ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମା ମୁଁ ଭୁଲି ନ ପାରିବି ତୋତେ
ଶିଖିଲି ଶୁଣିଲି ଅଜଣା କଥା ଯେତେ ।। ।।
ସମୟ ଅଳପ ଥିଲି ତୋର ପାଶେ
ଆସିଥିଲି ସାରା ଜୀବନର ଆସେ
ଅଧା ଗଢା ମୋର ସପନ ଥିଲା କେତେ ।। ।।
ଆଚାର ବିଚାର ମା ତୁମ
ପରଶ ତୋ ପରୀ ସମ
ତୁ ଅମୃତମୟୀ ମୂର୍ତ୍ତି ସତେ
ମୁଁ ଭୁଲି ନପାରିବି ତୋତେ ।। ।।
ତୋ ଚରିତ ଅନୁପମ
ତୁ ମୋ ପାଇଁ ଦେବୀ ସମ
ଚିନ୍ତା ଶୂନ୍ୟ ଥିଲେ ତୁ ସାଥେ
ମୁଁ ଭୁଲି ନପାରିବି ତୋତେ ।। ।।
ପର ଚପେ କନ୍ୟା ଭ୍ରୁଣ ବଧ
ନୁହେଁ ଏ ତୋର ଅପରାଧ
ତୋ ସ୍ମୃତି ରହିବ ସାଥେ ।। ।।
