ମନେଅଛି, ହେ ଜହ୍ନ ! . . .
ଦେଖୁଥିଲି ତୁମକୁ ମୁଁ, ମା’ କୋଳେ ଝୁଲି ଝୁଲି,
ପିଲାଦିନେ ସନ୍ଧ୍ୟାରେ,
ଜହ୍ନମାମୁଁ, ଜହ୍ନମାମୁଁ ଡାକୁଥିଲି,
ମା’ ହାତ ଠାର ଦେଖୁଥିଲି. . . ହସୁଥିଲି,
ସତେ କି !! ସରଗ ଶଶୀ ଆସିବ ତୁମେ !! (୧)
ସନ୍ଧ୍ୟାବେଳ ଗୋଧୂଳିରେ. . .
ଖେଳୁଥିଲି ସାଙ୍ଗସାଥି ମେଳେ. . .
ଖୋଜୁଥିଲି ତୁମକୁ ମୁଁ, ରହି ରହି ଆକାଶରେ,
ମନେ ମନେ ରୁଷୁଥିଲି. . . ରହି ରହି ରାଗୁଥିଲି. . .
ନ ଆସ. . . ନ ଆସ. . . ଜହ୍ନ ତୁମେ. . . ଅବେଳାରେ ! !
ଖେଳିବି ଦି’ଘଡ଼ି ଆଉ. . . ବନ୍ଧୁ ମେଳେ. . . (୨)
ମନେଅଛି. . . ଦେଖୁଥିଲି ତୁମକୁ ମୁଁ,
ପ୍ରେମିକାର ପ୍ରଣୟରେ ! . . .
ଲୁଚକାଳି ଖେଳୁଥିଲି. . . ପ୍ରେମ ଉଦ୍ୟାନରେ,
ମତୁଆଲା ହୋଇ. . . ପ୍ରେମିକାର ବାସ୍ନାରେ. . .
ଲେଖିଥିଲି ପ୍ରେମ କବିତା ମୁଁ. . .
ଜହ୍ନ ତୁମ ତୁଳନା. . . ପ୍ରେମିକାର ସୌନ୍ଦର୍ଯ୍ୟରେ. . . (୩)
ଆଜି ପୁଣି ମନେପଡେ଼. . . ଆଞ୍ଜୁଳାରୁ କାଳ ଗଡେ଼. . .
ଶୂନ୍ୟ ମୋ ଆକାଶରେ. . . ଅମାବାସ୍ୟା ବାସ କରେ,
ଆତୁର ଏ ମନ. . . ହତାସ ଏ ପ୍ରାଣ ! !
ଆସ ଆସ ଜହ୍ନ ତୁମେ ! ! . . . ଆତ୍ମା ଆଜି ଅଳି କରେ. . .
ଶୋଇବାକୁ ତୁମ କୋଳେ,
ମିଶି ତୁମ ଜ୍ୟୋତ୍ସ୍ନାରେ. . .
ହଜିଯିବି ପୂର୍ଣ୍ଣିମାରେ. . . (୪)