ଅସହ୍ୟ ………..
ଅସହ୍ୟ ଏ ଯନ୍ତ୍ରଣା ….
ଅସହ୍ୟ ଏ ନିର୍ଯ୍ୟାତନା …..
ବିନା ଦୋଷେ ଲାଗିଯାଏ ଫାଶୀ
କ’ଣ ପାଇଁ ମୁଁ ଦୋଷୀ ?
କ’ଣ ପାଇଁ ମୋର
ଗର୍ଭଧାରିଣୀ ମାଆ ବି ପାଲଟି ଯାଏ
ରାକ୍ଷସୀ ……?
କାହିଁକି ସେ ଅଧିକାର
ମୋ ଠାରୁ ଛଡାଇ ନିଆଯାଏ ?
ଦୁନିଆର ଆଲୋକ ଦେଖିବା ପୂର୍ବରୁ …..
କାହିଁକି ନିଷ୍ପାପ ଆଖି ଦୁଇଟି ମୋର
ସବୁଦିନ ପାଇଁ ବନ୍ଦ ହୋଇଯାଏ ?
ବନ୍ଦ ହୋଇଯାଏ……..
ଦେହଭିତରକୁ ଧକାକ ମାରି ଯାଉଥିବା
କାଣିଚାଏ ପବନ ……….
ପଡି ରହିବାକୁ ହୁଏ ମତେ
ନିର୍ଜୀବ ବସ୍ତୁଟେ ପରି ।
ପାଲଟି ଯାଏ ମୁଁ ନୀସ୍ତବ୍ଧ ଶବ ଟିଏ …….
ତଥାପି ମିଳେନାହି ନିସ୍ତାର ……….
କେଉଁ ଏକ ନିବୁଜ କୋଠରି ଭିତରେ
ଖଣ୍ଡ ଖଣ୍ଡ ହୋଇଯାଏ ପୁଣି
ଏ ନିର୍ଜୀବ ଶରୀର ମୋର ।
ନା ଥାଏ କେହି ମୋ ପାଇଁ
କହି ବାକୁ “ଆହା” ପଦଟିଏ
ଝରାଇବାକୁ ଆଖିରୁ ଦୁଇଟୋପା ଲୁହ ।
କେଉଁ ଗୋଟେ ନିକାଞ୍ଚନ ଜାଗା
କି କେଉଁ ସହରୀ ନାଳ ନର୍ଦ୍ଦମା ……
ଏମିତି ଗୋଟେଅମଡା ଜାଗା ପାଇଁ ………..
ପାଲଟି ଯାଏ ମୁଁ
ଗୋଟିଏ କରଜ ……
ହେଲେ କାହିଁକି …….?
କ’ଣ ମୋର ଦୋଷ ……. ?
ବୋଧେ ଏଥିପାଇଁ ନା ….. ?
ମୁଁ ଗୋଟେ ଜାରଜ ଏଥିପାଇଁ ନା
