ସମ୍ପାଦକୀୟ

ସାହିତ୍ୟ ଓ ଜୀବନ

Odia Author Dr. Nilamadhab Kar

ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ ଜାଗରୁକ ହେବା ଦରକାର ।

ସାହିତ୍ୟ ଓ ଜୀବନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାହିତ୍ୟର ଊର୍ଜା ଜୀବନ । ଜୀବନର କୋଣ ଅନୁକୋଣରୁ, ଭାବ ଅଭାବରୁ, ଢଙ୍ଗ ବେଢ଼ଙ୍ଗରୁ ଉପାଦାନ ଖୋଜି ଗଢ଼ାହୁଏ ସାହିତ୍ୟ । ଜୀବନର ଛାପ ଉଙ୍କିମାରୁଥାଏ ସାହିତ୍ୟରେ । ସେମିତି, ଜୀବନ ରୁଦ୍ଧିମନ୍ତ ହୁଏ ସାହିତ୍ୟରେ । … …

ଜୀବନକୁ ପ୍ରଭାବିତ କରେ ସାହିତ୍ୟ ନାନା ଭାବରେ । ସାହିତ୍ୟ ମନକୁ ଛୁଏଁ, ଦୋହଲାଏ ହୃଦ । ନିରସ, ନିରାନନ୍ଦ, ନିସ୍ତରଂଗ ଜୀବନରେ ଛନ୍ଦ ତୋଳେ, ରଙ୍ଗ ବୋଳେ । ଅବା, ସ୍ଥିରତା ଆଣେ ଦ୍ଵନ୍ଦରେ, ଘୁର୍ଣୀରେ, ଆନ୍ଦୋଳନରେ; – ମନକୁ ଶାନ୍ତ କରେ । ବେଳେ ବେଳେ, ଧିରେ ହେଉ ବା ଅକସ୍ମାତ, ସାହିତ୍ୟ ବଦଳାଏ, ବଦଳେଇପାରେ ଚରିତ୍ର ।

ବିଭିନ୍ନ ରୁପରେ ଉଭା ହୁଏ ସାହିତ୍ୟ ଆମ ଆଗରେ । ବହୁରୂପୀଟିଏ ପରି । ମା ଓଠର ଲୋରୀ କି ମନେ ପଡୁନଥିବା ପଦର ଧାଡି, ଗୀତ କବିତା, ଗପ ବା ପ୍ରବନ୍ଧ, ଉପନ୍ୟାସ, ବୁଢୀମାଙ୍କ କାହାଣୀଠୁ ସାରଗର୍ଭକ ଗ୍ରନ୍ଥସବୁ ପର୍ଯନ୍ତ ସାହିତ୍ୟର ଆଭା ବାରିହୁଏ । ଜୀବନକୁ ଜଡେଇ ଛିଡ଼ା ହେଇଥାଏ ସାହିତ୍ୟ, ପ୍ରତ୍ୟକ୍ଷ ଅବା ଅପ୍ରତ୍ୟକ୍ଷ ।

ସାହିତ୍ୟ ଯୋଡେ ନୂତନ ସହ ପୁରାତନକୁ, ଯୁଗ ସହ ଯୁଗକୁ, ସମାଜ ସହ ସମାଜକୁ – ହୃଦୟ ଓ ମନସବୁକୁ । ସାହିତ୍ୟ ନେଇପାରେ, ଦେଇପାରେ ଜୀବନ । ବେଳେବେଳେ ଦିପଦ କବିତା ଜୀବନକୁ ଫେରି ଚାହିଁବାକୁ, ପୁଣିଥରେ ଜିଇଁବାକୁ ଖୋରାକ ଯୋଗାଏ । ଲଢିବାକୁ, ଯୁଦ୍ଧକୁ ଯିବାକୁ କେବେ ମତାଏ, ତ କେବେ ଦେଶ ଜାତି ପ୍ରେମରେ ଉବୁଟୁବୁ କରାଏ ।

ସାହିତ୍ୟ ସମାଜର ମୁଲ୍ୟବୋଧକୁ ଗଢିଛି, ଦିଗ ଦେଖେଇଛି । ଯୁଦ୍ଧ ହେଉ ବା ଜୀବନ, ଜିତିବା ପାଇଁ, ହାରି ନ ଯିବା ପାଇଁ ପ୍ରେରଣା ଯୋଗେଇଛି । ବେଳେବେଳେ ଧାଡିଏ କବିତା ବା ପଦଟେ ଜିଇଁବାକୁ, ଜିଇଁରହିବାକୁ, ଏପରିକି ଜୀବନ ନ ହାରିବାକୁ ଆଶ୍ରାଟିଏ ହେଇଛି; ତ କେତେବେଳେ ଜୀବ ଗଲାବେଳେ – ଆଶ୍ୱାସନା, ସାନ୍ତ୍ଵନାର ମନ୍ତ୍ରଟିଏ ହେଇଛି ସାହିତ୍ୟ ।

ସାହିତ୍ୟ ସମସ୍ତଙ୍କର । ସମସ୍ତଙ୍କ ପାଇଁ ଲୋଡା । ସାହିତ୍ୟ ଖାଲି ଲେଖକ ବା ପାଠକ ମାନଙ୍କ ମଧ୍ୟରେ ସୀମିତ ନୁହେ । ଏମିତିକି ସାହିତ୍ୟ ଖାଲି ଦେଶ, ଯୁଗ ବା କେଉଁ ଏକ ଭାଷା ଭିତରେ ଆବଦ୍ଧ ନୁହେଁ । ଏହା ସମସ୍ତଙ୍କର, ମାନବ ସମାଜର ।

ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ ଜାଗରୁକ ହେବା ଦରକାର । ତେବେ ଏ ବ୍ୟସ୍ତ ଜୀବନରେ ସାହିତ୍ୟ ପାଇଁ ସମୟ ଖୋଜିବାକୁ ପଡେ, ଅନେକଙ୍କୁ । ଏ ହୁଏତ ଜଣାପଡେ ନାହିଁ କି ସାହିତ୍ୟ ଜଡ଼େଇ ହେଇ ରହିଛି ଆମ ଚାରିଆଡେ – ତାକୁ ଖାଲି ଚିହ୍ନି, ନିତିଦିନିଆ ଜୀବନରେ ସାମିଲ୍ କରିବା କଥା, ଅନୁଭବ କରିବା କଥା, ଉପଯୋଗ କରିବା କଥା । ସାହିତ୍ୟର ଆଦର ଓ ଉତ୍ସାହରେ ଜୀବନରେ ଆଉଟିକେ ନିରୋଳା ଆନନ୍ଦ ଭରିଯିବ – ଏଥିରେ ସନ୍ଦେହ ନାହିଁ ।

ଏମିତି ଲେଖାଟେ ଅଛି କି – ଯାହାକୁ ବାରମ୍ବାର ପଢିବାକୁ ଇଚ୍ଛା ହୁଏ – ବା ଥରେ ପଢ଼ିସାରିବା ପରେ ଲାଗେ ଟିକେ ବଦଳି ଯାଇଛି ଯେମିତି ଜୀବନ, ବା ନିଜ ଭିତରର ମଣିଷ । ପଢିଲା ବେଳେ ହଜିଯାଇଛି ସମୟ । ଏମିତି ଲେଖାଟେ ଅଛି କି – ପ୍ରିୟ ଗପ କି କବିତା, ଧାଡିଏ କି ପଦଟେ, ଏମିତିକି ଶବ୍ଦଟେ ଅଛି କି ଯାହା ସଙ୍ଗେ ଭାବରେ ବନ୍ଧା ପଡିଯାଇଛି ଜୀବନ । ଖୋଜନ୍ତୁ, ଚିହ୍ନନ୍ତୁ ସେ ଲେଖାଟିକୁ ।

ଆପଣଙ୍କର ପ୍ରିୟ ଗୀତ କବିତା, ଗପ, ଉପନ୍ୟାସ, ନିବନ୍ଧ ବା ଅନ୍ୟ ଲେଖା ସବୁକୁ ଜାବୋଡି ରଖନ୍ତୁ, ଅନ୍ୟମାନଙ୍କୁ ପରଷନ୍ତୁ, ବାଣ୍ଟନ୍ତୁ । ଏସବୁ ଆପଣଙ୍କ ସଂଜ୍ଞାର ଏକ ଫଳକ ।

2 Comments

2 Comments

  1. ଶ୍ରୀ ଅରବିନ୍ଦ ଦାସ

    ARAVINDA DAS

    February 7, 2017 at 11:36 am

    Really some wonderful thoughts by the editor. Sahitya is not simply a subject, but the real reflection of mankind,history, parmpara . It is our duty to showcase our our own identity , i.e our literature..the odia literature. Lets just join our hand.
    Thank you Nilamadhab Babu for sharing this on this platform.
    Regds

    • ଡା: ନୀଳମାଧବ କର

      ଡା: ନୀଳମାଧବ କର

      February 9, 2017 at 8:56 am

      Dear Aravinda Babu,
      Thanks for your comments about the editorial. Much appreciated. Your appreciation means a lot. It is indeed important to take care of Odia language. With burgeoning impact of the other languages with commercial/economic connotations attached leads to gradual diminishing use of many languages. It is important that people should try to understand this and take care of their mother tongue.
      Kind regards,

      Nilamadhab Kar
      Consultant Psychiatrist
      Wolverhampton, UK

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top