କିଛି କହିବ !
ନା ମୁଁ ପୁଣି ବକ୍ ବକ ହବା ଆରମ୍ଭ କରିଦେବି,
ହେଲେ ସେତେବେଳେ ଆଉ କହିବନି ,
ସବୁବେଳେ ଅଭିଯୋଗ କରୁଛି ବୋଲି ।
କେତେ ବୋକି ଟେ ନା ମୁଁ?
ତୁମରି ଆଗରେ ତୁମରି ନା ରେ ଅଭିଯୋଗ କରୁଛି ,
ହେଲେ କଣ ହବ ।
ତା ପରେ ବି ତୁମେ କୋଉ ବୁଝିଚ,
କହୁଚ ସବୁବେଳେ ରାଗୁଚି ଆଉ ଋଷୁଚି,
ତୁମ ସମୟ ନଷ୍ଟ କରୁଛି ।
ସତରେ କଣ ମୋ ପାଇଁ ତୁମ ସମୟ ନଷ୍ଟ ହଉଚି?
କଣ କହିବ ଏଇ ପ୍ରଶ୍ନର ଉତ୍ତରରେ ।
କେବେ ତ ନିଜ ତରଫରୁ ପଚାରିନ,
ସତରେ ମତେ କଣ ଦରକାର ।
ହେଲେ,
ମୁଁ କହିଲା ପରେ ପଚାରିଲେ ଆଉ କଣ ହବ କି ।
ଆଚ୍ଛା ହଉ !
ଛାଡି ଦେଲି ,
ସବୁ ଥର ପରି ଏଇ ଥର ବି ତମେ ଜିତିଲ ,
ହେଲେ ମୋ ଅଭିଯୋଗ…
ହେଲେ ଶୁଣ ,
ଏଇ ଥର ଯେବେ ମୋ ପାଖକୁ ଫେରିବ,
ସାଥିରେ ମେଞ୍ଚା ସମୟ ଆଉ ଧର୍ଯ୍ୟ ନେଇକି ଆସିବ ।
ମୋ ସବୁ ଅଭିଯୋଗ ଶୁଣିବା ପାଇଁ ।
ଆଉ ସତରେ କହିବ ?
ମୋର ଅଭିଯୋଗ କରିବା ଭୁଲ କି ?
ଆଉ ଯଦି ତୁମ କୁ ଲାଗେ କି ,
ମୋ ଅଭିଯୋଗ କରିବା ଭୁଲ
ତେବେ କିଛି ନାହି ,ସେଥିରେ ବି ମୁଁ ରାଜି ।
ହେଲେ କେତେ ଦିନ ,
ମୁଁ ଏମିତି ମେଞ୍ଚା ମେଞ୍ଚା ଅଭିଯୋଗ ଆଉ କିଛି ଅକୁହା ଛନ୍ଦା ଛନ୍ଦି ପ୍ରଶ୍ନକୁ କୋହ ଭରା ଛାତିରେ ଧରିକି ରଖିବି ,
ଜାଣିନି ଯଦି କେବେ କୋଉଠି ଅଜାଡ଼ି ହୋଇ ଯିବ ଯଦି ।
କେବେ ଭାବିଛ?
ଯଦି କେବେ ଏମିତି ଦିନ ଆସିବ ଆଉ ତୁମେ ମୋ ଅଭିଯୋଗର ଉତ୍ତର ଦେଲା ବେଳକୁ ମୁଁ ନଥିବି ,
କଣ ଭାବୁଛ ….
ସତରେ ସେତେବେଳେ ବି କଣ ତୁମ ସମୟ ନଷ୍ଟ ହେବ ,
ଆଉ ମୋ ପାଇଁ ଏମିତି ନିଷ୍ଠୁର ହେଇକି ରହିଥିବ,
କଣ ସେତେବେଳେ ବି କହିବ ଜୀବନରେ କେବେ କିଛି ଆଶା ରଖିବନି ମୋ ଠାରୁ ।
ହଉ ଛାଡ଼ …
ଜାଣିନି କାଇଁ ଏତେ ଅଭିଯୋଗ ତୁମ ନାଆଁରେ,
ପୁଣି ତୁମ ଆଗରେ ।
ହେଲେ ଯେବେ ଆସିବ ମୋ ଭଳି ମତେ ଭଲପାଇ ଆସିବ ,
ଯେମିତି ସେ ଭଲ ପାଇବାରେ କେବଳ ମୁଁ ଥିବି ,
କେବଳ ମୁଁ ଥିବି ।
ବାସ୍….
ଶେଷ ଅଭିଯୋଗ ।
