ସତରେ କେଡେ ନିଷ୍ଠୁର ଏ ଦୁନିଆ
ଯାହାକୁ ନେଇ ସେ କହୁଥିଲା
ଜିବନ ଯଉବନରେ ସରେନି
ସରେ ତ୍ୟାଗ ଓ ବଳିଦାନତରେ ।
କଣ ସେ ହିଁ ଭୁଲି ଗଲା ଯାହାକୁ ସେ
ଏତେ ଆଶା ଓ ଆକାଂକ୍ଷ୍ୟାରେବୁଡ଼ାଉଥିଲା
ସେ କଣ ତା’ର ସେ ମହତ୍ତ୍ଵକୁ
ସତରେ ବୁଝପାରୁନାହିଁ ନା ଛଳନା କରୁଛି ।
ଅଭିମାନୀ ଓ ନିରୀହ ଝିଅଟି କଣ
ସତରେ କାନ୍ଦୁ ନ ଥିଲା
ନା ତା କାନ୍ଦ କେବଳ
ପ୍ରହସନ ବୋଲି ଭାବୁଥିଲା ।
କିଏ ବା କାହିଁକି ବୁଝିବ ତାର ସେଇ
ସୁନ୍ଦର ହସର ଥିବା ଲୁହକୁ
ଯିଏ ବୁଝିବା କଥା ସେ ତ
କୁହେ ଅଭିନୟ ତାକୁ ।
ବିଶାଳ ଜନସମାଗମ ରେ ଥିବା
ଲୋକ କୁ ଆପଣେଇ ନେଲା ।
ଶେଷରେ ସେ ହିଁ ତାକୁ ଧୋକେବାଜ୍
କହି ଦୂରେଇ ଗଲା ।
ଯଦି ଫେରିବାର ଥିଲା ଆଉ କୁଆଡେ
ପ୍ରତିଶ୍ରୁତି ଦେବା କ’ଣ ଦରକାର୍ ଥିଲା ।
ସେଇ ପ୍ରତିଶ୍ରୁତି ସେ ଝିଅ ଜୀବନକୁ
ତିଳ ତିଳ କରି ଜାଳୁ ଥିଲା ।
ଜଳି ସେ ପାରିବ ଏକା ଏକା
ଦୁଃଖ ଭରା ଜୀବନରେ ।
ଦୁଃଖରେ ସେ କେବେ ଭାଙ୍ଗିବନୀ
ଶିଖେଇତ ଥିଲ ତୁମେ ପରା ।
ପ୍ରତିମୁହୁର୍ତରେ କହୁଥିଲ ପ୍ରତାରଣା
ସେ ଝିଅ ରକତରେ।
କେତେ ପ୍ରତାରଣା କେତେ ଅଭିନୟ
କେତେ କରିଥିଲ ତା ଜୀବନରେ ?
କେବେ କହିନି ସେ ରାଗୀକିଛି
କହିଦେବ କାଳେ ସେ ଅଝଟି ।
ସହିସହି ଆଜି ନିଜେ ବୁଝି ସେ
ମନ କୁ ନେଲାନି ସେ ଆକଟି ।
ଦେଖୁଥିଲା ସତେ କେତେ ସ୍ୱପ୍ନ
ଦୁନିଆ ଦେଖିବ ତାର ମାନ ।
ସମ୍ମାନ ର କଥା ସିଖେଇଥିଲ ଯେ
ହୀନିମାନ କଲ ସେହି ଜନ ।
