କବିତା

ଅଘୋରୀର ଘର

Niranjan Jena's odia poem Aghorira Ghara

କାହା ଆଖିରେ ସିଏ
ଈଶ୍ୱରଙ୍କ ଅବତାର
ପୁନଶ୍ଚ କାହା ଆଖିରେ ଅତ୍ୟନ୍ତ ବର୍ବର ।।

ଅଘୋରୀର ଘର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଘୋରୀର ନଥାଏ ଘର
ନଥାଏ ସଂସାର
କିନ୍ତୁ ଅଘୋରୀର ଅନ୍ୱେଷଣ ନିରନ୍ତର ।।

ଅଘୋରୀ ଘର ଖୋଜେନା
କ’ଣ ସେ ଖୋଜୁଥାଏ ନିରବରେ
ପଚାରିଲେ ନଥାଏ ଉତ୍ତର ।।

କଥା କଥାକେ ଗୀତ ଯୋଡୁଥାଏ
କାହାକୁ ଅଭିସମ୍ପାତ ତ
କାହାକୁ ବର ।।

କାହା ଆଖିରେ ସିଏ
ଈଶ୍ୱରଙ୍କ ଅବତାର
ପୁନଶ୍ଚ କାହା ଆଖିରେ ଅତ୍ୟନ୍ତ ବର୍ବର ।।

ଅଘୋରୀ କେଉଁଠି ଖାଏ,
କେଉଁଠି ଶୁଏ ଓ କ’ଣ ସେ କହେ
କେହି ବୁଝେନା ।।

ଅବୁଝା କଥାରେ ଭାସୁଥାଏ
ଅଘୋରୀର ଜୀବନ ନଉକା
କେହି, କେହି ଠାର ବୁଝେ, ଅନେକ ଅବୁଝା ।।

ଅସ୍ଥିରତାରେ ଡୁବିଥାଏ, ମନ ଚଇତନ
ଜୀବନ ଆଲେଖ୍ୟ ତା’ର ସମ୍ପୂର୍ଣ୍ଣ ଭିନ୍ନ ।।

ଆହାଃ ଅଘୋରୀ ।

ତା’ ବିଶ୍ୱାସରେ କେହି ନୁହେଁ ଆପଣାର
କିମ୍ୱା କେହି ତା’ର ପର
ସନ୍ନ୍ୟାସର ଚୌକାଠ ଭିତରେ
ଯୋଡୁଥାଏ ସମ୍ପର୍କର ଘର
ଈଶ୍ୱର ଏବଂ ମଣିଷର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top