ବହୁ ପୁରାତନ ଯୁଗର କଥା ରାଜା ମାନଙ୍କର ଶାସନ ସମୟରେ ଜମିଦାର ମାନଙ୍କର ଶାସନ କିଏ ବା ଭୁଲି ପାରିବ। ଜମିଦାର ଯାହା କୁହନ୍ତି ଗାଁ’ର ଲୋକମାନେ ମାନିବା ପାଇଁ ବାଧ୍ୟ । ଗାଁ’ର ଲୋକମାନଙ୍କୁ ଗୁମସ୍ତା କରି ଜମିଦାର ମାନେ ରଖନ୍ତି । ଗାଁ’ର ଲୋକମାନେ ବେଠି ଖଟନ୍ତି । ଜମିଦାର ମାନେ କେତେ ଯେ ନିରୀହ ଲୋକଙ୍କୁ ଅତ୍ୟାଚାର କରନ୍ତି ତାହା ଅବର୍ଣ୍ଣନୀୟ । ଝିଅ ଓ ବୋହୂ ମାନଙ୍କୁ ଲୋଲୁପ ଦୃଷ୍ଟିରେ ଦେଖନ୍ତି । ଧିରେ ଧିରେ ରାଜା ଶାସନ ଓ ଜମିଦାର ପ୍ରଥା ଉଠିଲା ସତ କିନ୍ତୁ ଲୋକ ମାନଙ୍କର କୁସଂସ୍କାର ଦୂର ହେଲା ନାହିଁ । ଜମିଦାର ମୃତ୍ୟୁ ହେଲା ପରେ ଲୋକମାନଙ୍କର ମୁହଁରେ ଖୁସିର ସୀମା କହିଲେ ନ ସରେ । ସତରେ ଗାଁ’ର ଲୋକମାନେ ଅତ୍ୟାଚାର ଓ ଶୋଷଣରୁ ରକ୍ଷା ପାଇବେ । କଥାରେ ଅଛି ରାଜସ୍ୱ, ଦେବସ୍ୱ, ବ୍ରହ୍ମସ ଯିଏ ଖାଏ ସେହି ବ୍ୟକ୍ତି କେବେ ହଜମ କରିପାରେ ନାହିଁ । ଇନ୍ଦ୍ରପ୍ରସ୍ଥ ଏକ ଗାଁ’ରେ ବିନୋଦ ବାସ କରୁଥିଲା ଏବଂ ସେ ଜମିଦାର ବିଶ୍ୱସ୍ତ ଥିଲା ଏବଂ ଜମିଦାର ତା ଭରଷାରେ ସବୁ କିଛି ଛାଡ଼ି ଦିଅନ୍ତି । ଜମିଦାର ସବୁ ତଥ୍ୟ ବିନୋଦ ପାଖରେ ଥାଏ । ଜମିଦାର ନାମ କହି ବିନୋଦ ଗାଁ ଲୋକଙ୍କ ଠାରୁ ବିଭିନ୍ନ ସମୟରେ ଘରର ସାମଗ୍ରୀ ନେଇ ଆଣେ ଏବଂ ତାର ପରିବାର ଗୁଜୁରାଣ କରାଏ । ଜମିଦାର ମୂତ୍ୟୁ ପରେ ବିନୋଦ କିଛି ରୂପା, ସୁନା ଓ ଟଙ୍କା ପଇସା ଚୋରି କରି ନେଇଛି । ଜମିଦାର ଚେନ୍ କୁ ଛିଡାଇ ନେଇଛି । ବିନୋଦ ର ପ୍ରବଳ ଲୋଭ ଜମିଦାର ଧନ ଓ ସମ୍ପତ୍ତି ଉପରେ, ସହି ପାରୁ ନ ଥାଏ । ରାତିରେ ବିନୋଦ ଜମିଦାର କବାଟ, ବନ୍ଧ, ଖଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନିଜ ଘରେ ଲୁଚାଇ ରଖିଥାଏ । ଗାଁ ଲୋକ ସବୁ ଜାଣିଥିଲେ ମଧ୍ୟ କିଛି କୁହନ୍ତି ନାହିଁ । ଧିରେ ଧିରେ ବିନୋଦ ର ଚଳିବା କଷ୍ଟ ହେଲା । ବିନୋଦ ର ୩ ଟି ପୁତ୍ର ଏବଂ ଗୋଟିଏ ଝିଅ ଓ ସ୍ତ୍ରୀ । ପରିବାର ଚଳାଇବା କଷ୍ଟ ହେଉଥାଏ । ପିଲା ମାନଙ୍କୁ ଶିକ୍ଷା ଦେଲା ନାହିଁ । ନିଜେ ଚାଷ କାର୍ଯ୍ୟ କରିବା ସହିତ ତାର ପିଲା ମାନେ ସାହାଯ୍ୟ କରନ୍ତି । ସେମାନଙ୍କର ଖାଇବା ଯେପରି ରାକ୍ଷସ ଭୋଜନ ସେତିକି ଦଶ ଦିନ ଧରି କିଛି ଖାଇ ନାହାଁନ୍ତି । ଘର ଚଳାଇବା କଷ୍ଟ ହୋଇ ପଡୁଥାଏ । ବୁଦ୍ଧି ବାଟ ହଜିଯାଉଥାଏ କଣ କରିବ ଭାବି ଭାବି ଚାଷ କାଯ୍ୟ ସହିତ ପରିବା ଚାଷ କରିଲେ । ଖୋଲା ଢ଼ିହ ପାଖକୁ ଗଡ଼ିଆ ଟିଏ ଥାଏ ଅନ୍ୟ ଏକ ପାଶ୍ୱରେ ଶବ ସଂସ୍କାର ହୁଏ । ପରିବା ଚାଷ କରିଲେ ଏବଂ ପରିବା ବି ଭଲ ଫସଲ ଅମଳ ହେଲା ଏବଂ ବଜାରରେ ବିକ୍ରି କରିଲେ । କିନ୍ତୁ ଯାହା ଆସିଲା ସବୁ ନିଅଣ୍ଟ । ମନ ଦୁଃଖ କଣ କରିବି ଘରକୁ କିପରି ଚଳାଇବି । ହାତୁଆ ଧାର କରଜ କରି ଚାଷ କରିଛି କେମିତି ସୁଝିବି ସେ ଟଙ୍କା ସବୁ । ପରିବା ଚାଷକୁ ଷଣ୍ଢକୁ ରାତ୍ରିରେ ଖାଇ ଦେଉଥିଲା । ରାତ୍ରିରେ ବିନୋଦ ସେଠି ପଲ୍ଲା ଟିଏ କରି ଜଗି ରହିଲେ । ଏପଟେ ତିନି ପୁଅ ବିଦେଶ ପଳାଇଲେ କିଛି ରୋଜଗାର କରି ବାପାକୁ ସାହାଯ୍ୟ କରିବେ । ତିନି ପୁଅ ବିଦେଶରେ କାମ କରି ଟଙ୍କା ପଠାଇଲେ ମଧ୍ୟ ଅଭାବ ଅନଟନ ସରେ ନାହିଁ ।
ଦିନକୁ ଦିନ ଅତ୍ୟଧିକ ଅଭାବ ଅନଟନ ଦେଖା ଦେଲା ଜମି ବିକି ଝିଅର ବିବାହ କରିଲେ । ଜ୍ୱାଇଁ ମଧ୍ୟ ସହଯୋଗ କରିବା ସତ୍ତ୍ବେ ଦିନକୁ ଦିନ ଋଣ ଗ୍ରସ୍ତ ହୋଇ ଚାଲିଲା । ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗି ରହୁଥାଏ । ମନ ସବୁବେଳେ ଦୁଃଖ ଓ ଅଶାନ୍ତ । କଣ କରିବ କିଛି ବାଟ ନଥାଏ । କେମିତି ଋଣ ରୁ ମୁକ୍ତ ହେବ । ଗାଁ ର ସମସ୍ତଙ୍କ ପାଖରୁ ତାଙ୍କ କରଜ କରିଥାଏ , ଠିକ ସମୟ ରେ ନ ଦେବାରୁ ଲୋକ ହସା ହେବାକୁ ପଡେ । ଗ୍ରୁପ ର ତାଙ୍କ ଉଧାର କରି ଋଣ ଠିକ୍ ସେ ସୁଝି ପାରନ୍ତି ନାହିଁ । ବିଭିନ୍ନ ଲୋକ ଆସି ଘର ଦୁଆ ରେ ବସନ୍ତି ଓ ନାନା କଥା କୁହନ୍ତି । ଆଗ ପରି ପନି ପରିବା ଚାଷ କରିଲେ । ରାତି ରେ ଷଣ୍ଢ ଜଗିବା ପାଇଁ ଅସ୍ଥାୟୀ ପଲ୍ଲା କରି ଲଣ୍ଠନ ଲଗାଇ ଜଗି ରହିଲେ । ମନରେ ଭାବୁଥିଲା କି କେମିତି କଣ କରିଲେ ଧାର କରଜ ରୁ ମୁକ୍ତି ମିଳି ପାରିବ । ନିଘୋଡ଼ ନିଦ୍ରା ରେ ଶୋଇବା ସମୟ ରେ ତାକୁ ଏକ ଛାୟା ଭଳି ଦେଖା ହେଉଥାଏ କିନ୍ତୁ ସେ କିଛି ଜାଣି ପାରେନା । ଏହି ଭଳି ଭାବରେ ନିତି ଦିନ ସ୍ଵପ୍ନରେ ଆସିଲା । ଏକଦା ବିନୋଦ ପିଛା କରି କରି ଏକ ନିଛାଟିଆ ଜାଗାକୁ ଯାଇ ଦେଖେ ତ କେହି ଜଣେ ଠିଆ ହୋଇ ଡାକୁଛି ।
କହୁଛି ବ୍ୟସ୍ତ ହୁଅନା , ମୋତେ ପୂଜା କରିଲେ ଧନ ଧାନ୍ୟ ରେ ପରିପୂର୍ଣ୍ଣ କରିଦେବି ଏବଂ ଏହା କହି କିଛି ରୂପା ମୁଦ୍ରା ଦେଇ ସଙ୍ଗେ ସଙ୍ଗେ ଉଭାନ ହୋଇଗଲା । ବିନୋଦ ଏହାକୁ ନକଲି ଭାବୁଥିଲା କିନ୍ତୁ ସାଙ୍ଗରେ ଧରିକି ତା ପରଦିନ ତା’ ସ୍ତ୍ରୀ କୁ କହିବାରୁ ଉକ୍ତ ମୁଦ୍ରା କୁ ନେଇ ବଣିଆ ଦୋକାନ ରେ ଦେବାରୁ ସେ ବଣିଆ ତାକୁ ତିରିଶ ହଜାର ଟଙ୍କା ଦେଲେ । ଉକ୍ତ ଟଙ୍କା ପାଇଁ ସେମାନେ ମନଖୁସି ରେ କିଛି କିଣା କିଣି କରି ପକେଇଲେ ଏବଂ କିଛି ତାଙ୍କ କରଜ ସୁଝି ଦେଲେ । ତାପର ଦିନ ନିଘୋଡ଼ ନିଦ ରେ ସୋଇଥିବା ସମୟ ରେ ତାକୁ ଉଠେଇ ନବା ସହ କିଛି ରୂପା ମୁଦ୍ରା ମଧ୍ୟ ଦେଲେ ଏବଂ ପୂଜା ବିଧି ବତାଇ ଦେଲେ ଓ କାହାକୁ ନ କହିବା ପାଇଁ କହିଲେ । ଯଦି କାହାକୁ କିଛି କହିବୁ ମୁଁ ଆଉ ଦେଖା ଦେବିନି । ଗାଁ ଲୋକ ମାନେ ଚକିତ ହେଉଥିଲେ ସେମାନଙ୍କ ର ଚାଲିଚଳଣି ଦେଖି ହେଲେ କିନ୍ତୁ କାହାକୁ କିଛି କୁହନ୍ତି ନାହିଁ । ସେମାନେ କିଛି ଦିନ ହସ ଖୁସି ରେ ଜୀବନ ଅତିବାହିତ କଲେ । ଏମିତି ଭାବେ କିଛି ଦିନ ବିତି ଗଲା । ସେ ପରେ ରକ୍ତ ମାଗିବାରୁ ବିନୋଦ ନିଜ ହାତକୁ ଟିକିଏ କାଟି ରକ୍ତ ଦେବା ଦ୍ୱାରା କିଛି ମୁଦ୍ରା ପାଇଲା । ରାତିରେ ସ୍ଵପ୍ନ ରେ ସବୁ ସ୍ଥାନ ଦେଖେଇବା ସହ ତାଙ୍କୁ ଘରକୁ ଆଣି ପୂଜାର୍ଚ୍ଚନା କଲା । ଧୀରେ ଧୀରେ ଧନ ବଢି ଚାଲିଲା । ସେ ମଧ୍ୟ ବଳି ଖୋଜି ଚାଲିଲା । ବିନୋଦ ତା’ର ଛେଳି କୁ କାଟି ବଳି ଦେଲା । ଏମିତି କିଛି ଦିନ ବିତିଗଲା , ସେ ବିନୋଦ କୁ ମଣିଷ ବଳି ମାଗିବାରୁ ସେ ଗୁଣି ଗାରେଡି ଆଡ଼କୁ ଗଲା । ପ୍ରତ୍ୟେକ ସପ୍ତାହରେ ଜଣେ ଜଣେ ଗୁଣିଆକୁ ଡାକି ପୂଜା କରନ୍ତି । ଦିନ କୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଲା ଏବଂ ଯାହା ଧାନ ସଞ୍ଚୟ କରିଥିଲେ ତାହା ଗୁଣି ଗାରେଡି ରେ ଖର୍ଚ୍ଚ ହୋଇଗଲା । ପରିବାର ମଧ୍ୟ ରେ ମନାନ୍ତର ଓ ମତାନ୍ତ ର ସହ ସବୁବେଳେ ଦୁଃଖ ଲାଗି ରହିଲା । ମନୁଷ୍ୟ ସତକର୍ମ କୁ ଭରସା ରଖିଲେ ଯେତେ ବାଧା ବିଘ୍ନ ଆସିଲେ ସେ ସବୁ ଦୁରେଇ ଯାଏ । ମନୁଷ୍ୟ ଲୋଭ ଯୋଗୁଁ ମଣିଷ ତାର ଅସ୍ତିତ୍ୱ କୁ ଭୁଲି ଯାଇଥାଏ ଏବଂ ଫେରି ଚାହିଁଲେ ବେଳକୁ କିଛି ନ ଥାଏ । ଲୋଭ ଯୋଗୁଁ ମଣିଷ ନିଜର ହିତ ହିତ ଜ୍ଞାନ ଓ ମାନବିକତା କୁ ଭୁଲି ଯାଇଥାଏ ।