କବିତା

ସ୍ୱପ୍ନ ବାସ୍ତବ

Nirupama Swain's odia poem Swapna Baastaba

ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ
ସ୍ପର୍ଶ ପାଇବାକୁ ତା’ର
ବ୍ୟାକୁଳତା ମନ ଯାହା
ନୀରବ, ନିଶ୍ଚଳ କେବେ

ସ୍ୱପ୍ନ ବାସ୍ତବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସ୍ୱପ୍ନ !

ସଂଜ୍ଞା ଯା’ର ହଜିଯାଏ
ଅନ୍ଧାର ରାତିର
ନିଶୂନ ପ୍ରହରରେ ;
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ
ସ୍ପର୍ଶ ପାଇବାକୁ ତା’ର
ବ୍ୟାକୁଳତା ମନ ଯାହା
ନୀରବ, ନିଶ୍ଚଳ କେବେ
ଅବା
ଗହଳରେ
ଅନିଶ୍ଚିତ, ଅଦୃଶ୍ୟ ଆଉ ଅପୂର୍ବ ଅନୁଭବ ତା’ର
ଏଇ ଜୀବନରେ ।

ବାସ୍ତବତା !

ସଦା ସଙ୍ଗେ ସଙ୍ଗେ ଚାଲେ
ଅସମୟରେ ବି
ଅତର୍କିତ ଆକ୍ରମଣ କରେ
ନୀରବରେ ସହିବାକୁ ପଡ଼େ
ପ୍ରାଦୁର୍ଭାବ ଯା’ର ବିନା ପ୍ରତିରାଧେ :
ଆସେ ଯିଏ କ୍ଷିପ୍ର ବେଗେ,
ସପନର ରଙ୍ଗକୁ ଲୁଚାଇ
ଭାବନାର ରୂପକୁ ଛପାଇ
ଏଇ ନିତିଦିନ ଜଞ୍ଜାଳ ଜୀବନରେ ତା’ ପଦଧାରେ …।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top