କବିତା

ପୁଣି ଫେରିବାକୁ ଇଚ୍ଛା

Mamata Basantia's odia poem Puni Feribaku Ichha

ପୁଣି ଫେରିବାକୁ ଇଚ୍ଛା,
ଇତିହାସର ସେ ପୁରୁଣା ପୃଷ୍ଠାକୁ

ପୁଣି ଫେରିବାକୁ ଇଚ୍ଛା,
ମୋର ସେଇ ପିଲାଦିନକୁ
ପୁଣି ବଞ୍ଚିବାକୁ ଇଚ୍ଛା,
ମୋର ସେଇ ପୁରୁଣା ଦିନକୁ
କେତେ ଖଟାମିଠା ସମ୍ପର୍କ
ଆଉ ରୂପେଲି ସ୍ବପ୍ନର ଦୁନିଆକୁ ।।

ପୁଣି ଫେରିବାକୁ ଇଚ୍ଛା,
ଇତିହାସର ସେ ପୁରୁଣା ପୃଷ୍ଠାକୁ
ପୁଣି ବଞ୍ଚିବାକୁ ଇଚ୍ଛା,
ସତୀ ସ୍ବାଧୀ ସୀତାଙ୍କର ଜୀବନକୁ
କେତେ ଲାଞ୍ଛନା,ପୀଡ଼ା ଓ ଅପମାନ ସତ୍ତ୍ୱେ
ସତୀତ୍ୱର ଅନଳରେ ଜଳିବାକୁ ।।

ପୁଣି ଫେରିବାକୁ ଇଚ୍ଛା,
ମୋର ସେଇ ପୁରୁଣା ସ୍ମୃତିକୁ
ପୁଣି ବଞ୍ଚିବାକୁ ଇଚ୍ଛା,
ମୋ ପୁସ୍ତକରେ ବନ୍ଦୀ ପ୍ରତିଟି ନାୟିକାର ଚରିତ୍ରକୁ ।
କିଭଳି ସ୍ବପ୍ନର ଡେଣା ଲଗେଇ ଉଡିଗଲା ବେଳେ,
ସମାଜର ଶିଆଳି ଲଟା ବାନ୍ଧିଦିଏ ତାର ପାଦକୁ….
ବାନ୍ଧିଦିଏ ତାର ପାଦକୁ……‌

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top