ପ୍ରବନ୍ଧ

ଗୋପାଳ ପାଠା

Shraddhananda Moharana's Odia Prose Gopal Patha

ଯଦି ଗୋପାଳ ପାଠା ୧୯୪୬ ରେ ଜାଗୃତ ହୋଇ ନ ଥାନ୍ତେ, ତେବେ କଲିକତାର ବିଲୟ ପାକିସ୍ତାନ ସହିତ ହୋଇ ଯାଇଥାନ୍ତା । ଏବଂ ଯଦି ଆଜି ଆମେ, ଆପଣ ସମସ୍ତେ ସଚେତନ ନ ହେବା, ତେବେ ଭାରତର ଓ ହିନ୍ଦୁମାନଙ୍କର ଅବସ୍ଥା କ’ଣ ହେବ ?

୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ କଲିକତାର ରାସ୍ତାଗୁଡ଼ିକ ରକ୍ତରଞ୍ଜିତ ହୋଇଥିଲା । ଜିନ୍ନା ପାକିସ୍ତାନ ଗଠନ ପାଇଁ “ଡାଇରେକ୍ଟ ଆକ୍ସନ” ପାଇଁ ଆହ୍ୱାନ କରିଥିଲେ । ମୁସଲିମ୍ ଲିଗ୍ ଏକ ସୁଚିନ୍ତିତ ଯୋଜନାବଦ୍ଧ ନିର୍ମମ ହିନ୍ଦୁ ନରସଂହାର ସହିତ ଏହାର ଜବାବ ଦେଇଥିଲା । ହିନ୍ଦୁମାନେ ସମ୍ପୂର୍ଣ୍ଣ ଭାବେ ଅଚଳ ଥିଲେ । ଦୋକାନ ଗୁଡ଼ିକୁ ଲୁଟ କରାଯାଇଥିଲା ।

ମହିଳାମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ବଳାତ୍କାର କରାଯାଇଥିଲା । ପୁରୁଷମାନଙ୍କୁ ନୃସଂଶତା ପୂର୍ବକ କଟା ଯାଉଥିଲା ମସଜିଦ୍‌ ମାନଙ୍କରେ “ଲଢ୍‌କେ ଲେଙ୍ଗେ ପାକିସ୍ତାନ୍‌”ର ନାରା ଦିଆ ଯାଉଥିଲା ।

ଦିବାଲୋକରେ ହିଁ ସାରା ସହର ଗୋଟେ ଶ୍ମସାନ ପରି ଲାଗିଲା । ହିନ୍ଦୁମାନଙ୍କର ନିର୍ମମ ସଂହାର ହେଉଥିଲା ଏବଂ କଂଗ୍ରେସ ସବୁଥର ପରି ନୀରବ ଥିଲା ଏବଂ ଇଂରେଜମାନେ ସେମାନଙ୍କର ସହଭାଗୀ ଥିଲେ, ପୋଲିସ୍ ଅଦୃଶ୍ୟ ହୋଇଯାଇଥିଲା, କିନ୍ତୁ ଏହି ଘୋର ଆତଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଯିଏ ଦୃଢ଼ ଭାବରେ ଠିଆ ହୋଇଥିଲେ, ଭାଷଣ କିମ୍ବା ନାରାବାଜି ସହିତ ନୁହେଁ, ବରଂ ଏକ ବଡ଼ ମାଂସ କଟା ଛୁରୀ ଧରି ଠିଆ ହୋଇଥିଲେ, ସେହି ବ୍ୟକ୍ତିଙ୍କ ନାମ ଗୋପାଳ ଚନ୍ଦ୍ର ମୁଖାର୍ଜୀ, ମାନେ ଗୋପାଳ ପାଠା ।

ଜଣେ କଂସାଇ, ଜଣେ ସାଧାରଣ ମାଂସ ବିକ୍ରେତା, କିନ୍ତୁ ଯେତେବେଳେ ତାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ ହେଲା, ସେ ଧର୍ମର ରକ୍ଷକ ହୋଇଗଲେ । ସେ ଅନେକ ପୂର୍ବରୁ “ଭାରତ ଜାତୀୟ ବାହିନୀ” ନାମରେ ଏକ ସଙ୍ଗଠନ ଗଠନ କରିଥିଲେ, ଯାହା ମୂଳତଃ ବନ୍ୟା କିମ୍ବା ଆପାତକାଳୀନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରୁଥିଲା, କିନ୍ତୁ ଯେତେବେଳେ ପରିସ୍ଥିତି ହିନ୍ଦୁମାନଙ୍କ ଜୀବନ ଓ ମୃତ୍ୟୁର ହେଲା, ସେହି ସଙ୍ଗଠନଟି ଏକ ପ୍ରତିରକ୍ଷା ବାହିନୀରେ ପରିଣତ ହେଲା । ମାରୱାଡ଼ି ବ୍ୟବସାୟୀମାନେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ସ୍ଥାନୀୟ କମାରମାନେ ରାତିସାରା କାମ କରି ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ଲାଗିପଡ଼ିଲେ । ଗୋପାଳ ପାଠା ଏକ ହିନ୍ଦୁ ସେନା ପ୍ରତିଷ୍ଠା କରିଥିଲେ ଯାହା ଇତିହାସର ଗତିପଥ ବଦଳାଇ ଦେଇଥିଲା । ତାଙ୍କର ରଣନୀତି ଅତ୍ୟନ୍ତ ସ୍ପଷ୍ଟ ଥିଲା ଯେ ଯଦି ଜଣେ ବି ହିନ୍ଦୁଙ୍କୁ ହତ୍ୟା କରାଯାଏ, ତେବେ ହିଂସା କରୁଥିବା ଦଶ ଜଣ ଉତ୍ପୀଡ଼କଙ୍କୁ ହତ୍ୟା କରାଯିବ, ଏହା ଘୃଣାର ନୁହେଁ, ଏହା ଆତ୍ମରକ୍ଷାର ହେତୁ ଜନ୍ମି ଥିବା ଶପଥ ଥିଲା, ଯାହା ସଂସ୍ଥା ଦ୍ୱାରା ରକ୍ଷା ନ ପାଇବାରୁ ଆତ୍ମରକ୍ଷା ପାଇଁ ଧର୍ମ ହୋଇଯାଏ ।

୧୭ ଅଗଷ୍ଟର ରାତି, ଦୁଇ ଦିନର ସଂଘର୍ଷ ପରେ, ଗୋପାଳ ପାଠାଙ୍କ ଯୋଦ୍ଧାମାନେ ଆକ୍ରମଣର ଉତ୍ତର ଦେବା ଆରମ୍ଭ କଲେ । ହିନ୍ଦୁ ଅଞ୍ଚଳରେ, ମୋର୍ଚ୍ଚା ନିୟନ୍ତ୍ରଣକୁ ନିଆଗଲା ଏବଂ ପ୍ରତିବାଦ କରିବାକୁ ଆସିଥିବା ଦଙ୍ଗାକାରୀମାନେ ସଂଗଠିତ ଏବଂ ପ୍ରସ୍ତୁତ ହିନ୍ଦୁମାନଙ୍କ ଦ୍ୱାରା ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଏହା ଏକ ଜନସମୂହର ପ୍ରତିଶୋଧ ନଥିଲା, ଗୋପାଳଙ୍କ ଆଦେଶ ସ୍ପଷ୍ଟ ଥିଲା ଯେ କେବଳ ସେହି ମୁସଲମାନ ପୁରୁଷମାନଙ୍କ କ୍ଷତି କରାଯିବା ଉଚିତ ଯେଉଁମାନେ ହତ୍ୟା, ବଳାତ୍କାର ଏବଂ ଲୁଟ୍ ସହିତ ଜଡିତ ଥିଲେ । ମହିଳା, ଛୋଟପିଲା ଏବଂ ବୃଦ୍ଧ ମାନଙ୍କୁ ଯେପରି କୌଣସି ରକମର ଆଘାତ ନ ଆସେ । ମୁସଲିମ ଲିଗ୍ ଆଶା କରିଥିଲା ଯେ କଲିକତା ମୁକ୍ତ ହେବ ଏବଂ ପାକିସ୍ତାନରେ ଅନ୍ତର୍ଭୁକ୍ତ ହେବ, କିନ୍ତୁ ଗୋପାଳ ପାଠା ତାଙ୍କର ଏହି ଯୋଜନାକୁ ପଣ୍ଡ କରିଦେଇଥିଲେ । ତାଙ୍କର ରଣନୀତି କଲିକତାକୁ ରକ୍ଷା କରିଥିଲା, ବଙ୍ଗଳାକୁ ରକ୍ଷା କରିଥିଲା ଏବଂ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କୁ ନିଶ୍ଚିହ୍ନ ହେବାରୁ ରକ୍ଷା କରିଥିଲା । ହିଂସା ପରେ ମଧ୍ୟ ଗୋପାଳ ଅଟକି ନଥିଲେ, ସେ ଅନାଥ, ବିଧବାମାନଙ୍କୁ ଏବଂ ଅଣହିନ୍ଦୁମାନଙ୍କୁ ଆଶ୍ରୟ ଦେଇଥିଲେ । ଯେତେବେଳେ ଗାନ୍ଧୀଜୀ ସମସ୍ତଙ୍କୁ ହତିଆର ଛାଡିବା ପାଇଁ କହିଥିଲେ, ଗୋପାଳ ମନା କରିଦେଇଥିଲେ । ସେ ଦୃଢ଼ତାର ସହ କହିଲେ, ଯେତେବେଳେ ପରବର୍ତ୍ତୀ ସମୟରେ ସେମାନେ ଆକ୍ରମଣ କରିବେ, ଆପଣ ଆମକୁ ସୁରକ୍ଷା ଦେବେ କି ? ଗାନ୍ଧିଜୀଙ୍କ ପାଖରୁ କୌଣସି ରକମର ଉତ୍ତର ଆସି ନ ଥିଲା ।

ସୋରାବର୍ଦୀ ଭଳି ଜଣେ ନିଷ୍ଠୁର ହତ୍ୟାକାରୀ, ନେତାଙ୍କୁ ଶାନ୍ତିର ଭିକ ମାଗିବାକୁ ପଡିଥିଲା ଏବଂ ହିନ୍ଦୁ ଅଞ୍ଚଳ ଗୁଡିକରେ ପୁଣି ନିୟନ୍ତ୍ରଣ ପ୍ରତିଷ୍ଠା କରାଯାଇଥିଲା, ଏବଂ ପାକିସ୍ତାନର କଲିକତା କୁ ହତେଇବାର ସ୍ୱପ୍ନ ଛିନ ଛତ୍ର ହୋଇଥିଲା । ଗୋପାଳ ପାଠା ସାମ୍ପ୍ରଦାୟିକ ନଥିଲେ, ସେ ଘୃଣାରେ ନୁହେଁ ଧର୍ମ ପ୍ରତି ଆକର୍ଷିତ ଥିଲେ ।

ଆଜି ଦଙ୍ଗାର ଚେହେରା ବଦଳି ଯାଇଛି । ଖଣ୍ଡା, ବନ୍ଧୁକ ଭଳି ଅସ୍ତ୍ରଶସ୍ତ୍ର କେବଳ ନୁହେଁ ଆଜିକାଲି ବର୍ଣ୍ଣନାତ୍ମକ ମଧ୍ୟ ଚାଲିଛି । ପିଲାମାନଙ୍କୁ ପ୍ରେତ୍ୟେକ ଦିନ କଲମା ପଢ଼ା ଯାଉଛି । କୋର୍ଟରୁମ୍‌ରେ ଯେଉଁ ଏଂଡୌମେଣ୍ଟ ଆଇନ୍‌ ଅଛି, ଯାହା ଦ୍ୱାରା ହିନ୍ଦୁ ମନ୍ଦିରକୁ ଅକ୍ତିଆର କରାଯାଇଛି, ସେହି ଚାରୋଟି ରାଜ୍ୟର ଏଂଡୌମେଣ୍ଟ ଆଇନ୍‌ ମାମଲା ଗତ ୧୩ ବର୍ଷ ହେଲାଣି ସୁପ୍ରିମ୍‌ କୋର୍ଟ୍‌ରେ ଚାଲି ଥିଲା, ଏବଂ ଏହା ମଧ୍ୟରେ ସୁପ୍ରିମ୍‌ କୋର୍ଟ୍‌ ନିଷ୍ପତ୍ତି ଦେଇଛନ୍ତି ଯେ, ଏହି ସମସ୍ତ ମାମଲା ହାଇ କୋର୍ଟ୍‌କୁ ଯାଉ । “ଆମେ ଏଠାରେ ଏସବୁ କାହିଁକି ଶୁଣିବୁ?”

ମିଡ଼ିଆ ଏବଂ ବିଭିନ୍ନ ଗଣ ମାଧ୍ୟମରେ

ଯେତେବେଳେ ଇସଲାମ୍‌ର କଥା ଆସେ, ସେତେବେଳେ ଚାରୋଟି ଲେମ୍ବୁ ଚିପୁଡ଼ିଲେ ବି କ୍ଷୀର ର ଅବସ୍ଥା ସେମିତି ହୁଏ ନାହିଁ, ଯେମିତି ଏମାନଙ୍କର ଅବସ୍ଥା ହୁଏ । ଲଲନ୍‌ ଟପ୍ କେବେ ନୂପୁର ଶର୍ମା ଦ୍ୱାରା ଇସଲାମିକ୍ ଧାର୍ମିକ ଗ୍ରନ୍ଥ ଉଲ୍ଲେଖ କରିଥିବା ଭିଡ଼ିଓ ଫ୍ୟାକ୍ଟ୍ ଚେକ୍ କରିନଥିଲେ, ଯେପରିକି ସେମାନେ ବିକାଶଙ୍କର ହିନ୍ଦୁ ଧାର୍ମିକ ଗ୍ରନ୍ଥ ଉଲ୍ଲେଖ ସହିତ ଭିଡ଼ିଓ ଫ୍ୟାକ୍ଟ୍ ଚେକ୍ କରିଥିଲେ ।

ହିନ୍ଦୁ ମାନଙ୍କୁ ଚୁପ୍‌ କରାଇ ଦିଆଯାଏ ।

୭୦,୦୦୦ ଠାରୁ ଅଧିକ ଧମକ ମିଳିଛି ମୋତେ ମାରିବା ପାଇଁ ।

ଲଜ୍ଜିତ କରାଯାଏ । ଚପେଇ ଦିଆଯାଏ ।

ତେବେ ସଂକଟ୍ ଆଜି ମଧ୍ୟ ସେଇ ପରିମାଣରେ ଭୟଙ୍କର ଅଛି ।

ସେମାନଙ୍କର ଉଦ୍ଦେଶ୍ୟ ସେଇଆ — ହିନ୍ଦୁ ମନକୁ ନିର୍ବଳ କରିବା, ଆତ୍ମ-ଗୌରବର ଅଭାବ ଘଟେଇବା ଏବଂ ହିନ୍ଦୁ ସମାଜକୁ ଭାଗ ଭାଗ କରିବା ।

ଆମକୁ ଆଉ ଅଲଗା କିଛି ଦରକାର ନାହିଁ , ଆମକୁ ଗୋପାଳ ପାଠା ପରି ସଚେତନ, ସଂଗଠିତ ଏବଂ ନିର୍ଭୟ ସୁରକ୍ଷକ ହିଁ ଦରକାର ।

ଜାଗୃତ ହୁହନ୍ତୁ, ସଂଗଠିତ ହୁହନ୍ତୁ, ସଜାଗ ହୁହନ୍ତୁ, ସଚେତ ହୁଅନ୍ତୁ ଏବଂ ସଶକ୍ତ ହୁଅନ୍ତୁ । ଅଧର୍ମର ପ୍ରତିରୋଧ ଆପଣଙ୍କୁ ନିଜେ ହିଁ କରିବାକୁ ପଡିବ ।

ଯଦି ଗୋପାଳ ପାଠା ୧୯୪୬ ରେ ଜାଗୃତ ହୋଇ ନ ଥାନ୍ତେ, ତେବେ କଲିକତାର ବିଲୟ ପାକିସ୍ତାନ ସହିତ ହୋଇ ଯାଇଥାନ୍ତା । ଏବଂ ଯଦି ଆଜି ଆମେ, ଆପଣ ସମସ୍ତେ ସଚେତନ ନ ହେବା, ତେବେ ଭାରତର ଓ ହିନ୍ଦୁମାନଙ୍କର ଅବସ୍ଥା କ’ଣ ହେବ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top