ଅନ୍ତରର ତୁମେ ଅନ୍ତରଙ୍ଗ ବନ୍ଧୁ
ଅନ୍ତର୍ଯ୍ୟାମୀ ନିରାକାର
ଖୋଜିପାଇଲିନି ତୁମରି ସ୍ୱରୂପ
ପଥଥିଲା ବହୁଦୂର
କିଏ କୁହେ ତୁମେ ପ୍ରେମର ଭିକାରି
କିଏ କହେ ତୁମେ ଜ୍ଞାନର ପୂଜାରୀ
ଅବା କିଏ କହେ ଯମୁନା ତଟରେ
ମୟୁରଚୁଲିଆ ମୁରଲୀର ଧାରୀ
କେବେ ତୁମେ ପୁଣି ଗଭୀର ଧ୍ୟାନରେ
ସମାଧିରେ କେବେ ଉତ୍ତୁଙ୍ଗ ଶିଖରେ
ନୃତ୍ୟରତ କେବେ ଗୀତ ଗୋବିନ୍ଦର
ଅଭିମାନ ଭରା ଗୀତି ସାହିତ୍ୟରେ
ସୋରିଷ ଫୁଲର ଜନଶୂନ୍ୟ ପଥେ
କେବେ ତୁମେ ଥାଅ ସମୁଦ୍ର ପ୍ରାଙ୍ଗଣେ
ପ୍ରକୃତିର କେଉଁ ନବମ ଆଶ୍ଚର୍ଯ୍ୟ
କେବେ ତୁମେ ଦିଶା ଶୂନ୍ୟ ଆକାଶରେ
ଗୀତ ଗାଏ କେହି କିଏ ନୃତ୍ୟ କରେ
ଷୋହଳ କଳାର ମିଶ୍ରଣ ଯେ ତୁମେ
କେହି ବାଲୀରଥେ ତୁମକୁ ବସାଏ
କିଏ କୋଳି ଦେଇ ତୁମକୁ ତୋସାଏ
କେତେ ପଥ କେତେ ଭିର୍ଣ୍ଣ ତୁମେ ପ୍ରଭୁ
ଦେଖା ଦିଅ କେବେ ଦୃଷ୍ଟି ଆଢୁଆଳେ ….