କବିତା

ଆମେ ଓଡ଼ିଆ

Odia Author Amitav Sahu

କୁହ ଓଡ଼ିଆ, ଲେଖ ଓଡ଼ିଆ
ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ
ଭାରି ବଢ଼ିଆ ଆମେ ଓଡ଼ିଆ !

ଆମେ ଓଡ଼ିଆ

ଜାଗରେ ଜାଗରେ
ଓଡ଼ିଆ ସନ୍ତାନ
ଶୁଣୁଛ କି ତୁମେ
ଭାଷାର ରୋଦନ,
ଭାଷାପରା ତୁମ
ଜାତିର ମାନ
ତେବେ କିମ୍ପା ତୁମ୍ଭେ
ବସିଛି ମଉନ !

ଦେଖୁଛ ନୟନେ
ଶୋଇଛି ଶୟନେ
କେମିତି ସହୁଛି ମନ,
ପ୍ରତିଶ୍ରୁତିରେ ନୁହଁ ପ୍ରତିବାଦରେ
ଗୋଟେ ଜାତିର ପ୍ରଗତି
ଭାଷାର ଉନ୍ନତି ପାଇଁ
ହେଉ ଏକ ଆନ୍ଦୋଳନ ।

ସାରା ରାଜ୍ୟରେ
କୋର୍ଟ, କଚେରୀ, ଅଫିସ୍
ସବୁଠି ହେଉ
ଓଡ଼ିଆ ଭାଷାର ପ୍ରଚଳନ
ସ୍କୁଲ୍ କଲେଜରେ
ଓଡ଼ିଆ ଭାଷାର ପଠନ
ହେଉ ବାଧ୍ୟତା ମୂଳକ,
ସଦା ରହୁ ଉଜ୍ଜୀବିତ
ଆମ ଜାତି ଆମ ଭାଷାର ଟେକ ।

କୁହ ଓଡ଼ିଆ, ଲେଖ ଓଡ଼ିଆ
ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ
ଭାରି ବଢ଼ିଆ ଆମେ ଓଡ଼ିଆ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top