ମୂଳ ହିନ୍ଦୀ- ଜୟଶକଂର ପ୍ରସାଦ ।
ଅନୁବାଦ-ସୁବାସ ଚନ୍ଦ୍ର ସାହାଣୀ ।
ହିମାଦ୍ରି ତୁଙ୍ଗ ଶୃଙ୍ଗରୁ ,
ପ୍ରବୁଦ୍ଧ ଶୁଦ୍ଧ ଭାରତୀ,
ସ୍ୱୟଂପ୍ରଭା ସମୁଜ୍ୱଳା,
ସ୍ୱତନ୍ତ୍ରତାର ଆହୂତି ।
ଅମର୍ତ୍ତ ବୀର ପୁତ୍ର ହେ,
ଦୃଢ ପ୍ରତିଜ୍ଞ -ବିଚାରି ଦେଖ ।
ପ୍ରଶସ୍ଥରେ ପୁଣ୍ୟ ପଥ,
ଆଗେଇ ଚାଲ , ଆଗେଇ ଚାଲ ।
ଅସଂଖ୍ୟ କୀର୍ତ୍ତି-ରଶ୍ମିରେଖା,
ବିକୀର୍ଣ୍ଣ ଦିବ୍ୟ ଦାହ ସମ ।
ସୁପୁତ୍ର ମାତୃଭୂମିର,
ଅଟକି ଯା’ ନାରେ ସାହସୀ ଶୁର ।
ଅରାତି ସୈନ୍ୟ ସିନ୍ଧୁରେ,
ସୁବାଡ଼ବାଗ୍ନିରେ ଜଳି ଉଠ ।
ପ୍ରବୀର ହେ, ଜୟୀ ହୁଅ,
ଆଗେଇ ଚାଲ, ଆଗେଇ ଚାଲ ।
