ଅଣୁଗଳ୍ପ

ରମା ଖୁଡି ଚାଲିଗଲେ

Prafulla Tripathy's odia story Rama khudi chaligale

ଗାଆଁରେ ସମସ୍ତେ କୁହା କୋହି ହଉଥାନ୍ତି ,ସାତ ଆଠ ବର୍ଷ ହେଲା ଏମାନେ କ ଣ କେହି ନଥିଲେ । ବୁଢ଼ୀ ପାଟିରେ ମିଠା କି ଗୋଟାଏ ଚକ୍ ଲେଟ୍ ଦେଇପାରିଲେନି । ମଲା ପରେ କ’ଣ ‌ପାଣି ସୁଅ ପରି ଛୁଟିଛନ୍ତି । ବୋଧେ ଆନନ୍ଦ ରେ ମେଳା ମହୋତ୍ସବ ହେବ ।

ରମା ଖୁଡି ଯେଉଁଦିନ ମରିଗଲେ, ସେଦିନ ଘରେ କେହି ନଥିଲେ । କେବଳ ତିନି ପୁଅ ଥିଲେ । ଆଉ ଗୋଟିଏ ପୁଅ ଓଡ଼ିଶା ବାହାରେ ଥିବାରୁ ସେ ଖବର ପାଇ ଆସିବାକୁ ବହୁତ ଡେରିହେଲା । ରମା ଖୁଡିଙ୍କର ଚାରିପୁଅ, ଚାରିବୋହୂ, ଚାରି ନାତି, ଚାରିନାତୁଣୀ, ତିନିଝିଅ, ତିନିଜ୍ୱାଇଁ ସମସ୍ତେ ବେଶ ସଚଳ, ସ୍ଵଚ୍ଛଳ ସମାଜରେ ସେମାନଙ୍କର ଭଲ ନାଁ ବି ଅଛି ।

ଦୀର୍ଘ ବାର ବର୍ଷହେଲା ରମା ଖୁଡି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଚେୟାର ଉପରେ ଖାଲି ବସିରହୁଥିଲେ । ଗାଧୁଆ ପାଧୁଆ ଝାଡା ପରିସ୍ରା ପାଇଁ ପିଲାମାନେ ସୁବିଧା ବି କରିଥିଲେ । ତେବେ ଧୀରେ ଧୀରେ ରମାଖୁଡ଼ିଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଖରାପ ଆଡକୁ ଗତି କଲା । ପାଖରେ ଚାରିବୋହୂରୁ ଜଣେ ବି କେହି ନାହାନ୍ତି, ନ ଥିଲେବି କେବେଠାରୁ ଯେଝା ବାଟରେ ଯେଝା ଅଛନ୍ତି । ଘରେ ଶାଶୁଟା ଏମିତି ଅବସ୍ଥାରେ ଅଛି କେହିବି ଦିନେ ଫୋନ୍ କରି ପଚାରନ୍ତିନି, କି ଦିନେ ଅଧେ ଆସି ଦେଖି ଯିବା ପାଇଁ ତାଙ୍କର ମନେ ବଳେନି । ସାନ ପୁଅଟି ଯାହା ମଝିରେ ମଝିରେ ଫୋନ୍‌ କରେ । ଦୂର ବାଟରେ ଥିଲେ ବି ସମୟ ବାହାର କରି ଆସେ ବୋଉକୁ ଦେଖିବାକୁ । ଯେତିକି ଦିନ ରହେ ବୋଉର ସେବା ଯତ୍ନ କରେ । ହୁଇଲ ଚେୟାର୍‌ରେ ବସେଇ ରାସ୍ତାରେ ଟିକେ ବୁଲେଇ ଆଣେ । ଅନ୍ୟ ତିନି ଭାଇ ମାଆର ଭଲ ଯତ୍ନ ବି ନିଅନ୍ତି । ନିଜର ଯାବତୀୟ କାର୍ଯ୍ୟ ପରେ ବି ମା’ କୁ ରୋଷେଇ ବାସ କରି ଠିକ୍‌ ସମୟରେ ଖାଇବାକୁ ଦିଅନ୍ତି । ଔଷଧ ପତ୍ର ଭଲ ମନ୍ଦ ସବୁ ଖବର ବୁଝନ୍ତି ।

ମଝିରେ ମଝିରେ ସାନ ଝିଅ ଆସି ମାସ ମାସ ଧରି ରହେ । ମାଆର ସେବା ଶୃଶ୍ରୁଷା କରେ । ମାଆର କାମ ଦାମ ସବୁ କରେ । ଭଲ ଝିଅଟିଏ । ମା ସବୁବେଳ କହେ, “ତୁ ମୋ ପାଖରେ ରହିଯା “ ମୋତେ ଭଲ ଲାଗୁଛି, ସେ ପୁଅ ପିଲାଗୁଡା ମୋର କେତେ ଘୁଅ ମୂତ ପୋଛିବେ । ଗାଧେଇ ଦେବେ, ଲୁଗା ପିନ୍ଧେଇ ଦେବେ । ଲୁଗା ପିନ୍ଧି ନପାରିବାରୁ ମରିବାକୁ ବର୍ଷେ କି ଦି’ ବର୍ଷ ଥାଏ ତାକୁ ନାଇଟ୍ ପିନ୍ଧିବାକୁ ଦେଲେ । ଯାହା ପିନ୍ଧିବାକୁ ଓହ୍ଲାଇବାକୁ ସହଜ ।

ସାନ ଝିଅ କହେ, “ନାଇଁଲୋ ବୋଉ ମୋର ସଂସାର ଅଛି, ପିଲାମାନେ ଅଛନ୍ତି, ତାଙ୍କ ଖବର କିଏ ବୁଝିବ” ଯେତିକି ପାରିବି ସେତିକି ଦିନ ତୋ ପାଖରେ ରହିବି ।

ରମା ଖୁଡିଙ୍କର ଆଖିରୁ ଧାର ଧାର ଲୁହ ବହିଯାଏ । କୋହକୁ ଚାପିରଖି କହନ୍ତି, ବୋହୂ ମାନେ ଯିଏ ଯୁଆଡେ ଚାଲିଗଲେ ତାଙ୍କ ସ୍ୱାର୍ଥ ପାଇଁ । ବୋହୂ କରି ଆଣିଥିଲି ଦିନେ ବି କେହି ମୋତେ ଭଲକରି ଗଣ୍ଡେ ଖାଇବାକୁ ଦେଇନି କି, ମୋ ସେବା କଥା ଛାଡ ମୋର ଭଲ ମନ୍ଦରେ ବି ପଚାରନ୍ତିନି । ବୋଉ ଆମେ ତୁମର କଣ ସେବା କରିବୁ । ଚାରି ଚାରିଟା ବୋହୂ ଗୋଟାଏ ବି ମଣିଷ ପଣିଆ ଦେଖାଇଲେନି । ମୋ ଭାଗ୍ୟ ..କାହାକୁ ଦୋଷ ଦେବି ଦୀର୍ଘ ନିଶ୍ୱାସ ପକାଇ ରମା ଖୁଡି କହନ୍ତି, ଯା ତୁ ଶୋଇବୁ ଯା । ଭୋର୍ ଉଠି ତତେ ସବୁ କାମ କରିବାକୁ ପଡିବ ।

ସାନ ଝିଅ ଆସିଲେ ଭାଇମାନେ ବିଭିନ୍ନ ଆଳରେ ଚାଲିଯାଆନ୍ତି ବାହାରକୁ । ତାକୁ କାମ ଆଳରେ କେହି ଟିକେ ସାହାଯ୍ୟ କରନ୍ତି ନି । ସାନ ମଝିଆ ଟିକେ ଟିକେ ସାହାଯ୍ୟ କରେ । ବଡ ପୁଅ ତ ସବୁବେଳେ ଚିଡି ଚିଡି । ହିଁ ତା ର ବି ବୟସ ଷାଠିଏ ଟପିଲାଣି । ପୁଅ ବୋହୂ ନାତି ନାତୁଣୀକୁ ନେଇ ସେ ବହୁତ ଖୁସି । ତାକୁ କେହି ପଚାରୁ କି ନ ପଚାରୁ ସେ କିନ୍ତୁ ଗେହ୍ଲେଇ ହୁଏ ଯେ ସତେକି ସେମାନେ ମୁଣ୍ଡ ଉପରେ ଠାକୁର ଭଳି ପୂଜା କରୁଛନ୍ତି ।

ଘଟଣା ଏମିତି ହେଲା ଯେ ତା’ର ଯେତେବେଳେ ଦେହ ଅତିଶୟ ଖରାପ ହେଲା, ଡାକ୍ତରଖାନାରୁ ଆସି ଘରେ ରହିଲା । ନିଜ ସ୍ତ୍ରୀ ବି ଆସିଲାନି ଦେଖିବାକୁ କି ଖବର ବୁଝିବାକୁ । ତଥାପି ବି ସେ ସେମାନଙ୍କୁ ମୁଣ୍ଡ ଉପରେ ବସେଇ ଥାଏ ।

ରମା ଖୁଡି ଇଚ୍ଛା ଥାଏ, ନାତି ନାତୁଣୀ ବୋହୂ ଟିକେ ଆସି ସେବା କରନ୍ତେ ନି । ସେବା ତ ଦୂର କଥା । ପାଖ ବି କେହି ମାଡିଲେ ନି । ଗାଆଁ ଲୋକେ କହୁଥିଲେ । ଥରେ କୁଆଡେ ନାତି ନାତୁଣୀ ବୋହୂ ଆସିଥିଲେ ଘଣ୍ଟାଏ ରହି ଚାଲିଗଲେ ।

ରମା ଖୁଡି ଧିରେ ଧିରେ ବିଛଣା ଲଗା ହେଇଗଲେ । ଖାଇବା ବେଳ ହୋଇଗଲା । ସେତେବେଳକୁ ଦି ଝିଅ ତିନି ପୁଅ ପାଖରେ ଥିଲେ । ବଡ଼ ଜ୍ୱାଇଁ ବି ଆସିଥିଲେ ଘଣ୍ଟାଏ ଦି ଘଣ୍ଟାଏ ରହି ସେ ଚାଲିଗଲେ । ରାତି ପାହିଲା ବେଳକୁ ଖବର ହୋଇଗଲା ଚାରିଆଡେ ରମା ଖୁଡୀ ଚାଲିଗଲେ ।

ଶାଗୁଣା ଭଳିଆ ଦଳ ସବୁ ମାଡି ଆସିଲେ । ପୁଅ ବୋହୂ ନାତି ନାତୁଣୀ ଆହୁରି କେତେ କ ଣ । ଯେତେବେଳେ ଶବ ଶ୍ମଶାନ କୁ ଗଲା ସେତେବେଳେ ତିନି ପୁଅ, ଝିଅ, ଗୋଟାଏ ବୋହୂ ସାନ ଜ୍ୱାଇଁଙ୍କର ଭାଇ, ତାଙ୍କ ସ୍ତ୍ରୀ,ବଡ ଜ୍ୱାଇଁ, ସାନ ଜ୍ୱାଇଁ ସାନ ପୁଅର ଶାଶୁ ଏମାନେ ପାଖରେ ଥିଲେ । ନଅ ଦିନ ବେଳକୁ କାହିଁ କେତେ ଲୋକ, କେତେ ବନ୍ଧୁ କେତେ ବୋହୂ କେତେ ନାତି କେତେ ନାତୁଣୀ ବୋହୂ ତାଙ୍କର ପିଲାମାନେ, ତାଙ୍କର ବନ୍ଧୁବାନ୍ଧବ ସବୁ ଆସି ହାଜର ହୋଇଗଲେ । ସତେ କି ଘରଟା ଗୋଟାଏ ମେଲଣ ପଡିଆ । ସାନ ପୁଅ ବାହାରକୁ ଶ୍ମଶାନ ପାଖରେ ପହଞ୍ଚିଥିଲା । ତାର ସ୍ତ୍ରୀ, ପିଲାମାନେ ବି ଆସିଥିଲେ ।

ଗାଆଁରେ ସମସ୍ତେ କୁହା କୋହି ହଉଥାନ୍ତି ,ସାତ ଆଠ ବର୍ଷ ହେଲା ଏମାନେ କ ଣ କେହି ନଥିଲେ । ବୁଢ଼ୀ ପାଟିରେ ମିଠା କି ଗୋଟାଏ ଚକ୍ ଲେଟ୍ ଦେଇପାରିଲେନି । ମଲା ପରେ କ’ଣ ‌ପାଣି ସୁଅ ପରି ଛୁଟିଛନ୍ତି । ବୋଧେ ଆନନ୍ଦ ରେ ମେଳା ମହୋତ୍ସବ ହେବ ।

ବାର ଦିନ ଯାଏଁ ସେମିତି ଖିଆପିଆ ଲାଗିଥାଏ । ଟେବୁଲ ଉପରୁ ଅଇଁଠା ଛାଡ଼ିନଥାଏ । ଗୋଟିଏ ପରେ ଗୋଟିଏ ଦଳ ଭଦ୍ରଲୋକ, ପରିବାର ଲୋକ, ବନ୍ଧୁ ବାନ୍ଧବ ସମସ୍ତେ ବେଶ ଖାଇ ଆନନ୍ଦ ହେଲେ ।

ପରଦିନ ମଦନା କକେଇ କହିଲେ ଆରେ ସେଗୁଡା ଅଲଜ୍ୟା ଗୁଡା ବଞ୍ଚିଥିଲା ବେଳେ ଆସିଥଲେ, ତୁମର ଭଲପାଇବା, ସେହ୍ନ,ସମ୍ମାନ ସବୁ ଜଣାପଡିଥାନ୍ତା । ସେ ତ ମରିଗଲା ଏବେ ଶାଗୁଣା ପଲ ଭଳିଆ କାହିଁକି ମାଡିଆସିଲ ଏବେ ?

ହଁ’ ହେଇପାରେ ବୁଢ଼ୀର କଣ ସଂଚୟ ଥିବ ତାକୁ ଭାଗ ବଣ୍ଟା କରିନେବ । ଏବେ ନ ଆସିଲେ ଭାଗ ବୁଡ଼ିଯିବ ।

ସତରେ କ’ଣ ରମାଖୁଡିକୁ ଭଲ ପାଇ ଆସିଥିଲେ ନା, ଚାହୁଁଥିଲେ କୋଉଦିନ ମରିବୁ ଆମେ ଯିବୁ !!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top