବା ସମୟରେ ଯାଇ ଅନୁରୋଧ କଲେ;
— ହେ ମହାଭାଗ, ଦୟାକରି ମୋର ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।
ସନ୍ୟାସୀ ଅନୁମତି ଦେବାରୁ ରାଜା ପଚାରିଲେ;
— ହେ ମହାଭାଗ, ମୁଁ ମୋର ସାଧ୍ୟମତେ ରାଜଧର୍ମ ପାଳନ କରିଛି, ଜନତାଙ୍କ ସେବା ଉଦ୍ଦେଶ୍ୟରେ ବହୁ ଯୋଜନା ପ୍ରଣୟନ କରିଛି । କେବଳ ମଣିଷ କାହିଁକି ଜୀବଜନ୍ତୁ ମାନଙ୍କ ପାଇଁ ଅନେକ ଯୋଜନା କରିଛି । ନିଜେ ଯାଇ ଜୀବଜନ୍ତୁଙ୍କ ସେବା କରୁଛି । ବହୁ ପରିଶ୍ରମ ସତ୍ୱେ ମୋର ଲୋକପ୍ରିୟତା ହ୍ରାସ ପାଉଛି । ସେଥିପାଇଁ ମୁଁ ଚିନ୍ତିତ, ଏହାର ସମାଧାନ ପାଇଁ କିଛି ଦିଗଦର୍ଶନ ଦିଅନ୍ତୁ ପ୍ରଭୁ । ରାଜା ଆହୁରି ଅନେକ କଥା ନିଜ ବିଷୟରେ କହିଲେ ।
କିଛି ସମୟ ଚିନ୍ତା କରିବା ପରେ ସନ୍ୟାସୀ କହିଲେ, ମୋ ପାଖରେ ଲୋକପ୍ରିୟତା ବଢେଇବା ପାଇଁ କିଛି ଦିବ୍ୟ ଜ୍ଞାନ ନାହିଁ । ମୁଁ ଜଣେ ବାସ୍ତବିକତା ସହିତ ଯୋଡି ହୋଇଥିବା ମଣିଷ । ମୋର ଜ୍ଞାନ ଓ ଅଭିଜ୍ଞତା ଆଧାରରେ ଯାହା କହିବି ।
ସାଧୁ କହିବା ଆରମ୍ଭ କଲେ ;
ପ୍ରକୃତ ତମ ଜୀନବନରେ ଆସିଥିବା କ୍ଷ୍ୟଣସ୍ଥାଇ ଲୋକପ୍ରିୟତର କାରଣ ହେଉଛି ତମର କର୍ମ ପ୍ରତି ନିଷ୍ଠାର ଅଭାବ । ତମକୁ ରାଜକର୍ମ ମିଳିଛି ତୁମେ ନିଷ୍ଠାର ସହିତ ରାଜଧର୍ମ ପାଳନ କରିଥାନ୍ତ , ଲୋକପ୍ରିୟତା ଆପେ ଆପେ ଅସିଥାନ୍ତା , କିନ୍ତୁ ତୁମେ ଲୋକପ୍ରିୟତା ଅର୍ଜନ ଉଦେଶ୍ୟରେ କାମ କଲ । ସବୁବେଳେ ତୁମର ନଜର ଲୋକପ୍ରିୟତା ଉପରେ ରହିଲା । ଭାଲୁ ଓ ମାଙ୍କଡଙ୍କ ଦାଇତ୍ତ୍ୟ ବନରକ୍ଷୀ ମାନଙ୍କର, ତୁମେ କେବଳ ଶସ୍ତା ଲୋକପ୍ରିୟତା ଉଦ୍ଦେଶ୍ୟ ରେ ଭାଲୁ ସହ ବୁଲିଲ ।
ତମେ ମତେ ଆଳୁ ଚାଷ ଛାଡ଼ି ବତକ ଚାଷ କରିବାକୁ ଉପଦେଶ ଦେବା ସମ୍ପୂର୍ଣ ଭୁଲ । ଏହା ଦର୍ଶାଉଛି ଯେ ତୁମେ ଜଣେ ରାଜା ହେବ ଅପେକ୍ଷ୍ୟା ବେପାରୀ ହେବା ପାଇଁ ଅଧିକ ଉପଯୁକ୍ତ । ମୁଁ ଗଛ-ଲତା କୁ ଭଲ ପାଉଥିବାରୁ ଚାଷ କରୁଛି, ଲାଭ ପାଇଁ ନୁଁହ । ଜଣେ ପ୍ରକୃତ ଚାଷୀ ଲାଭ କ୍ଷ୍ୟତିକୁ ଆଶା ନ ରଖି ନିଷ୍ଠାର ସହିତ ଚାଷ କରିଚାଲେ । ଯେତେବେଳେ ଲାଭ ଉଦ୍ଦେଶ୍ୟରେ ଚାଷ କରଯାଏ, ତାକୁ ଚାଷ ନୁଁହ ବେପାର କୁହାଯାଏ ।
ରାଜା ଏଥର ନିଜର ସବୁ ଭୁଲ ବୁଝିପାରିଲେ, ସାଧୁଙ୍କୁ ଧନ୍ୟବାଦ ଦେଇ ପୁଣି ପଚାରିଲେ;
–ମହାଭାଗ, ମୁଁ ଯଦି ଏବେ ନିଷ୍ଠା ର ସହିତ ରାଜଧର୍ମ ପାଳନ କରେ, ମୋର ପୂର୍ବ କୀର୍ତ୍ତି ଫେରିପାଇବିକି ?
–ସାଧୁ କହିଲେ, ଭଗବାନ କୋଟି କୋଟି ଜନତାଙ୍କ ମଧ୍ୟରୁ ଜଣକୁ ରାଜକର୍ମ ପାଇଁ ବାଛିଥାନ୍ତି, ସେ ସୁଯୋଗ ତୁମ ଜୀବନରେ ଥରେ ଆସିଥିଲା, ଏବେ ତୁମେ ଯାହା କଲେବି ଜନତା ତୁମକୁ ଗ୍ରହଣ କରିବେ ନାହିଁ କି ପୂର୍ବ କୀର୍ତ୍ତି ଫେରିପାଇବ ନାହିଁ ।
-ରାଜା ଶେଷ ପ୍ରଶ୍ନ ପଚାରିଲେ, ତେବେ ମୁଁ ଏଥର କଣ କରିବି;
— ତୁମେ ଏବେ କେବଳ ଆଳୁ ଚାଷ ପାଇଁ ଉପଯୁକ୍ତ, ତେଣୁ ତୁରନ୍ତ ଉପଯୁକ୍ତ ଉତ୍ତରାଧିକାରୀ ବାଛି, ରାଜପଦ ତ୍ୟାଗ କର ଓ ଆସି ଆଶ୍ରମରେ ଆଳୁଚାଷ କାର୍ଯ୍ୟରେ ଯୋଗ କର ।
-ଏତବେଳକୁ ରାଜା ନିଜର ସବୁ ଭୁଲ ବୁଝି ସାରିଥିଲେ, ସାଧୁଙ୍କୁ ପ୍ରଣାମ କରି ସେ ଜାଗା ତ୍ୟାଗ କଲେ ।
********
ଏ ଗପ କହିସାରି ବେତାଳ, ବିକ୍ରମାଦିତ୍ୟ ଙ୍କୁ ପଚାରିଲା, ଏହାପରେ ରାଜା କୀର୍ତ୍ତିବର୍ମା କଣ କରିଥିବେ, କେବଳ ସେ ଆଳୁ ଚାଷ କଲେ ନା ତା ସହିତ ବତକ ଚାଷ ବି କଲେ ?, ସେ ଜଣେ ସଫଳ ଚାଷୀ ହେଇ ପାରିଲେ ନା ନାହିଁ ?
-ବିକ୍ରମାଦିତ୍ୟ କହିଲେ, କୀର୍ତ୍ତିବର୍ମା ଜମାରୁ ଗାଦି ଛାଡ଼ି ନ ଥିବେ, ସାଧାରଣ ମଣିଷ ପାଇଁ ପଦ ପଦବୀ ଛାଡିବା ଏତେ ସହଜ କଥା ନୁଁହ, ବରଂ କୀର୍ତ୍ତିବର୍ମା ଗାଦି ମାଡି ବସି ନିଜର ପ୍ରଚାର ପାଇଁ ଅଧିକ ଭଡାଟିଆ ଚାଟୁକାର ନିଯୁକ୍ତି କରିଥିବେ । କଳିଯୁଗରେ ତଡା ନ ଖାଇବା କିମ୍ବା ନ ମରିବା ପର୍ଯ୍ୟନ୍ତ କେହି ପଦ ଛାଡ଼ନ୍ତି ନାହିଁ ।
ବିକ୍ରମାଦିତ୍ୟଙ୍କ ସଠିକ ଉତ୍ତର ଶୁଣି ବେତାଳର ମୁଣ୍ଡ ଘୁରେଇ ଦେଲା, ଲାଗିଲା ଆଉଥରେ ମରିଯିବ ।