ଏମିତି କୌଣସି ଲେଖା ନାହିଁ ,
ଯାହା ତୋତେ ଶବ୍ଦରେ ସୀମିତ କରିହେବ ।
ତୋ ବର୍ଣ୍ଣନା ପୁରା କରିହେବ ,
ଏମିତି କୌଣସି ଗ୍ରନ୍ଥ ନାହିଁ ।
ତୁ ମମତାର ପ୍ରତିମୂର୍ତ୍ତି,
ତୋ ଭିତରେ ସବୁ ଅନ୍ନତ ରହିଛି ।
ସବୁ କାମ ପୂର୍ବରୁ ତୋର ଉପଦେଶ ନିଏ ।
ମୋ ଜିତିବାର ମନ୍ତ୍ର ଫୁଙ୍କି ଦିଏ ।
ଆପଣାଙ୍କୁ ପର କରି ମା
ଅନେକ ଦୁଃଖ ଯନ୍ତ୍ରଣା କୁ ଟପି ମୋରି,
ସେବାରେ ନିଯକୁ ନିୟୋଜିତ କଲୁ ।
ଏନ୍ତୁଡିଶାଳରୁ ପାଳିଲୁ ପୋଷିଲୁ,
ମୋତେ ମଣିଷଟେ କରି ଗଢ଼ିଲୁ ମା ।
କୌଣସି ପଥରେ ଯିବା ପୂର୍ବରୁ,
ଯେବେ ତୋ ଚରଣ ଛୁଇଁ ଦିଏ ମା ,
ମନ ରେ ବିଶ୍ୱାସ ଭରିଯାଏ,
କି କେବେ ବିଫଳ ହୋଇ ଫେରିବି ନାହିଁ ।
ତୋର ଆଶୀର୍ବାଦ ତୋର ସାତ୍ୟୁନା,
କେବେ ଭୁଲ ହେଲେ ମୋ ,
ଉପରେ ସବାର ହୋଇ ,
ମୋତେ ବାରମ୍ବାର ଚେତେଇ ଦିଏ ମା।
କିନ୍ତୁ ଏବେ କଣ ଆଉ ହୋଇପାରିବ ମା,
ମୋର ବୟସ ବଢି ଚାଲିଛି ,
ମୁଁ ଆଉ ଆଗ ପରି ହୋଇ ରହି ନାହିଁ ।
ଆଗେ କେବେ ତୋତେ ଛାଡ଼ି ଚାଲିଗଲେ,
ପୁଣି ଦଉଡି ପଳାଇ ଆସୁଥିଲି ।
ଆଉ ତୋ କୋଳରେ ବସି,
ସବୁ ହାଲତ ଶୁଣୁଥିଲି ।
କିନ୍ତୁ ଏବେ ନିଜକୁ ନିଜେ ବୁଝାଇ ନିଏ ।
ସବାଲ ଆଉ ଜବାବର ଲଢ଼େଇ ମଧ୍ୟରେ ।
ଛୋଟବେଳେ ଆମ ଛୋଟ ପରିବାର,
ଭିତରେ ମୋତେ ବହୁତ ସମୟ ,
ମିଳୁଥିଲା ତୋ ସାଥେ ମା ।
କିନ୍ତୁ ଏବେ ଜୀବନର ଏହି ଚଲା ପଥରେ,
ମୁଁ ସବୁବେଳେ ବ୍ୟସ୍ତ ରହୁଛି ।
ଏବେ ଘରଠୁ ଦୂରେ ରହି ।
ତୋ ଠୁ ଦୂରେ ରହି ,
ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ,
ମୁଁ ଏଠି ସେଠି ଘୁରି ବୁଲୁଛି ।
ଯେବେ ମୁଁ ଥକି ଯାଉଛି ,
ଜୀବନର ଏହି ଯୁଦ୍ଧରେ,
ତୋ କଥା ମୋର ପଡି ଯାଉଛି ମା ।
ଏତେ ବ୍ୟସ୍ତ ଜୀବନ ଭିତରେ,
ଏତେ ବଡ ଦୁନିଆରେ ,
ମୋର ଆଖି ଯେତେବେଳେ ଛଳ ଛଳ ହୁଏ,
ସେତେବେଳେ ତୁ ମୋ ସ୍ମୃତି ଭିତରେ ଆସୁ,
ନିଜ ଉପଦେଶର ମୋତେ ,
ଅନୁସରଣ କରେଇବା ପାଇଁ ।
ମୋର ସମସ୍ତ ସଫଳତା ତୋତେ ହିଁ ଖୋଜେ ମା,
ଯେବେ ତୁ ମୋ ପାଖେ ନ ରହୁ ।
ସବୁ କିଛି ପୂରଣ ହୋଇ ବି ମା ,
କିଛି ବି ପୁଣି ବାକି ରହିଯାଏ ।
ମା ତୁ ଅଛୁ ।
ସେଥିପାଇଁ ତ ମୋର ଅସ୍ତିତ୍ୱ ଅଛି।
ଏବେ ମୁଁ ଏହି ଲେଖାର ବିରାମ ଦେଉଛି ।
ଏତି ସହ ତୋତେ ଦୁରେ ରହି ନମସ୍କାର କରୁଛି ।
