କବିତା

ସୀମାରୁ ଆସିଛି ଚିଠି

Prashant Kumar Nath's odia poem Seemaaru Aasichhi Chithi

ଭାରତ ମାତାର ସୁରକ୍ଷା ପାଇଁକି
ଚାଲିଗଲେ ମୋର ପ୍ରାଣ
ଛାତିରେ ପଥର ସାଜି ସହିଯିବୁ
ଦେଉଛି ତୋତେଲୋ ରାଣ ।

ସୀମାରୁ ଆସିଛି ଚିଠି

ପୁଅ ଲେଖିଥିଲା ଚିଠିଟେ ମାଆକୁ
ରକତ କୁ କରି କାଳି
କାନ୍ଦିବୁନି କେବେ ମୋପାଇଁ ମାଆଲୋ
ଲୁହ ଦେବୁ ନାହିଁ ଢାଳି ।

ଭାରତ ମାତାର ସୁରକ୍ଷା ପାଇଁକି
ଚାଲିଗଲେ ମୋର ପ୍ରାଣ
ଛାତିରେ ପଥର ସାଜି ସହିଯିବୁ
ଦେଉଛି ତୋତେଲୋ ରାଣ ।

ଫେରିବା ବାଟକୁ ଚାହିଁବୁନି ମୋର
ଦୁଃଖ ସବୁ ସହିଯିବୁ
ସହିଦ ପୁଅର ମାଆଟିଏ ବୋଲି
ଗର୍ବ ପରା କରୁଥିବୁ ।

ମୁଁ ପରା ସନ୍ତାନ ଭାରତ ମାତାର
ଦେଶ ପ୍ରେମ ଦୀପ ଜାଳି
ହସି ହାସି ପରା ସେହି ମାଆ ପାଇଁ
ଦେଇପାରେ ପ୍ରାଣବଳୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top