ନୀଳ ନୀଳ ସେଇ ଆକାଶରେ
ଚିକିମିକି ସେଇ ତାରାଫୁଲେ
ମେଘମାଳାର ସେଇ ଶୀତଳ ଦୁନିଆରେ
ସପନର ଶେଯଟିଏ ପାରି ମୁଁ
କହିଥିଲି ମୋର ଏଇ ମନ କଥା ଦିନେ ମୁଁ ଜହ୍ନକୁ ,
ସେଇ ଜହ୍ନ ରାଇଜରୁ ଉଡିଆସି ଦିନେ
ସାଜିଥିଲୁ ମୋ ମନ ବଗିଚାର ପ୍ରଜାପତି ଟେ ତୁ. . . ।। ( ୧)
ମନେ ପଡେ ଆଜି ମୋର
ସେଦିନର ସେଇ ଅଭିର ସବୁଜ ରଙ୍ଗର
ସେ ଅଭିର ର ସ୍ପର୍ଶରେ , ଏ ବଗିଚାର ଫୁଲରେ
ଉଙ୍କି ଥିଲା କେତେ ଆଶା ର ସଂଚାର … ।। ( ୨)
ଜାତି ଧର୍ମ ଗୋତ୍ର ପାଇଁ ବିରହର ନିଆଁ ଜାଳି
ତୁ ସିନା ଚାଲିଗଲୁ ଦୁରେଇ
ହେଲେ ଏ ବଗିଚାର ସବୁ ଫୁଲ ପାଇଁ
ରହିଥିବୁ ସଦା ପ୍ରଜାପତି ଟିଏ ହେଇ … ।। ( ୩)
ଝାଡ଼ି ତୁମ ସେଇ ନୀରିହର ଡେଣା
ଉଡି ଆସ ଆଉଥରେ ହେ ମୋ ବଗିଚାର ପ୍ରଜାପତି
ତୁମୋ ସେ ଗୋଲାପି ଓଧରର ମଧୁର ସ୍ପର୍ଶରେ
ବିତି ଯାଉ ମୋର ସବୁ ଦିନ ସବୁ ରାତି
ହେ ମୋ ବଗିଚାର ପ୍ରଜାପତି . . .।। ( ୪)
