ଦୁନିଆ ଦେଖିଛି ଅନେକ ବିରହ
ବିରହ ର ଶେଷ କୋହ
କିଏ ଦେଖିଛ ସେ କହିଦିଅ ମୋତେ
ପୁରୁଷ ଆଖିରେ ଲୁହ
କେବେ ତାର ସ୍ବପ୍ନ ଆକାଶ ରାଇଜେ
ଉଡ଼ା ଚଢେଇର ପୁଚ୍ଛ
ଲାଂଛିତ ବିବର୍ଣ୍ଣ ଦୁନିଆ ଆଗରେ
ସାଜେ ଥୁଣ୍ଟା ବରଗଛ
ସବୁ ଦୁଃଖ ପଛେ ମିଛ ହସ ଥାଏ
ସୁଖ ତା ଚୋରାଣୀ ମୃଗ
ସୁଖ ସମୟର ଆଗମନ ବେଳେ
ବଦଳି ଯାଏ ତା ଦିଗ
ପ୍ରତେକ ପୁରୁଷ କାନ୍ଦିବାକୁ ଜନ୍ମ
ସମୟ ଯେ ମୁକ ସାକ୍ଷୀ
ନିଜ ଠୁ ନିଜର ଯାହାକୁ ଭାବିଛୁ
ଉଡିଯିବ ସେଇ ପକ୍ଷୀ
ନା ସେ ଦେଖି ହୁଏ ନା ସେ କହିହୁଏ
ସେ ତ ବଢିଲା ନଦୀର ସୁଅ
ମରଣ ଠୁ ବେସି ଯନ୍ତ୍ରଣା ଦାୟକ
ଏ ପୁରୁଷ ଆଖିର ଲୁହ
ଏ ପୁରୁଷ ଆଖିର ଲୁହ
