୧୯୨୧ ମସିହା ଅଗଷ୍ଟ ମାସରେ ନେତାଜୀ ସୁଭାଷ ଚନ୍ଦ୍ର କଟକ ଆସି କଂଗ୍ରେସ ଆନ୍ଦୋଳକୁ ସମଗ୍ର ଓଡ଼ିଶା ଭିତରେ ବ୍ୟାପକ ଓ ସକ୍ରୀୟ କରିବା ପାଇଁ ଓଡ଼ିଶାର କଂଗ୍ରେସ ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ୧୯୨୪ ମସିହା ଠାରୁ ୧୯୨୭ ପର୍ଯ୍ୟନ୍ତ ନେତାଜୀ ମଣ୍ଡାଲେ ଜେଲ୍ରେ ରହିଥିବା ବେଳେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ନିୟମିତ ଭାବରେ ଚିଠିପତ୍ର ଆଦାନ ପ୍ରଦାନ ହୋଇଥିଲା । ଗୋପବନ୍ଧୁ ଓଡ଼ିଶାରେ ସେତେବେଳର ରାଜନୈତିକ ଅବସ୍ଥା, ବନ୍ୟା ଫଳରେ ଲୋକଙ୍କ ଦୁର୍ଦ୍ଦଶା ନେତାଜୀଙ୍କୁ ଜଣାଇଥିଲେ । ସେତେବେଳେ ରାଜନୈତିକ ଅବସ୍ଥାରେ ଗୋପବନ୍ଧୁ ସାଧାରଣ ସେବା କାର୍ଯ୍ୟରୁ ଅବସର ଗ୍ରହଣ କରିବେ ବୋଲି ନେତାଜୀଙ୍କୁ ଦୁଃଖରେ ଜଣାଇଥିଲେ । ନେତାଜୀ ତା’ର ଉତ୍ତର ଦେଇ ଲେଖିଥିଲେ ଯେ “ଯେଉଁ ଅବସ୍ଥା ଆପଣ ବର୍ଣ୍ଣନା କରିଛନ୍ତି ସେଥିରେ ଆପଣଙ୍କର ମନୋଭାବ ସେହିପରି ହବ ସ୍ୱାଭାବିକ୍ ମାତ୍ର ଆପଣ ଯେଉଁ ପଥ ଅନୁସରଣ କରିଛନ୍ତି ସେଥିରେ ଫେରିବାର ବାଟ ଆଉ ନାହିଁ । ମୋର ଆଶା ଯେ ଆପଣଙ୍କର ଦୁଃଖ ନିଶ୍ଚିତ ଭାବରେ ଅପସରିଯିବ ।” ଶେଷରେ ସ୍ୱାମୀ ବିବେକାନନ୍ଦଙ୍କ ଏକ ଉକ୍ତି ଉଦ୍ଧାର କରି ନେତାଜୀ ଲେଖିଥିଲେ ଯେ “ଯାହାର ହୃଦୟ ଯେତେ ଉଚ୍ଚ ତା’ର ଦୁଃଖ ସେତେ ଗଭୀର ।” ନେତାଜୀ ତ୍ରିଭାଷୀ ଶିକ୍ଷା, ଓଡ଼ିଆ ବ୍ୟାକରଣ ଓ ଅଭିଧାନ ପଠାଇବା ପାଇଁ ଗୋପବନ୍ଧୁଙ୍କୁ ଜଣାଇଥିଲେ ଓ ଗୋପବନ୍ଧୁ ସେହି ପୁସ୍ତକ ଗୁଡ଼ିକୁ ତାଙ୍କ ନିକଟକୁ ଡାକଯୋଗେ ପଠାଇ ଥିଲେ ।
ଉତ୍କଳମଣି ଗୋପବନ୍ଧୁ ଓ ନେତାଜୀଙ୍କ ଭିତରେ ବାର୍ତ୍ତାଳାପ
ଲେଖିଛନ୍ତି
ଯାହାର ହୃଦୟ ଯେତେ ଉଚ୍ଚ ତା’ର ଦୁଃଖ ସେତେ ଗଭୀର ।
ଉତ୍କଳମଣି ଗୋପବନ୍ଧୁ ଓ ନେତାଜୀଙ୍କ ଭିତରେ ବାର୍ତ୍ତାଳାପ