କବିତା

ଜରା ନିବାସ

Jachindra Kumar Rout's odia poem Jara Nibas

ନିଜର ରକତ ଆଜି କରିଛି ପର,
ଝରାଉ କାହିଁକି ବସି ଲୁହର ଧାର ।
ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି,
କିଏ ଜାଣେ କୋଉ ଜନ୍ମେ ହବ ସେ ଯୋଡ଼ି ।
ଭରଷା ହଜିଛି ତୋର
କରିଦେ ଛାତି ପଥର
ଅସହାୟ ଜୀବନର ଗୋଟେ ସାହାସ
ଜରା ନିବାସ ଏଇ ଜରା ନିବାସ । (୧)

ଜରା ନିବାସ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନୂଆ ଠିକଣାରେ ଆଜି ଏଇ ମଣିଷ,
ଟାଣି ନେଇ ଆସେ ତାକୁ ନିଜ ଆୟୁଷ ।
ଭାବି ନଥିଲା ସେ କେବେ
ବୟସ ଖସିବ ଯେବେ
ମିଳିଯିବ ତାକୁ ତା’ର ଏଇ ଉଆସ
ଜରା ନିବାସ ଏଇ ଜରା ନିବାସ । (୦)

ନିଜର ରକତ ଆଜି କରିଛି ପର,
ଝରାଉ କାହିଁକି ବସି ଲୁହର ଧାର ।
ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି,
କିଏ ଜାଣେ କୋଉ ଜନ୍ମେ ହବ ସେ ଯୋଡ଼ି ।
ଭରଷା ହଜିଛି ତୋର
କରିଦେ ଛାତି ପଥର
ଅସହାୟ ଜୀବନର ଗୋଟେ ସାହାସ
ଜରା ନିବାସ ଏଇ ଜରା ନିବାସ । (୧)

ଦୁନିଆଁ ଏମିତି ଭାଇ ଭାବି କି ଲାଭ,
ସଂସାର ସାଗର ତୁହିଁ ଦଦରା ନାବ ।
ସମୟ ପାଖରେ ଆମେ ସଭିଁଏ ଦାସ,
କିଏ ଜାଣେ କାହା ପାଇଁ କୋଉଠି ବାସ ?
କାହିଁକି ଭାବୁଛୁ ଏତେ
ହରେଇ ସାରିଛୁ କେତେ
ଅମୃତ ତୁ ଖୋଜୁ କାହିଁ ଅଣ୍ଡାଳି ବିଷ
ଜରା ନିବାସ ଏଇ ଜରା ନିବାସ । (୨)

1 Comment

1 Comment

  1. Srikanta sahu

    March 11, 2018 at 6:45 pm

    really i love this story. This story reminded lots of memory of my college life.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top