ପ୍ରଶ୍ନ ମନରେ ଅନେକ
କ’ଣ କରୁଛୁ କ’ଣ କରିବାକୁ ଚାହୁଁଛୁ ?
ଏତିକି ଯଦି ବୁଝି ଯିବା ତେବେ
ଆଉ କିଛି ଅସୁବିଧା ନାହିଁ
ମୁଁ ଭଲରେ ଅଛି
ମତେ ଭବିଷ୍ୟତର ଚିନ୍ତା ନାହିଁ
ଯାହା ଭାଗ୍ୟରେ ଅଛି
ତାହା ମତେ ମିଳି ଯିବ
ଏମିତି ଭାବିଲେ ଦୁଃଖ ପାଇବ ଅନେକ ।
ଭାଗ୍ୟ ଭରସାରେ ଜୀବନକୁ
ଛାଡି ଦେଇ ହେବ ନାହିଁ
ବର୍ତ୍ତମାନ କାମ କର
କିଛି ତ କର, କିଛି ନ କରି
ଭବିଷ୍ୟତ ପାଇଁ ଚିନ୍ତା ନାହିଁ
ବୋଲି ଭାବିବା ମୁର୍ଖତା ।
ଜୀବନ ବର୍ତ୍ତମାନ, ଯାହା
ନିଜର ସାମର୍ଥ୍ୟ ଅନୁସାରେ
କାହାରି ଉପରେ ନିର୍ଭର
କରି ଜୀବନ ଚାଲି ପାରିବ ନାହିଁ
ମନୁଷ୍ୟ ନିଜେ ନିଜର ସବୁ
ମନୁଷ୍ୟ ନିଜେ ଜାଣେ ନାହିଁ
ସେ କ’ଣ କରି ପାରିବ ?
ଯେଉଁ ନିଶ୍ୱାସ ଏବେ ନେଲ
ତାହା ଆଉ ମିଳିବନି
ଯେଉଁ ପାଣିରେ ଏବେ ଗାଧୋଇଲ
ତାହା ଆଉ ମିଳିବନି
ଯେଉଁ ଚିନ୍ତା ଏବେ କଲ
ସେ ସମୟ ଆଉ ଫେରିବନି
ଚିନ୍ତା କରି ଲାଭ ନାହିଁ
ପ୍ରକ୍ରୁତାବସ୍ଥା ରେ ରହିଲେ
ସବୁ ଠିକ ଠାକ ଚାଲିବ ।