ଅଙ୍କାବଙ୍କା ନଈ କୂଳେ ଥିଲା ଗୋଟେ ଗାଁ
ଯଦିବା ଜାଣିଛି ମୁହିଁ ।
ଗାଁଟିରେ ଥିଲା ଗୋଟେ ଲାଲ ରଙ୍ଗର ମନ୍ଦିର
ମନ୍ଦିରରେ ଜାଣିନି ମୁଁ
ଥିଲେକି ଠାକୁର ।
ମନ୍ଦିର ପଛରେ ଥିଲା ସୁନ୍ଦର ଘରଟି
ଦୁରକୁ ଝଟକୁଥିଲା ଚନ୍ଦ୍ରମା ପରିଟି ।
ଘରଟିରେ ଥିଲା ଜଣେ ଅପୂର୍ବ ସୁନ୍ଦରୀ
ଚାନ୍ଦ ପରି ଦିଶୁଥିଲା ମୁହଁଟି ତାହାରି ।
ତାକୁ ମୋର ମନ ଦେଲି ଭଲ ମୁଁ ପାଇଲି
ପ୍ରତିରାତି ସ୍ୱପ୍ନରେ ମୋ
ତାକୁ ମୁଁ ଦେଖିଲି ।
ନଈ ଯଦି ହୋଇଥାନ୍ତି ସେ ଗାଁରେ
ବହୁ ଥାଆନ୍ତି
ସେ ଝିଅର ଗୋରା ଦେହ
ପ୍ରତିଦିନ ଛୁଉଁଥାନ୍ତି ।
ସେ ଝିଅ ସେଇଠି ରହେ ସେହି ତା’ର ଗାଁ
ଯଦି ବା ଜାଣିଛି ମୁହିଁ
ଲେଖିବିନି ତା’ର ନାଁ ।
