କବିତା

ରାଇଟ୍‌ ଟୁ ଇନ୍‌ଫର୍ମେସନ୍‌

Dr Kalpana Mallick's odia poem Right to Information

ସବୁ ନିରାଶାର ଆଶ୍ରାବାଡ଼ି
ଏଥର ଜାଣିଥା ପରିତ୍ରାଣ ନାହିଁ
ଷଣ୍ଢାଟାକୁ ସିଏ ଦବ ମୋଡି ।
ଚିଲ ଶାଗୁଣାଙ୍କ ଦରବାରେ
ଭାଳେଣି ପଡ଼ିଛି ଏକାଥରେ
କିପରି ଟାଣିବା, କିପରି ଖାଇବା
ଭାଙ୍ଗିଯିବ ଆମ ବିଶାଣରେ ।

ରାଇଟ୍‌ ଟୁ ଇନ୍‌ଫର୍ମେସନ୍‌

ରାଇଟ୍‌ ଟୁ ଇନ୍‌ଫର୍ମେସନ୍‌
ଆକ୍ଟ ସେ ବଡ଼ ଉତ୍ତମ
୨୦୦୬ର ଶ୍ରେଷ୍ଠ ଉପହାର
କିଣିନେଲା ଜନମନ ।

ସବୁ ନିରାଶାର ଆଶ୍ରାବାଡ଼ି
ଏଥର ଜାଣିଥା ପରିତ୍ରାଣ ନାହିଁ
ଷଣ୍ଢାଟାକୁ ସିଏ ଦବ ମୋଡି ।
ଚିଲ ଶାଗୁଣାଙ୍କ ଦରବାରେ
ଭାଳେଣି ପଡ଼ିଛି ଏକାଥରେ
କିପରି ଟାଣିବା, କିପରି ଖାଇବା
ଭାଙ୍ଗିଯିବ ଆମ ବିଶାଣରେ ।

ଚିଲ କହେ ଭାଇ ଶାଗୁଣା ,
ତମେ ବଡ ଭାଇ ଝମ୍ପା ସିଂ ହେଲେ
ମୁଁ ଖୁମ୍ପା ସିଂ ରଙ୍କୁଣା,
ସମସ୍ତେ ମୋ କଥା ଜାଣନ୍ତି ,
ଛୋଟିଆ ଥଣ୍ଟରେ
କେତିକି ଅବା ମୁଁ ଟାଣୁଛି
ଏତିକିରେ ମୋତେ
ଆର ଟି ଆଇ ଆସି
ଚକମା ଦେଖାଇ ଲାଗିଛି ।

ଘରଣୀ ମୋହର
ମୁଣ୍ଡେ ହାତ ଦେଇ ବସିଛି ,
ଏଥର ଭାବୁଛି,
ନୂଆବରଷରେ
ଆମିଷ ନ ଭକ୍ଷି, ନିରାମିଷ ଭକ୍ଷି
ବାକି ଜୀବନକୁ କାଟିବି ।

ରାଇଟ୍‌ ଟୁ ଇନ୍‌ଫର୍ମେସନ୍‌
କଥା ତାର ଲାଗେ ବିଷମ
ଦି ହଜାର ଛ ମସିହାର
ସେ ତ ମସ୍ତବଡ଼ ଭିଲିଆନ
ଭାଙ୍ଗିଦେଲା ସବୁ ସପନ ।

ଇଆଡ଼େ ସିଆଡ଼େ କଡ଼ ଲେଉଟାଇ
ଚୁପଚାପ ଚିଲ ଘୁମୁରେ
ମୋବାଇଲ ପରେ ହାତ ମାରି ମାରି
କାନ ପାଖେ ତାକୁ ଥାପୁଡ଼େ ।

ହ୍ୟାଲୋ ମୋ ନମସ୍ୟ ଶାଗୁଣା,
ତମ ଥଣ୍ଟ ବଡ଼ ଚିକ୍କଣ ,
ସ୍ପଷ୍ଟ ଦିବାଲୋକେ ,
ସବୁ ଆଖି ଆଗେ
ଟାଣିଟୁଣି ନେଇ
ଅମାରକୁ କର ଭରଣା ,
ତମ ଦୃଷ୍ଟି ଠାରେ ପଡ଼ିଲେ
କଙ୍କାଳଟା ହୁଏ ସାରରେ
ମୁଁ ଛଞ୍ଚାଣ ସିନା
ଝାମ୍ପି ନିଏ ହେଲେ
ତମେ କାଟିକୁଟି ସଫାରେ ।

ତମ ଭାଗ୍ୟ ରବି ଉଚ୍ଚାରେ
ନନ୍ଦନକାନନ ପ୍ରାଣୀ ଉଦ୍ୟାନର
ତମ ପ୍ରଜନନ କେନ୍ଦ୍ରରେ
ଥଇଥାନ ତମେ ହୋଇଯିବ ହେଲେ,
ମୁଁ ହୋଇଯିବି ଏକାରେ ।

ତୁମ ବାହୁଛାୟା ତଳରେ
ମୋତେ ନିଅ ଠାରେ ତୋଳିରେ
ସହାୟତା ଟିକେ
ମିଳିଗଲେ ମୋତେ,
ମୁଁ ପଡ଼ିବିନି ଧରାରେ ।

ମିଳିମିଶି ସବୁ ସଫା କରିଦେବା ,
ପରିମଳ ହେବ ଦେଶରେ,
କି ସୁନ୍ଦର ଅଭିଯାନରେ
ସର୍ବଖିଆ ଆମେ
ୟୁନିଅନ କରିବା
ଆମେଣ୍ଡମେଣ୍ଟ କରି ଆକ୍ଟ ଗଢ଼ିବା
ରିଭର୍ସ ରାଇଟ ନାଆଁ ରେ ।

ବୋଇଲା…
ରାଇଟ୍‌ ଟୁ ଇନ୍‌ଫର୍ମେସନ୍‌
ଆହା କେଡ଼େ ତୁମେ ମହାନ
ତୁମ କୃପାରୁ ନୂଆବର୍ଷ
ସବୁରି ମନ ହସହସ
ଚିଲ ଶାଗୁଣା ଛନ୍ତି ଯେତେ
ଆଳୁ ଖାଇବେ ସବୁ ମତେ
ତୁମ୍ଭକୁ ଆମ୍ଭ ନମସ୍କାର
ଆର.ଟି.ଆଇ ଆମ୍ଭଙ୍କୁ ଉଧାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top