ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲାବେଳେ ଦିନେ ସକାଳେ, ମୋ’ର ଏକ ବିଦ୍ୟାଳୟ ସହାପାଠୀଙ୍କର (ନାମ ପ୍ରକାଶ କରୁନାହିଁ) କପାଳରେ, ଦୁଇ ନୟନ ମଝିରେ,ଏକ ଲମ୍ବା ନାଲି ଦାଗ ଦେଖିଲି । ତାଙ୍କୁ ପଚାରିବାରୁ ସେ କହିଲେ, “ମୁଁ, ଓଁ ନମଃ ଶିବାୟ କହି, କାଲି ମୋ’ର ବୁଢା ଆଙ୍ଗୁଠି ସେଠାରେ ୧୦୮ ଥର ଘସିଅଛି । ” ମୁଁ ପୁଣି ତା’ଙ୍କୁ ଏହା ପଛରେ କାରଣ ପଚାରିବାରୁ ସେ ଉତ୍ତର ଦେଲେ ,“ଏପରି କଲେ ଶିବ ଓ ରାମଙ୍କ ପରି ତୃତୀୟ ନେତ୍ର ଜାଗ୍ରତ ହେବ । ” ସେଦିନ ମତେ ଅବଶ୍ୟ ଏ ଉତ୍ତର ଏକ ଅନ୍ଧବିଶ୍ୱାସ ପରି ଲାଗିଥିଲା , କିନ୍ତୁ ଏକଥା ମୁଁ ବୁଝିପାରିଥିଲିକି, ସେ(ମୋହର ସହାପାଠୀ), କୌଣସି ଏକ ସ୍ରୋତରୁ ପ୍ରେରିତ ହୋଇ, ନିଶ୍ଚିତ ଭାବରେ ଏକ ଅତିମାନବୀୟ ଲକ୍ଷ୍ୟ ସାଧନ କରିବାକୁ ଚେଷ୍ଟା କରୁଥିଲେ ।
“ତ୍ରିନେତ୍ରାୟେଷୁବକ୍ତ୍ରାୟ ସଦାଭାସାୟ ତେ ନମଃ ।
ସର୍ବେନ୍ଦ୍ରିୟଗୁଣଦ୍ରଷ୍ଟ୍ରେ ନିଷ୍କାରଣ ନମୋସ୍ତୁ ତେ ॥”
– ଶିବ ପୁରାଣ ୨.୨.୧୫-
ହେ ତ୍ରିନେତ୍ରଧାରୀ , ଏକ ସୁନ୍ଦର ମୁଖଧାରୀ , ସର୍ବଦା ଦୀପ୍ତିମାନ ଆପଣଙ୍କୁ ନମନ ,
ଇନ୍ଦ୍ରିୟବିଜେତା ସର୍ବଜ୍ଞ, ସମସ୍ତ ଗୁଣକୁ ଅନୁଭବ କରୁଥିବା କାରଣହୀନ, ଆମେ ଆପଣଙ୍କୁ ପ୍ରଣାମ କରୁ
ଶିବ ପୁରାଣର ଏହି ପଦଟି ପରି, ଏନେକ ହିନ୍ଦୁ ଶାସ୍ତ୍ରରେ ଅନେକ ଦେବାଦେବୀ ଯଥା; ଶିବ, କାଳୀ, ଦୁର୍ଗା, ପାର୍ବତୀ, ସରସ୍ୱତୀଙ୍କଠାରେ ତିନୋଟି ନୟନ ର ଉପସ୍ଥିତି ଦେଖିବାକୁ ମିଳେ । ପ୍ରତୀକାତ୍ମକ ହିନ୍ଦୁ ଧର୍ମରେ, ଏହି ସଙ୍କେତ, ଦେବାଦେବୀଙ୍କର ଐଶ୍ୱରୀୟ ଗୁଣକୁ ତଥା ତାଙ୍କର ସର୍ବବିଦ୍ୟମାନ ପ୍ରକୃତି, ଦୈବ ଉପସ୍ଥିତି ଏବଂ ସର୍ବୋଚ୍ଚ ଚେତନାର ପ୍ରଶସ୍ତି କରିବା ପାଇଁ ବ୍ୟବହୃତ ହୁଏ । ତେବେ ଏହି ତୃତୀୟ ନୟନର ସାଙ୍କେତିକ ତାତ୍ପର୍ଯ୍ୟ କଅଣ ? କ’ଣ ପ୍ରକୃତରେ ଆପଣ ଏକ ମନୁଷ୍ୟ ଶରୀରରେ, କପାଳ ଦେଶରେ ଆଉ ଏକ ଚକ୍ଷୁର ଆଶା କରୁଛନ୍ତି ? ଯଦି କରୁଛନ୍ତି ଅବା ଏପରି ବିଶ୍ୱାସ ରଖନ୍ତି ତେବେ ଏହି ଆଲେଖ୍ୟ ଆଗକୁ ନପଢିବାକୁ ଅନୁରୋଧ ।
ହିନ୍ଦୁ ପୁରାଣରେ ଅନେକ ଦେବତାଙ୍କୁ ତିନୋଟି ନୟନ ସହିତ ଚିତ୍ରଣ କରାଯାଇଛି । ଶିବଙ୍କୁ “ତ୍ରୟମ୍ବକ” କୁହାଯାଏ, ଯାହାର ଅର୍ଥ ହେଉଛି “ତିନି ନୟନ ” ଶିବଙ୍କର ତୃତୀୟ ନୟନ ତାଙ୍କର ବୁଦ୍ଧି, ଭଲମନ୍ଦର ବିଚାରଣା ଏବଂ ଅଜ୍ଞତାକୁ ନଷ୍ଟ କରିବାର ଶକ୍ତିକୁ ସୂଚିତ କରେ । ମହାଦେବଙ୍କର ତୃତୀୟ ନୟନ ଖୋଲିବା ପରେ ଏଥିରୁ ନିର୍ଗତ ଅଗ୍ନି ,ଏହାର ପଥରେ ସବୁ ମାୟାକୁ ନଷ୍ଟ କରିପାରେ । କାଳୀଙ୍କର ତୃତୀୟ ଚକ୍ଷୁ, ଶାରୀରିକ ଜଗତ ଏବଂ ଆତ୍ମା ପରିଧିକୁ ବୁଝିବାର କ୍ଷମତାକୁ ସୂଚିତ କରେ । ଦୁର୍ଗାଙ୍କର ତୃତୀୟ ନୟନ ତା’ର ସର୍ବଜ୍ଞତା, ଧର୍ମର ରକ୍ଷକ ଏବଂ ଅଧର୍ମ ବିନାଶକାରୀ ଭାବରେ ତାଙ୍କର ଭୂମିକାକୁ ପ୍ରତିପାଦିତ କରେ । ଦେବୀ ପାର୍ବତୀ ଶିବଙ୍କ ସହଭାଗିନୀ ଭାବରେ ତ୍ରିନେତ୍ର ଧାରିଣୀ ଭାବରେ ଚିତ୍ରିତ ହୋଇ ଶିବଙ୍କ ଜ୍ଞାନ ଏବଂ ଐଶ୍ୱରୀୟ ଶକ୍ତିର ସହଭାଗୀ ଅଟନ୍ତି । ଜ୍ଞାନ, ସଙ୍ଗୀତ ଏବଂ କଳା ର ଦେବୀ ସରସ୍ୱତୀଙ୍କୁ ବେଳେବେଳେ ତୃତୀୟ ନୟନ ତାଙ୍କର ବିସ୍ତୃତ ଜ୍ଞାନ ଏବଂ ପ୍ରଶାନ୍ତିକୁ ସୂଚୀତ କରେ । କୁଣ୍ଡଳିନୀ ଯୋଗ ଶାସ୍ତ୍ରରେ ଇଡା (ବାମ ନାଡି), ପିଙ୍ଗଳା(ଦକ୍ଷିଣ ନାଡି), ସୁଷୁମ୍ନା ବ୍ରହ୍ମରନ୍ଦ୍ର ଦ୍ୱାରା ବ୍ରହ୍ମାଣ୍ଡ ସହ ସଂଯୁକ୍ତ ହୁଅନ୍ତି । ଏବଂ ତେବେହିଁ ଜ୍ଞାନଚକ୍ଷୁ (ତୃତୀୟନେତ୍ର) ଜାଗ୍ରତ ହୁଏ । ବୈଜ୍ଞାନିକ ମାନେ ବିଭିନ୍ନ ଜୀବ ମାନଙ୍କର Cranial Aperture ଓ ତାହା ତଳେ ଥିବା Pineal Gland କରି , ତୃତୀୟନେତ୍ର କ’ଣ ହୋଇଥାଇପାରେ ସେ ବିଷୟରେ ଗବେଷଣା କରୁଛନ୍ତି । ତେବେ ଏହା ନିଶ୍ଚୟ ଏକ ଅସଧାରଣ କ୍ଷମତା । ତାତ୍ତ୍ଵିକ ଦୃଷ୍ଟିକୋଣରୁ ଦେଖିଲେ, ଏହା ସାଧାରଣ ଦର୍ଶନ ଦ୍ୱାରା ସାଧ୍ୟ ହେଉଥିବା ଏବଂ ବ୍ରହ୍ମାଣ୍ଡର ଗଭୀର ଅନ୍ତର୍ନିହିତ ସତ୍ୟଗୁଡ଼ିକୁ ଅନୁଭବ କରିବାର କ୍ଷମତାକୁ ପ୍ରତିପାଦିତ କରେ । ତୃତୀୟ ନୟନ ମଧ୍ୟ ବିନାଶ ଏବଂ ପୁନର୍ଜନ୍ମ ସହିତ ଜଡିତ, କାରଣ ଏହାର ମନ୍ଦ ଏବଂ ଅଜ୍ଞାନକୁ ଧ୍ୱଂସ କରିବାର ଶକ୍ତି ଅଛି ବୋଲି ବିଶ୍ୱାସ କରାଯାଏ । ଏହା ଜ୍ଞାନ ମାର୍ଗରେ ଜୀବକୁ ଅଗ୍ରସର ହେବା ପାଇଁ ପ୍ରସ୍ତୁତ କରେ ।
ପୁରାଣର କାହାଣୀ ଅନୁଯାୟୀ ଯେତେବେଳେ ଶିବଙ୍କ ତୃତୀୟ ନୟନ ଖୋଲିବ, ସେତେବେଳେ ଏହା ଏକ ଶକ୍ତିଶାଳୀ ଶକ୍ତି ବିକିରଣ କରେ ଯାହା ତା’ର ପଥରେ କିଛି ବିନଷ୍ଟ କରିପାରେ । ଏହା ନକାରାତ୍ମକ ଶକ୍ତିର ବିନାଶ ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ । ତୃତୀୟ ନୟନ ମଧ୍ୟ ଆଧ୍ୟାତ୍ମିକ ଜାଗରଣ ଏବଂ ଉଚ୍ଚ ଚେତନା ପ୍ରାପ୍ତିକୁ ସୂଚିତ କରେ ।
ଲୌକିକ ଜଗତରେ ବ୍ୟକ୍ତିଗତ ବିବେକ ହିଁ ଜଣେ ବ୍ୟକ୍ତିର ତୃତୀୟ ନୟନ । ବିବେକକୁ ପ୍ରାୟତଃ “ତୃତୀୟ ନୟନ” କହିବାର କାରଣ ଏହିପରିକି, ଏହା ଏକ ଅନ୍ତର୍ନିହିତ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିଥାଏ, ଯାହା ଆମକୁ ଭଲମନ୍ଦ ଚିହ୍ନିବାରେ ସାହାଯ୍ୟ କରେ । ଏକ ସ୍ମାର୍ଟଫୋନରେ ଥିବା ଏକ ଅତିରିକ୍ତ କ୍ୟାମେରା ପରି, ଏକ ସାଧାରଣ ବ୍ୟକ୍ତିକୁ ଯଦି ଏକ ଅଧିକ ନୟନ ମିଳେ, ତେବେ ଯେପରି ଏକ ବ୍ୟକ୍ତି ଏକ ତୃତୀୟ ନୟନ ଦୃଶ୍ୟମାନ ଜଗତକୁ ଏକ ଅତିରିକ୍ତ ଦୃଷ୍ଟିକୋଣ ପ୍ରଦାନ କରିବ । ଠିକ୍ ସେହିପରି ଆମର ବିବେକ ଆମର କାର୍ଯ୍ୟ ଏବଂ ଆମ ଦୈନନ୍ଦିନ କର୍ମର ନୈତିକ ପ୍ରଭାବ ବିଷୟରେ ଏକ ଗଭୀର ଉପଲବ୍ଧି ଏବଂ ସଚେତନତା ପ୍ରଦାନ କରେ । ଏହା ଆମକୁ ଜଟିଳ, ନୈତିକ ପରିସ୍ଥିତି ଓ ସନ୍ଦେହ ମଧ୍ୟ ଦେଇ ଆଗକୁ ବଢିବାରେ ଏବଂ ଆମର ମୂଲ୍ୟ ଏବଂ ନୀତି ସହିତ ସମ୍ମିଳିତ ହୋଇ ଏକ ଉତ୍ତମ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ । ବାସ୍ତବରେ, ଆମର ବିବେକ ହେଉଛି ଆମ ମଧ୍ୟରେ ଥିବା ଦିବ୍ୟତ୍ଵର ଆତ୍ମ-ପ୍ରତିଫଳନ ଏବଂ ନୈତିକ ବିଚାର ପାଇଁ ଏକ ଶକ୍ତିଶାଳୀ ସାଧନ । ଏହା ଆମକୁ ପୃଷ୍ଠର ବାହାରେ ଥିବା ବିଷୟକୁ ଦେଖିବା ଏବଂ ଆମର ଅନ୍ତର୍ନିହିତ ପ୍ରକୃତ ପ୍ରକୃତି ବୁଝିବାରେ ସକ୍ଷମ କରାଇଥାଏ । ଏହା ଏକ ଆଭ୍ୟନ୍ତରୀଣ କମ୍ପାସ୍ (ଦିଗ ନିର୍ଦ୍ଦେଶକ) ଭଳି ଅଟେ ଯାହା ଆମକୁ ନୈତିକ ଅଖଣ୍ଡତା ଏବଂ ନୈତିକ ଆଚରଣ ଦିଗରେ ମାର୍ଗଦର୍ଶନ କରେ ।
ଭାରତର ଏକ ମହାନ ଗୁରୁଙ୍କ ଭାଷାରେ, “ତୁମେ କାହାକୁ ଅନୁସରଣ କରିବା ଉଚିତ୍ ନୁହେଁ । ତୁମେ କେବଳ ତୁମର ବିବେକର ଅନୁସରଣ କରିବା ଉଚିତ୍, ଯାହା ହେଉଛି ତୁମର ପ୍ରକୃତ ଗୁରୁ” । ବିବେକ ହେଉଛି ଆମର ପ୍ରକୃତ ଶକ୍ତି, ଶକ୍ତି ଏବଂ ଚେତନା । “ଯେତେବେଳେ ଆମେ ଆମର ବିବେକର ଅନୁସରଣ କରୁ, ଆମର ଚିନ୍ତାଧାରା, ଶବ୍ଦ ଏବଂ କାର୍ଯ୍ୟ ଉତ୍ତମ ଏବଂ ସ୍ଥିର ହୋଇଯାଏ । ”
ଅତଏବ,ଏହି ତୃତୀୟ ନୟନ କିପରି ଖୋଲିବ ? ଅନେକ ପଦ୍ଧତି ଥାଇପାରେ । ଏଠାରେ ଏକ ମାର୍ଗ ଉପସ୍ଥାପନ କରିବାକୁ ଚାହେଁ । ଏହାକୁ ଦୁଇଟି ଚରଣରେ କରିବାକୁ ଚେଷ୍ଟା କରାଯିବା ଉଚିତ । ପ୍ରଥମେ ବ୍ୟକ୍ତି ମାନସରେ ଏ ବିଶ୍ୱାସ ଦୃଢୀଭୂତ କରିବା କି ଭଗବାନ ଅଛନ୍ତି । ଏଠାରେ ଭଗବାନ ଶବ୍ଦର ପ୍ରୟୋଗ କରି କୌଣସି ସନ୍ଦେହ ସୃଷ୍ଟି କରିବା ପୂର୍ବରୁ ମୁଁ ଜଣାଇବାକୁ ଚାହେଁ, କି ମୁଁ ପ୍ରୟୋଗ କରୁଥିବା “ଭଗବାନ” ଶବ୍ଦ କୌଣସି ଧର୍ମ, ଜାତି ଅବା ସମ୍ପ୍ରଦାୟ ର ଭଗବାନ ନୁହେଁ ବରଂ ଏହା ସେ ପରମ ଶକ୍ତିକୁ ବୁଝାଏ ଯିଏ କି ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବବିଦ୍ୟମାନ ସତ୍ତାକୁ ବୁଝାଏ । ଯଦି କୌଣସି ବ୍ୟକ୍ତି ଏପରି ସତ୍ତାକୁ ମଧ୍ୟ ଅସ୍ଵୀକାର କରେ ତେବେ ସେଭଳି ତାର୍କିକ ବ୍ୟକ୍ତିଙ୍କ ସହ ଶାସ୍ତ୍ରାର୍ଥ ହେବା ଆବଶ୍ୟକ । ଆମେ ମାନେ ରଖିବା ଉଚିତ କି ନାସ୍ତିକ ମଧ୍ୟ ପ୍ରକୃତି ଓ ଜ୍ଞାନ(ପୁରୁଷ) କୁ ସ୍ଵୀକାର କରନ୍ତି । ମୁଁ ସେହି ପୁରୁଷଙ୍କ ବିଷୟରେ କହୁଅଛି । ପ୍ରକୃତି କୁ ଅନୁଭବ କରି , ପ୍ରକୃତି ସହ ରହି ଏକ ବ୍ୟକ୍ତି ଭିତରେ ଏହି ବିଶ୍ୱାସ ଦୃଶ ହେବା ଆବଶ୍ୟକ କି ଭଗବାନ ଅଛନ୍ତି । ଦ୍ୱିତୀୟ ଉଦ୍ଦେଶ୍ୟ ହେବା ଆବଶ୍ୟକ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ସେ ଆତ୍ମବିଶ୍ୱାସ ଆଣିବା କି , ସେ ଭଗବାନ ଆମ ମଧ୍ୟରେ ମଧ୍ୟ ଅଛନ୍ତି । ଅଦ୍ଵେତ ଦୃଷ୍ଟି ବିବେକ-ଦୃଷ୍ଟିକ୍ଷମଙ୍କର ତୃତୀୟ ନୟନ ଭାବରେ କାମ କରିଥାଏ । ବୟସ୍କ ମାନଙ୍କ ଅପେକ୍ଷା, ପିଲାମାନଙ୍କ ମଧ୍ୟରେ ଏଭଳି ହୃଦବୋଧ ଆଣିବା କି ୧) ଭଗବାନ ଅଛନ୍ତି ୨) ସେମାନଙ୍କ ନିଜ ମଧ୍ୟରେ ଅଛନ୍ତି ଅପେକ୍ଷାକୃତ ବେଶୀ ସହଜ । ଭାରତୀୟ ଓ ବିଶ୍ୱ ସଂସ୍କୃତି ତଥା ସମାଜରେ ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ ଏବଂ ଗୃହୀତ, ମାନବୀୟ ମୂଲ୍ୟବୋଧ ର ବିକାଶ ବିବେକ ବୋଧ ପାଇଁ ଆବଶ୍ୟକ । ଏହିପରି କିଛି ମାନବୀୟ ମୂଲ୍ୟବୋଧ ହେଉଛି; ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା । ଏହି ସମସ୍ତ ମୂଲ୍ୟବୋଧ ର ଆଧାର ହେଉଛି ପ୍ରେମ । ପ୍ରେମ ଆବେଗ ସହିତ ଯୋଡିହେଲେ ଶାନ୍ତିରେ ପରିଣତ ହୁଏ, ପ୍ରେମ ବିଚାରଣା ସହିତ ଯୋଡିହେଲେ ଧର୍ମରେ ପରିଣତ ହୁଏ, ପ୍ରେମ ବାକ୍ୟ ସହିତ ଯୋଡିହେଲେ ସତ୍ୟବାଦିତାରେ ପରିଣତ ହୁଏ, ପ୍ରେମ ଅଦ୍ଵେତ ଭାବକୁ ଅନୁଭବ କରିଲେ ଅହିଂସାରେ ପରିଣତ ହୁଏ । ଅନ୍ୟମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଏବଂ ସେମାନଙ୍କର ଅଧିକାର , ଧର୍ମ, ବିଶ୍ୱାସ ଏବଂ ମତାମତକୁ ମୂଲ୍ୟ ଦେବା ବିବେକ ବୋଧ ଶିଖାଏ । ଜୀବେ ଦୟା ଓ ସମସ୍ତଙ୍କ ମଧ୍ୟରେ ନାରାୟଣଙ୍କୁ ଦେଖି ଅନ୍ୟମାନଙ୍କ ମଙ୍ଗଳ ପାଇଁ ସମାନୁଭୂତି ଏବଂ ଚିନ୍ତା ପ୍ରଦର୍ଶନ ତଥା ସେବା କରିବା ବିବେକ ଶିଖାଏ । ବାକ୍ ପବିତ୍ରତାପାଇଁ ସତ୍ୟବାଦୀ ହେବା ,ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ପବିତ୍ରତା ପାଇଁ ସ୍ୱଚ୍ଛ ହେବା , ସ୍ଵଚ୍ଛତା ମଧ୍ୟରେ ଦିବ୍ୟତ୍ଵକୁ ଖୋଜିବା ଏକ ବିବେକବୟାନ ବ୍ୟକ୍ତିର ଲକ୍ଷଣ । ଆମର ପାରସ୍ପରିକ କାର୍ଯ୍ୟ ଏବଂ ନିଷ୍ପତ୍ତିରେ ନ୍ୟାୟ ଏବଂ ସମାନତା ସୁନିଶ୍ଚିତ କରିବା ବିବେକ ଶିଖାଏ । ଦାୟିତ୍ଵ ସମ୍ପନ୍ନ ଭାବରେ ଆମର କାର୍ଯ୍ୟ କରିବା ଏବଂ ଅନ୍ୟମାନଙ୍କ ଉପରେ ସେମାନଙ୍କର ପ୍ରଭାବ ପାଇଁ ଉତ୍ତରଦାୟୀ ରହିବା , ସମସ୍ତ ମନୁଷ୍ୟଜାତିକୁ ଏକ ବୋଲି ଭାବି ଦୟା, ଅନ୍ୟମାନଙ୍କ ପ୍ରତି ଶୁଭେଚ୍ଛା ଏବଂ ଉଦାରତା ପ୍ରଦର୍ଶନ କରିବା , ତ୍ରିକରଣ ଶୁଦ୍ଧି ଦ୍ବାରା ହୃଦୟ , ହସ୍ତ ଓ ମାନସର ଅଖଣ୍ଡତାର ନୀତିକୁ କ୍ରମାଗତ ଭାବରେ ପାଳନ କରିବା ଆଦି ବିବେକାର କାର୍ଯ୍ୟ । ବିବେକବୋଧ ଏହି ମୂଲ୍ୟଗୁଡିକ ନୈତିକ ଆଚରଣର ମୂଳଦୁଆ ସୃଷ୍ଟି କରେ ଏବଂ ସୁସଂଗତ ଏବଂ ନ୍ୟାୟପୂର୍ଣ୍ଣ ସମାଜରେ ସହାୟକ ହୁଏ । ପାରସ୍ପରିକ ବିଶ୍ୱାସ ଗଠନ, ସହଯୋଗ ବୃଦ୍ଧି ଏବଂ ସାଧାରଣ ମଙ୍ଗଳକୁ ପ୍ରୋତ୍ସାହିତ କରିବା ପାଇଁ ସେଗୁଡ଼ିକ ଜରୁରୀ ।
ବିବେକର ମାର୍ଗ ଅତି ସରଳ ମାତ୍ର ପ୍ରଭାବଶାଳୀ । ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ପଠନ, ତତ୍ତ୍ୱ ଶ୍ରବଣ ଆଦି ମଧ୍ୟ ମଧ୍ୟରେ ବିବେକବୋଧର ବିକାଶରେ ସହାୟକ ହୁଏ । ବିଶ୍ୱର ପ୍ରତ୍ୟକ ଧର୍ମ ର ଆଧ୍ୟାତ୍ମ ଓ ଦର୍ଶନ ବିଷୟେରେ ପଢି ସେ ବିଶ୍ବ ଭାତୃତ୍ଵ ଓ ସର୍ବଧର୍ମ ସମନ୍ଵୟ ବିଷୟରେ ଜାଣେ । ବିବେକୀ ଖେଳ ହେଉ, ଅବା ସଙ୍ଗୀତ , ଭ୍ରମଣ ହେଉ ଅବା ଭୋଜନ ପ୍ରତ୍ୟେକ କାର୍ଯ୍ୟରେ ଯେତେବେଳେ ମୂଲ୍ୟବୋଧ କୁ ଅଜାଣତରେ ଗ୍ରହଣ କରେ । ଏଣୁକରି ତାଙ୍କର ଜ୍ଞାନ ପ୍ରଜ୍ଞାରେ ରୂପାନ୍ତରିତ ହୁଏ ।
ସେ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ସର୍ବଦା ବିବେକର ଚକ୍ଷୁରେ ଦେଖେ ।
ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ପ୍ରାପ୍ୟ ଶୁଭାଶୁଭମ୍ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । । ୨. ୫୭ । । ଗୀତା
ପ୍ରସିଦ୍ଧ ବ୍ରିଟିଶ୍ କବି, ରୁଡ଼ୟାର୍ଡ଼ କିପଲିଂଗ, ସ୍ଥିତପ୍ରଜ୍ଞ (ପ୍ରଜ୍ଞା ପୁରୁଷ) ଉପରେ ରଚିତ ଏହି ଶ୍ଳୋକର ମର୍ମକୁ ତାଙ୍କର କବିତା ଇଫ୍ (ଓଲ)ରେ ଅନ୍ତର୍ନିହିତ କରିଛନ୍ତି । ଏଠାରେ ତାହାର କିଛି ପଂକ୍ତି ଉଦ୍ଧୃତ କରାଯାଉଛି ।
ଯଦି ତୁମେ ସ୍ୱପ୍ନ ଦେଖିବ- ଏବଂ ସ୍ୱପ୍ନକୁ ତୁମର ମାଲିକ କରିବ ନାହିଁ,
ଯଦି ତୁମେ ଚିନ୍ତା କରିବା- ଏବଂ ଚିନ୍ତାକୁ ତୁମର ଉଦ୍ଦେଶ୍ୟ କରିବ ନାହିଁ ,
ଯଦି ତୁମେ ଜୟ ଏବଂ ପରାଜୟର ସମ୍ମୁଖୀନ ହେବ ଏବଂ ଉଭୟକୁ ସମାନ ଦୃଷ୍ଟିରେ ଦେଖିବ….
ଯଦି ଶତ୍ରୁ ବା ମିତ୍ର କେହି ତୁମକୁ ଆଘାତ ଦେଇପାରିବେ ନାହିଁ ।
ଯଦି ଅନେକ ଲୋକ ତୁମର ଅଟନ୍ତି, କିନ୍ତୁ କେହି ବି ଅତ୍ୟଧିକ ନୁହଁନ୍ତି ।
ଯଦି ତୁମେ ଗୋଟିଏ ନିର୍ମମ ମିନିଟ ଅନ୍ତର୍ଗତ (ମଧ୍ୟରେ ଥିବା)
ଷାଠିଏ ସେକେଣ୍ଡର ପୂର୍ଣ୍ଣ ବିନିଯୋଗ କରି ପାରିବ
ତେବେ ଏ ସଂସାର ତୁମର ଏବଂ ଏହାର ସବୁକିଛି ତୁମର ହୋଇଯିବ ।
ଅଧିକନ୍ତୁ, ହେ ପୁତ୍ର ! ତୁମେ ଜଣେ ପୁରୁଷ ହୋଇଯିବ ।
ଏହି କବିତାର ଲୋକପ୍ରିୟତା ସୂଚାଇ ଥାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଜ୍ଞାନୋଦୟର ଏକ ସହଜାତ ପ୍ରବୃତ୍ତି ରହିଛି, ଯାହା ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କୁ ବର୍ଣ୍ଣନା କରୁଛନ୍ତି । ଜଣେ ଆଶ୍ଚର୍ଯ୍ୟ ହୋଇପାରେ କେମିତି ଜଣେ ଇଂରାଜୀ କବି ଜ୍ଞାନର ଏହି ସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା ପରମେଶ୍ୱର କହିଛନ୍ତି । ବାସ୍ତବରେ ଜ୍ଞାନୋଦୟର ଏହି ପ୍ରବୃତ୍ତି ଜୀବର ସହଜାତ ସ୍ୱଭାବ ଅଟେ । ତେଣୁ ପୃଥିବୀର ସମସ୍ତ ସମାଜରେ, ପ୍ରତ୍ୟେକ ବ୍ୟକ୍ତି ଜ୍ଞାତସାରରେ ବା ଅଜ୍ଞାତସାରରେ ଏହାପ୍ରତି ଲାଳାୟିତ ହୁଅନ୍ତି ।
ଅତଏବ ବିବେକହିଁ ତୃତୀୟ ନୟନ ।
P.S.:
If (Original poem by Rudyard Kipling)
If you can keep your head when all about you
Are losing theirs and blaming it on you,
If you can trust yourself when all men doubt you,
But make allowance for their doubting too;
If you can wait and not be tired by waiting,
Or being lied about, don’t deal in lies,
Or being hated, don’t give way to hating,
And yet don’t look too good, nor talk too wise:
If you can dream—and not make dreams your master;
If you can think—and not make thoughts your aim;
If you can meet with Triumph and Disaster
And treat those two impostors just the same;
If you can bear to hear the truth you’ve spoken
Twisted by knaves to make a trap for fools,
Or watch the things you gave your life to, broken,
And stoop and build ’em up with worn-out tools:
If you can make one heap of all your winnings
And risk it on one turn of pitch-and-toss,
And lose, and start again at your beginnings
And never breathe a word about your loss;
If you can force your heart and nerve and sinew
To serve your turn long after they are gone,
And so hold on when there is nothing in you
Except the Will which says to them: ‘Hold on!’
If you can talk with crowds and keep your virtue,
Or walk with Kings—nor lose the common touch,
If neither foes nor loving friends can hurt you,
If all men count with you, but none too much;
If you can fill the unforgiving minute
With sixty seconds’ worth of distance run,
Yours is the Earth and everything that’s in it,
And—which is more—you’ll be a Man, my son!
A Choice of Kipling’s Verse (1943)