କବିତା

କାର୍ତ୍ତିକ

Kanishtha Kishore Sahu's odia poem Kaarttika

ଆଧ୍ୟାତ୍ମିକ ଶକ୍ତି ବିଦ୍ୟୁତ ଚୁମ୍ୱକ
ଆପେ ଲୋକେ ପାଇଥାନ୍ତି,
ନିରାମିଶ ଖାଦ୍ୟ ଶାନ୍ତ ଆଚରଣ
ଦେହେ ଶକ୍ତି ଭରିଥାନ୍ତି ।

କାର୍ତ୍ତିକ

ବୈଶାଖରୁ ଚୈତ୍ର ବାରମାସ ମଧ୍ୟେ
କାର୍ତ୍ତିକ ସବୁଠୁ ପୂଣ୍ୟ
ଶୁଦ୍ଧ ଅମ୍ଳଜାନ ସ୍ୱଚ୍ଛ ପରିବେଶ
ଦେବାରେ ଏ ଅଗ୍ରଗଣ୍ୟ ।

ରାଇ ଦାମୋଦର ଲକ୍ଷ୍ମୀ ନାରାୟଣ
ପାଇଥାନ୍ତି ଏବେ ପୂଜା,
ଦେବାଦେବୀ ପୂଜା ସ୍ନାନ ଆଦି କର୍ମ
ଦେହ ମନ କରେ ତାଜା ।

ଆଧ୍ୟାତ୍ମିକ ଶକ୍ତି ବିଦ୍ୟୁତ ଚୁମ୍ୱକ
ଆପେ ଲୋକେ ପାଇଥାନ୍ତି,
ନିରାମିଶ ଖାଦ୍ୟ ଶାନ୍ତ ଆଚରଣ
ଦେହେ ଶକ୍ତି ଭରିଥାନ୍ତି ।

ଦିନରାତି ସଦା ମନେ ଭକ୍ତି ବହି
କରିଥାନ୍ତି ସର୍ବେ ଲୟ,
ମନ୍ଦିର ଦର୍ଶନ ଅବଦାନ ପୂଣ୍ୟେ
କରିବାକୁ ପାପ କ୍ଷୟ ।

ଧର୍ମ ସଂସ୍କୃତିର ପବିତ୍ର ଦର୍ପଣେ
କାର୍ତ୍ତିକ ଅଟଇ ଜ୍ୟେଷ୍ଠ,
ଜନଦୃଷ୍ଟିକୋଣ ପୂଣ୍ୟ ଓ ପବିତ୍ର
ସ୍ୱଚ୍ଛତାରେ ଏହା ଶ୍ରେଷ୍ଠ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top