ମା
କୋଉ କଥା କୁ ତୁ ଡରୁ
ସେହି ଡରେ
ଅନ୍ତର ରେ ମୋତେ ମାରୁ, କୋଉ କଥା କୁ ତୁ ଡରୁ ।। ।।
ନାରୀ ସର୍ବଂସହା
ତୁ ଜାଣୁ
ଜୀବନ ଯୁଦ୍ଧ ଯୁଝିବା ପାଇଁ କି
ତୋ କନ୍ୟା ନୁହେଁ ଭୀରୁ
କୋଉ କଥା କୁ ତୁ ଡରୁ ।। ।।
ଦୁଇ କୁଳ ହିତା
କନ୍ୟା ଯେ ଦୁହିତା
ଦୁଇ କୁଳ ହିତେ ଜନମ ଯାହାର
କିଆଁ ସର୍ବନାଶ ତାର କରୁ
କୋଉ କଥା କୁ ତୁ ଡରୁ ।। ।।
ଦ୍ରୌପଦୀ ସୀତା
ତାଙ୍କ ଯନ୍ତ୍ରଣା ର କଥା
ମୁଁ ଜନମ ନେଲେ ଯନ୍ତ୍ରଣା ପାଇବି
ଏ ଆଗତ ଦୁଖେ ତୁ ଝୁରୁ
କୋଉ କଥା କୁ ତୁ ଡରୁ ।। ।।
ସେ ଅଜାତ ଅଜୟା
ଦୁର୍ଗତି ବିଜୟା
ସେଇ କନ୍ୟା ଟିର ମା ତୁ ହୋଇ
ଯୁଦ୍ଧ ଲଢିବା ପୂର୍ବରୁ ହାରୁ
କୋଉ କଥା କୁ ତୁ ଡରୁ ।। ।।
