ଏ ସବୁ ମୋ ବିଚାର ଯାହା ତୁମେ
ପ୍ରକଟ କରୁଛ
କିନ୍ତୁ ଏହା ଠିକ୍- ଏଗୁଡ଼ିକ ଠିକ୍ ସେଇ ବିଚାର ନୁହେଁ- ଧନ୍ୟବାଦ୍
କାରଣ ମୁଁ କେବେ ଜୋର୍ରେ କହି ନାହିଁ
ବୋଧହୁଏ ମୁଁ ଠିକ୍ ଏଇ ଆଶାରେ କହିଛି
ମୋ ବିଚାର ଠିକ୍ କି ନୁହେଁ ଏହା ମଧ୍ୟ ମୁଁ ଜୋର୍ରେ କହିନି
କିନ୍ତୁ କେବଳ ମୁଁ ହିଁ କହିପାରିବି ।
ଏ ଶକ୍ତି ଆଜି ପୂର୍ବରୁ ତୁମ ସ୍ୱରରେ ନଥିଲା ।
ତୁମ ବିଚାରରେ ବି ଜୋର୍ ନଥିଲା
କିନ୍ତୁ ଆଜି ଯେବେ ତୁମେ ନେଇଯାଇଛ ମୋର ବିଚାର
ଏବଂ କହୁଛ ତାକୁ କ୍ଷମତାର ବଳରେ
ତେବେ ତା’ ଉପରେ ଏକ ଅଦ୍ଭୁତ ପ୍ରକାରରେ
ହସିବାକୁ ଇଚ୍ଛା ମୋର
ମୁଁ ତାକୁ ଛପେଇ ଦେଉଛି
କାରଣ ତୁମ ହାତରେ
ମୁଁ ନିଜ ବିଚାରରେ ବରବାଦୀ ରକ୍ଷା କରିବାକୁ
ନିଜ ବିଚାରକୁ ନିଜ ପରି କହିବାକୁ ରଖୁଛି
ଏବଂ ତୁମକୁ ଛାଡ଼ି ଦେଉଛି
ଏକ ଅନ୍ଧଗଳିରେ ଫଶିବାକୁ ।
ତୁମ ବିଚାର


ହସିବାକୁ ଇଚ୍ଛା ମୋର
ମୁଁ ତାକୁ ଛପେଇ ଦେଉଛି
କାରଣ ତୁମ ହାତରେ
ମୁଁ ନିଜ ବିଚାରରେ ବରବାଦୀ ରକ୍ଷା କରିବାକୁ