ରାତ୍ର ଅନ୍ଧାରରେ ତାରକା ରଶ୍ମୀରେ
ମୌସୁମୀ ପବନର ମୃଦୁ ସ୍ପର୍ଶରେ
ଶାନ୍ତ ନଦୀର କୂଳରେ
ଖୋଜୁଛି ମୁଁ କେଜାଣି କଣ ?
ଅବାକ୍ ଆକାଶର ଅସରନ୍ତି ରଙ୍ଗରେ
ଅଶାନ୍ତ ସମୁଦ୍ରର ଏ ତରଙ୍ଗରେ
ଚଳ ଚଞ୍ଚଳ ଜନ ସମୁଦ୍ର ଭିତରେ
ଖୋଜୁଛି ମୁଁ କେଜାଣି କଣ ?
ଚାରିକାନ୍ଥରେ ଆବଦ୍ଧ ସେ ଅନ୍ଧାର ଆବାସରେ
କୋହ ଭରା ସେ ଡାଏରିର ମଳିନ ପୃଷ୍ଠାରେ
ପଶ୍ଚ୍ୟାତପର କାଳୀରେ କଳଙ୍କିତ ସେ ଅକ୍ଷରରେ
ଖୋଜୁଛି ମୁଁ କେଜାଣି କଣ ?
ପାଇଛି ତ କେବଳ ନିଜ ଭୁଲ
ପସ୍ତର ହୃଦୟେ ଦବି ଯାଇଥିବା ସ୍ମୃତି ସାମ୍ରାଜ୍ୟ
ମଉଳା ଫୁଲ ପରି ମୋର ସ୍ବପ୍ନ
ଖୋଜୁଛି ମୁଁ କେଜାଣି କଣ ?