ଅବୁଝା ଏ’ ବର୍ତ୍ତମାନ
ଅତୀତକୁ ଡାକି ସଞ ସକାଳେ
ହଜାଇ ଦେଉଛି ବିବେକ ଜ୍ଞାନ
ଭିଜାଏ ଦୁଇ ନୟନ, ଅବୁଝା ଏ’ ବର୍ତ୍ତମାନ
ଅବାଧ୍ୟ ଏ’ ବର୍ତ୍ତମାନ
ଅତୀତକୁ କରେ ଅତି ଆପଣାର
ସ୍ମୃତିଘା’ରେ ଲଗାଏ ଚୁନ
ଫଗୁଣେ ଗ୍ରୀଷ୍ମ ଦହନ,ଅବୁଝା ଏ’ ବର୍ତ୍ତମାନ
ଅସ୍ଥିର ଏ’ ବର୍ତ୍ତମାନ
ଦେଖୁନି ଜମାରୁ ଭବିଷ୍ୟତ ଆଡେ
ସୁନ୍ଦର ସୁଢଳ କଳିକାମାନ
ଭଅଁର ଦିଏ ଚୁମ୍ବନ, ଅବୁଝା ଏ’ ବର୍ତ୍ତମାନ
ଅନ୍ୟାୟୀ ଏ’ ବର୍ତ୍ତମାନ
ଅତୀତ ଆଦରେ ଜାଳୁଛି ତନ
ଭବିଷ୍ୟତ ଏବେ କଲାଣି ମାନ
ଉଦାସେ କଟୁଛି ଦିନ, ଅବୁଝା ଏ’ ବର୍ତ୍ତମାନ
ବରହ* ଏ’ ବର୍ତ୍ତମାନ
ଅସଂଯତ ହେଲେ ଯିବ ପରାଣ
ଦୁଲ୍ଲଭ ଜୀବନ କର କାରଣ
ବୁଝାଇ ଶିଖାଅ ଏ’ ବର୍ତ୍ତମାନ
ଅତୀତକୁ ଭୁଲି କରୁ ଭ୍ରମଣ
ଶାନ୍ତିମୈତ୍ରୀ ଧାରା ହେଉ ସ୍ଥାପନ
*ବରହ – ଅଗ୍ନିଶିଖା
