ପତିତପାବନ, ନାମବହି ପ୍ରଭୁ
ପତିତକୁ କର ହେଳା
ଆକୁଳେ ଆକୁଳେ, ବ୍ୟାକୁଳେ ଡାକୁଛି
ବୁଡ଼େ ମୋ ଜୀବନ ଭେଳା…
ମାଟି ଦେହ ତୁମ, କୃପାରେ ବଂଚିଛି
ମାଟି ଘଟେ ତୁମ, ପୀରତି ସଂଚିଛି
ତେଣୁ କି ହେ ପ୍ରଭୁ ନପାର ମୁରୁଛି
ଦେଖାଅ ଏ ମାୟା ମେଳା…
ଅଛି ସତେ ହାତ ଦେଇଆଖି ମୁଦି ତେଣୁ ମୁ ଦେଖି ନପାରଇ
ତୁମରି କୋମଳ ପରଶ ଲଭି ଅକାରଣେ କ୍ଷ୍ୟଭେ ମରଇ
କାଢି ଦିଅ ହାତ, ଆଖି ଉପରରୁ ଚାହଁ ବାରେ, ଚକାଡ଼ୋଳା
ନୟନେ ନୟନ, ମିଶି ମୋ ପ୍ରାଣର ଲିଭୁ ମୋହ-ମାୟା ଜ୍ୱାଳା…
ଆରତେ ଡାକିଲେ, ତମେ ନ ଶୁଣୁଛ
ଏ ପୁଣି ପ୍ରଭୁ, କି ଲୀଳା ଦେଖାଉଛ
ଅନନ୍ତ ଅର୍ଣ୍ଣବ, ଅମ୍ବୁ-ରାଶି ତଳେ
ବୁଡି ସରିବ ମୋ ଖେଳା
ଦୟାମୟ ହରି କିମ୍ପା ନାମ ତଵ ଭକତ କଷଣ ଦେଖି କି ଗୌରବ
ପ୍ରଭୁ ପ୍ରଭୁ କହି ଜୀବ ଯଦି ଜୀବ ମାର ମାର ଏହି ବେଳା…
