ଏ କି ବପର୍ଯ୍ୟୟ !
ମୋ ସମାଜର;
ଥରାଇ ଦିଏ ହୃଦୟକୁ
ବହି ଆସେ ଲୁହଧାର ।
ନୈତିକତା ହରାଏ
ଏଇଠି ଛାତ୍ର ସମାଜ
ବିବ୍ରତ ଯେଉଁଠି ମୁଁ
ଦେଖି ମଳିନତା, ଶିକ୍ଷକର ତେଜ !
କାହିଁକି ଧ୍ୱଂସ ଆଜି ?
ଏ ଦେଶର ମହାନତା
ପ୍ରତିଠାରେ ଦିଶିଯାଏ
ସିନା, ୟା’ର ନଗ୍ନତା !
ସ୍ୱଚ୍ଛତାର ଦିଗ ଖୋଜିବାର
ପ୍ରଶ୍ନ କାହିଁ ?
ଲୁଚେ ଯିଏ ମିଥ୍ୟାର
ଅନ୍ଧାର ଜାଲରେ ।
ବରଷା ଛାଡ଼ିଲେ ବି
ଥାଏ ଏଇଠି
ବତାସର ଆଶଙ୍କା
ପ୍ରତିଠାରେ ସେଥିପାଇଁ
ମନରେ ରହିଥାଏ ଦକା !
