ସ୍ୱପ୍ନ !
ସଂଜ୍ଞା ଯା’ର ହଜିଯାଏ
ଅନ୍ଧାର ରାତିର
ନିଶୂନ ପ୍ରହରରେ ;
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ
ସ୍ପର୍ଶ ପାଇବାକୁ ତା’ର
ବ୍ୟାକୁଳତା ମନ ଯାହା
ନୀରବ, ନିଶ୍ଚଳ କେବେ
ଅବା
ଗହଳରେ
ଅନିଶ୍ଚିତ, ଅଦୃଶ୍ୟ ଆଉ ଅପୂର୍ବ ଅନୁଭବ ତା’ର
ଏଇ ଜୀବନରେ ।
ବାସ୍ତବତା !
ସଦା ସଙ୍ଗେ ସଙ୍ଗେ ଚାଲେ
ଅସମୟରେ ବି
ଅତର୍କିତ ଆକ୍ରମଣ କରେ
ନୀରବରେ ସହିବାକୁ ପଡ଼େ
ପ୍ରାଦୁର୍ଭାବ ଯା’ର ବିନା ପ୍ରତିରାଧେ :
ଆସେ ଯିଏ କ୍ଷିପ୍ର ବେଗେ,
ସପନର ରଙ୍ଗକୁ ଲୁଚାଇ
ଭାବନାର ରୂପକୁ ଛପାଇ
ଏଇ ନିତିଦିନ ଜଞ୍ଜାଳ ଜୀବନରେ ତା’ ପଦଧାରେ …।
